ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଚନ୍ଦାହାଣ୍ଡି ମଣ୍ଡଳ ପ୍ରବାସ ବୈଠକ

ଚନ୍ଦାହାଣ୍ଡି -(20/1ମ ନି ସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି କଲ୍ୟାଣ ମଣ୍ଡପରେ ଶୁକ୍ରବାର ରାଜ୍ୟ ଭାଜପା ନିର୍ଦେଶ କ୍ରମେ ପ୍ରଭାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ବର୍ତ୍ତମାନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇ ଦଳ ର ସଂଗଠନ କିପରି ବଢିବ ଓ କାର୍ଯକର୍ତ୍ତା ମାନେ କେନ୍ଦ୍ର ସରକାର ଙ୍କ ଯୋଜନା ଗୁଡିକୁ କିପରି ଜନସାଧାରଣ ଙ୍କ ପାଖରେ ପହଂଚିଵ ସେ ଉପରେ ମାର୍ଗଦର୍ଶନ ଦେଇଥିଲେ l ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ବାଘ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଦିଲ୍ଲୀପ ଦାସ, ଜିଲ୍ଲା ଯୁବ ମୋର୍ଚା ଉପ ସଭାପତି ପ୍ରଭାତ କୁମାର ସୁନା, ଶ୍ୟାମସୁନ୍ଦର ମାଝୀ, ଡମ୍ବୁରୁ ମାଝୀ, ବସନ୍ତ ମାଝୀ, ମହେନ୍ଦ୍ର ନାୟକ, ଭଦେବ ବାଘ, ସମିତିସଭ୍ୟ ପୌରସ ମାଝୀ ,ଲଚନ କଟା, ସୁବଳ ବାଘ, କୁଞ୍ଜ ଭୋଇନସାଲ, ଗୁଞ୍ଚୁ ପୂଜାରୀ,ବରିଷ୍ଠ ନେତା ଭରତ ବାଘ ଏବଂ ଶତାଧିକ ମଣ୍ଡଳ କମିଟି ସଦସ୍ୟ ଉପସ୍ଥିତ ଥିଲେ l ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କଂଗ୍ରେସ ରୁ ପାଞ୍ଚ ଜଣ ବରିଷ୍ଠ କାର୍ଯକର୍ତ୍ତା ଭାଜପା ରେ ଯୋଉ ଦେଇଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ପୋଲିଂ ଏଜେଣ୍ଟ ରହିବାରୁ ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ 

masiha

ଦେଦର ଠାରେ ବ୍ଲକ ସ୍ତରୀୟ କଂଗ୍ରେସର କର୍ମୀ ସମ୍ବିଳନୀ

masiha

ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନର ଧମକ ଦେଲା କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!