ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ମିଶ୍ରଣ ପର୍ବ

ମୟୂରଭଞ୍ଜ -୨୦/୧/୨୩ (ମସିହା)ଆଗକୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ ଙ୍କ ନେତୃତ୍ବରେ ଦଳ ଆଗକୁ ଆଗ ବଢିଵାରୃ ଲାଗିଛି । ଦଳକୁ ସୁସଂଗଠିତ କରିବା ପାଇଁ ସେ ଅଣ୍ଟା ଭିଡିଛନ୍ତି ।ତାଙ୍କ ନେତୃତ୍ଵରେ ଆସ୍ଥା ରଖି ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଝାମୁମୋ ମିଶ୍ରଣ ପର୍ବରେ ସାମିଲ ହେବା ପାଇଁ ଅଣ୍ଟା ଭିଡିଛନ୍ତି ।ଆଜି ଶୁକ୍ରବାର ଦିନ ଅପରାହ୍ନରେ ରାଇରଙ୍ଗପୁର ସ୍ଥିତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସଭାନେତ୍ରୀ ଅଞ୍ଜଳି ସୋରେନଙ୍କ ଉପସ୍ଥିତରେ ଏକ ସଂଖ୍ୟାଲଘୁ ସଂପ୍ରଦାୟର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହେବା ସହ ସାଂଗଠନିକ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କୁସୁମୀ ବ୍ଲକ୍ କମିଟୀ ସଭାପତି ସେକ୍ ନାଜିର ହୁସେନ,ଉପସଭାପତି ସେକ୍ ସାକିଲ,ସଂପାଦକ ସେକ୍ ନାଜିର,ଯୁଗ୍ମ ସଂପାଦକ ସେକ୍ ମୁସ୍ତାଫା,କୋଷାଧକ୍ଷ ସେକ୍ ଆମଜାଦ ତଥା ଅନ୍ଯ କାର୍ଯ୍ୟକାରୀ ସଦସ୍ୟ ମଧ୍ୟରେ ସୈଫୁଦ୍ଦିନ,ଆତିକ୍,ଓ୍ବାଜିର, ରାମିଜ୍, ମଫିଯୁଦ୍ଦିନ,ଖାଲିଦ ପ୍ରମୁଖ ଙ୍କ ନାମ ଘୋଷଣା କରାଯାଇଥିଲା । ସେହିଭଳି ବାମନଘାଟୀ ଉପଖଣ୍ଡ ସଂଖ୍ୟାଲଘୁ ସେଲ ର ସଭାପତି ସେକ୍ ଜିକରାନ,ଉପସଭାପତି ସେକ୍ ମୁକସାଦ,ସଂପାଦକ ସେକ ରଫିକ୍ୟୁ,ଯୁଗ୍ମ ସଂପାଦକ ସେକ ସଫିରୁଦିନ୍,କୋଷାଧକ୍ଷ ଗୁଲାମ ମୁସ୍ତାଫା ଏବଂ କାର୍ଯ୍ୟକାରୀ ସଦସ୍ୟ ମଧ୍ୟରେ ସେକ୍ ମୁସଥାବିଜ, ସାବିର, ସାମସଦ, ୟୁନୁସ୍, ମୁକତାର, ନାଜିର ହୁସେନ୍,ସାନିଲ, ସତ୍ତାର, ଅତ୍ତଉଲ୍ଲା, ଜାହାଙ୍ଗିର ପ୍ରମୁଖଙ୍କ ନାମ ରାଜ୍ୟ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଙ୍କ ମୁଖପାତ୍ର ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନଙ୍କ ନିର୍ଦ୍ଦେଶରେ ଘୋଷଣା କରିଥିଲେ ।ଏହି ମିଶ୍ରଣ ପର୍ବରେ ରାଜ୍ୟ ଝାମୁମୋ ସଚିବ ଦୁବରାଜ ନାଗ,ବରିଷ୍ଠ ଝାମୁମୋ ନେତା ସାଲୁ କିସ୍ କୁ ,ଭାଗବତ ମାଝୀ, ପଶ୍ଚିମ ମୟୂରଭଞ୍ଜ ଝାମୁମୋ ଜିଲ୍ଲା ସଭାପତି ସନାତନ ମୁଣ୍ଡା,ସଂପାଦକ ସେକ ଅବଦୁଲ ମାନାନ ପ୍ରମୁଖ ଉପସ୍ଥିତ ଥିଲେ । |ଉକ୍ତ କାର୍ଯ୍ୟକ୍ରମ ରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା,ସଂପାଦକ ଏସ୍ କେ ଅବଦୁଲ ମନାନ ତଥା | ନୂତନ ସଂଖ୍ୟାଲଘୁ କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟ ଝାମୁମୋ ରାଜ୍ୟ ସଭାନେତ୍ରୀ ଅଂଜନି ସୋରେନ,ସଚିବ ଦୁବରାଜ ନାଗ ଏବଂ ଅନ୍ୟ ନେତୃବୃନ୍ଦ ଦଳୀୟ ଉତ୍ତରୀୟ ସମେତ ଫୁଲମାଳା ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ।ନୂତନ ନେତୃବୃନ୍ଦ ରାଜ୍ୟ ସଭାନେତ୍ରୀ ଯାହା ନିର୍ଦେଶ ଦେବେ ତାକୁ ଶୃଙ୍ଖଳାର ପାଳନ କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ଗଣମାଧ୍ୟମକୁ କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ ଙ୍କ ରିପୋର୍ଟ 

Related posts

ବାରିପଦାରେ ହଜାର ହଜାର ମହିଳା ସମର୍ଥକଙ୍କୁ ନେଇ ବିଜେଡିର ଜୋନ ସ୍ତରୀୟ ବିଜୟ ସଭା ଅନୁଷ୍ଠିତ 

masiha

ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବ ରୁ ଜିଲ୍ଲା କଂଗ୍ରେସ ସଭାପତି ସହ ଉପସଭାପତି ଅଜିତ ପୁରୋହିତ ଥାନା ରେ ଅଟକ 

Sunil Chandra Nayak

ଜୁନାଗଡ ବିଧାନ ସଭା କ୍ଷେତ୍ର ର ରାଜ ନୈତିକ ଚିତ୍ରପଟ :   ରାଜପରିବାର ର ଗଡ ଜୁନାଗଡ ବିଧାନ ସଭା ଆସନ ରେ ୨୦୨୪ ନିର୍ବାଚନ ରେ କାହା ମୁଣ୍ଡରେ ଶିରପା ? 

masiha

Leave a Comment

error: Content is protected !!