ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ମାତୃଭୂମି ଓ ମାତୃଭାଷା ପ୍ରତି ସମର୍ପିତ ପ୍ରାଣ ତଥା ଜୀବନର କବି ମଧୁସୂଦନ: ଶ୍ରୀ ପାଟ୍ଟଶାଣୀ ….

ରାଉରକେଲା/ ସହରର ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ବ, ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବ ଓ ଉପସଭାପତି ଡଃ ସନାତନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ରାଉରକେଲା କଲେଜର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ‘ ମଧୁସୂଦନ ରାଓଙ୍କ କବିତାରେ ଜୀବନ ଦର୍ଶନ ‘ ସଂପର୍କରେ ଆଲୋଚନା କରିଥିଲେ। ଶ୍ରୀ ପାଟ୍ଟଶାଣୀ ତାଙ୍କ ବକ୍ତବ୍ଯ ରେ କହିଲେ ଯେ ଜୀବନର କବି ଥିଲେ ମଧୁସୂଦନ। ସେ ନିରାଶା ର ନୁହଁ ଆଶାର ବ୍ୟକ୍ତି ଥିଲେ । ସବୁସ୍ଥାନରେ କବି ବ୍ରହ୍ମକୁ ଦେଖୁଥିଲେ । ତାସହ ମାତୃଭୂମି ଓ ମାତୃଭାଷା ପ୍ରତି ସମର୍ପିତ ପ୍ରାଣ ଥିଲେ। ଏହି ଅବସରରେ ଗାଳ୍ପିକା ଅଧ୍ୟାପିକା ମହେଶ୍ବେତା ସାହୁ ‘ ଇଶ୍ବର ସହ ଶେଷ ସାକ୍ଷାତ’ ଗଳ୍ପ ପଠନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବରେ କବି ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ମୀନକେତନ ପଶାୟତ,ବିଭୁ ନାୟକ, ସବିତା ବସ୍ତିଆ,ଆଶୁତୋଷ ଜ୍ୟୋତିଷୀ,ବସନ୍ତ ବିଶ୍ବକର୍ମା, ନୀତୁ ସେଠ୍, ଗୌତମ ଦାସ,ଡଃ ଜୟନ୍ତୀ ପାଢୀ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ବ୍ରଜେନ୍ଦ୍ର ଦାଶ ଗଳ୍ପ ଓ ବିଜୟିନୀ ଜେନା କବିତା ଗୁଡିକର ମାର୍ମିକ ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ଅଶୋକ କୁମାର ବଳ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସଭାପତି ଶ୍ରୀ ଶତପଥୀ ସଭାପତିତ୍ବ ଅଭିଭାଷଣ, ସଂପାଦକ ଶ୍ରୀ ଖୁଣ୍ଟିଆ କାର୍ଯ୍ୟକ୍ରମର ଆଭିମୁଖ୍ଯ ଓ ସଂଯୋଜକ ଡଃ ପ୍ରଧାନ ପାଠାଗାରର ସାହିତ୍ୟ ପ୍ରତି ପ୍ରତିବଦ୍ଧତା ସହ ପ୍ରାକକଥନ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଭୟ କୁମାର ଦାସ,ଭୂପେନ ମହାପାତ୍ର, ଅର୍ଚ୍ଚନା ମହାନ୍ତି,ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ପ୍ରଦୀପ କୁମାର ପଟ୍ଟନାୟକ,ଜ୍ଞାନେନ୍ଦ୍ର କୁମାର ଦାଶ,ଡା ବସନ୍ତ କୁମାର ଦାସ, ପ୍ରସନ୍ନ କୁମାର ବିନ୍ଧାଣୀ, ବିନିତା ବିନ୍ଧାଣୀ,ଅଟମ ରଥ, ସୁରଜ ସେଠ୍,ମନୋଜ କୁମାର ପଣ୍ଡା, ବିଜୟ ରାୟ, ସଂଜୀବ କୁମାର ଭୋଇ,ଟୁକୁଲା ପାଢୀ, ଅକ୍ଷୟ ସାମଲ,ଡଃ ନଗେନ ଦାସ, ଆର୍ତ୍ତତ୍ରାଣ ମହାପାତ୍ର, ବବିତା ମହାପାତ୍ର,କୈଳାଶ ସାବତ, ଜୟଶ୍ରୀ ଦାସ, ସନ୍ତୋଷ ରଥ,ବିଚିତ୍ରାନନ୍ଦ ସାହୁ,ପଞ୍ଚାନନ ପାତ୍ର, ହେମାନନ୍ଦ ସାମଲ, ଦୀନବଂଧୁ ରଥ, କାଶୀନାଥ ନନ୍ଦୀ, ବସନ୍ତ କୁମାର ଜେନା,ରାଧାକାନ୍ତ ମିଶ୍ର, ବୀଣାପାଣି ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବାପ ପୁଅ ଯୋଡ଼ି ହାଇଦରାବାଦ ମାରଥାନରେ ବାଜିମାତ

Sunil Chandra Nayak

ବଙ୍ଗୀୟ ଦମ୍ପତ୍ତିଙ୍କ ଦ୍ଵାରା ପୋଷ୍ୟ ସନ୍ତାନ ଗ୍ରହଣ 

masiha

ଅନ୍ତରା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝଲସିଲା ସ୍କୁଲ ପଡିଆ

masiha

Leave a Comment

error: Content is protected !!