ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡମୁ ଜାନୀ ରହୁଛି ଭଙ୍ଗା ଘରେ କିନ୍ତୁ ଗ୍ରାମୀଣ ଆବାସ ଯୋଜନା ରେକର୍ଡ କହୁଛି ସେ ପ୍ରଧାନ ମନ୍ତ୍ରୀ ଆବାସ ଘର ପାଇ ସାରିଛିିି ? କିଏ ସତ !

ତେନ୍ତୁଳିଖୁଣ୍ଟି -୨୧/୦୧/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ଦାଣ୍ଡୁଗୁଡା ରାଜସ୍ୱ ଗ୍ରାମ ର ଡମୁ ଜାନୀ ପିତା ଜିରୁ ଜାନୀ ୨୦୧୬-୧୭ ଆର୍ଥିକ ବର୍ଷରେ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଘର ପାଇଛନ୍ତି ଓ ୨୦୧୯-୨୦ ଆର୍ଥିକ ବର୍ଷରେ ତାଙ୍କ ଘର ନିର୍ମାଣ ସରିଛି ବୋଲି ରୁରାଲ ହାଉସିଂ ସାଇଟ ରୁ ଜଣା ପଡୁଛି। କିନ୍ତୁ ଅନୁସନ୍ଧାନ କରିବାରୁ ଜଣା ପଡିଲା ଡମୁ ଜାନୀ ପିତା ଜିରୁ ବୋଲି ଯେଉଁ ବ୍ୟକ୍ତି ଟିଣ ଘରେ ରହୁଛନ୍ତି, ସେ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଘର ପାଇ ନାହାନ୍ତି। ଏପରିକି ତାଙ୍କ ଗ୍ରାମରେ ମାତ୍ର ଜଣେ ବ୍ୟକ୍ତି ହିଁ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଘର ପାଇଛନ୍ତି। ସନ୍ଦେହ ହେବାରୁ ଦାଣ୍ଡୁଗୁଡା ଗ୍ରାମ କୁ ଗଲୁ କିନ୍ତୁ ସେହି ଗ୍ରାମ ରେ ଡମୁ ଜାନୀ ଅଛନ୍ତି କିନ୍ତୁ ସେହି ଡମୁ ଜାନୀ ଙ୍କ ପିତାଙ୍କ ନାମ ଜିରୁ ନ ଥିବା ଜଣା ପଡିଲା, ଏପରିକି ଦାଣ୍ଡୁଗୁଡା ରାଜସ୍ୱ ଗ୍ରାମରେ ଅବସ୍ଥାନ କରୁ ଥିବା ଡମୁ ନାମଧାରୀ ସର୍ବମୋଟ ତିନି ଜଣ ରହିଥିବା ବେଳେ କୌଣସି ଡମୁ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ପାଇ ନାହାନ୍ତି। ତିନି ଜଣ ଡମୁ ହେଲେ ଜଣ ଙ୍କ ପିତା ଙ୍କ ନାମ ଅଭି ଓ ଅନ୍ୟ ଜଣଙ୍କ ନାମ ଡମୁ ସାନ୍ତା । ବର୍ତ୍ତମାନ ପ୍ରଶ୍ନ ଉଠୁଛି ୨୦୧୭-୧୮ ରେ ଡମୁ ଜାନୀ ପିତା ଜିରୁ ଜାନୀ ଘର ପାଇଥିବା ଓ ୨୦୧୯-୨୦ ସମ୍ପୂର୍ଣ୍ଣ ହୋଇଥିବା ଡମୁ କିଏ ଓ କେଉଁଠି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ କରାଯାଇଛି ? ଜିଓ ଟେକିଙ୍ଗ ଆକାଉଣ୍ଟ ପେମେଣ୍ଟ ହେଉଥିବା ସତ୍ତ୍ୱେ କିଭଳି ଘର ଗାଏବ ହୋଇଗଲା ? ତଦନ୍ତ ସାପେକ୍ଷ । ଦାଣ୍ଡୁଗୁଡା ର ଡମୁ ଜାନୀ ପିତା ଜିରୁ ଜାନୀ ବର୍ତ୍ତମାନ ନୂତନ ତାଲିକାରେ ଆବାସ ଗୃହ ପାଇବେ ତ ? ରୁରାଲ ହାଉସିଂ ସାଇଟ ଡମୁ ଜାନୀ ପିତା ଜିରୁ ନାମରେ ପୂର୍ବରୁ ଘର ମିଳିଛି ବୋଲି ଗ୍ରହଣ କରିବ ତ ? ଏଭଳି ଆହୁରି କେତେ ଡମୁ ଭଳି ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ବାବଦ ର ଦକ ଲକ୍ଷ ତିରିଶ ହଜାର କେଉଁ ମାନେ କିପରି କାହା ସହଯୋଗ ରେ ହଡ଼ପ କରିଛନ୍ତି ତଦନ୍ତ କରିବା ଉଚିତ ବୋଲି ସାମାଜିକ କର୍ମୀମାନେ ଦାବୀ କରୁଛନ୍ତି। ଏହିଭଳି ଘର ଗାଏବ କେବଳ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ରେ ହୋଇଛି ନା ଅନ୍ୟ ପଂଚାୟତ ରେ ମଧ୍ୟ ହୋଇଛି? ଡମୁ ଜାନୀ ଙ୍କ କେବଳ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ବାବଦ ଅର୍ଥ ବିନା ଘର ରେ ଉଠିଛି ନା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆବାସ ହିତାଧିକାରୀ ଙ୍କୁ 95 ଦିନ ର ମିଳୁଥିବା ମଜୁରୀ ଅର୍ଥ ହଡ଼ପ ହୋଇନି ତ ?

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଏକ ପେଡ଼ ମା’ଙ୍କ ନାମ – ୨.୦ ରାୟଗଡାରେ ୧୭ ସେପ୍ଟେମ୍ବରରେ ହେବ ଏକଦିବସୀୟ ସମୂହ ବୃକ୍ଷରୋପଣ

Sunil Chandra Nayak

ମାଉଣ୍ଟେନ୍ ୟୁଥ୍ ସେକେଣ୍ଡାରି ବିଦ୍ୟାଳୟ ନର୍ଲା ର ସପ୍ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ମକଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!