ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଯୁବ ଖେଳାଳି ମାନଙ୍କ ଖେଳରେ ବିମୋହିତ ଅଂଚଳର କ୍ରୀଡା ପ୍ରେମୀ

ନର୍ଲା- (ମସିହା) ଫୂଟବଲ ର ଲୋକପ୍ରିୟତା ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି ଏହି ଅଂଚଳରେ । ପ୍ରତିଯୋଗିତାର ଆରମ୍ଭ ରୁ ପ୍ରତ୍ୟେକ ଦିନ ଯୁବ ଖେଳାଳି ମାନେ ସେମାନଙ୍କ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ ।ଉନ୍ନତ ମାନର ଖେଳ ସହିତ ପ୍ରାୟ ପ୍ରତ୍ୟେକ ଦର୍ଶକଙ୍କ ପ୍ରଶଂସାର ପାତ୍ର ପାଲଟି ଥିଲେ ଅଧିକାଂଶ କ୍ରୀଡା ଛାତ୍ରାବାସ ର ଯୁବ ଓ ଉଡ଼ିୟମାନ ଖେଳାଳି । ଯଦିଓ କ୍ରୀଡା ଛାତ୍ରାବାସ କନ୍ଧମାଳ ଶେଷ ଦିନରେ କ୍ରୀଡା ଛାତ୍ରାବାସ ବଲାଙ୍ଗୀର ଠାରୁ ପରାଜୟ ବରଣ କରିଥିଲେ ମଧ୍ୟ ତାଙ୍କ ଖେଳ ରେ ସମସ୍ତଙ୍କୁ ବିମୋହିତ କରିଥିଲେ ଏହା ପଡ଼ିଆ ରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କ  ଉନ୍ମାଦନା ରୁ ଜଣା ପଡ଼ୁଥିଲା ।ତେଣୁ ଆଗାମୀ ପ୍ରତିଯୋଗିତା ରେ ସର୍ବଶ୍ରେଷ୍ଠ କ୍ରୀଡା ଛାତ୍ରାବାସ ମାନଙ୍କୁ ଆଣି ଖେଳ କରାଯିବ ବୋଲି ବିଧାୟକ ନର୍ଲା ଶ୍ରୀଯୁକ୍ତ ଭୁପିନ୍ଦର ସିଂ ଘୋଷଣା କରିଥିଲେ ।ନିଜ ଅନ୍ତରଙ୍ଗ ବନ୍ଧୁଙ୍କ ପ୍ରଜ୍ଞା ଙ୍କସ୍ମୁତିରେ ଆୟୋଜିତ ଖେଳକୁ ପ୍ରଥମ ରୁ ଶେଷ ଦିନ ପର୍ଯ୍ୟନ୍ତ ଉପସ୍ଥିତ ରହି ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଥିଲେ ନିଜେ ପଞ୍ଚୟତ ସମିତି ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନା) ।ସମସ୍ତ ଖେଳ କୁ ଅଗଣିତ ଦର୍ଶକ ସବୁ ଦିନ ଆସି ସମସ୍ତ ଖେଳାଳି ଉତ୍ସାହିତ କରିଥିବାରୁ ଆୟୋଜନ କମିଟି ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଦିଆ ଯାଇଥିଲା ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ପୁରୁଷ ହକି ବିଶ୍ଵ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

ଗୋତୋମୁଣ୍ଡା କ୍ରିକେଟ ପ୍ରିମିୟାର ଲିଗ ଫାଇନାଲରେ ଗୋତୋମୁଣ୍ଡା ଚାମ୍ପିୟାନ

masiha

5 ମ EMRS ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ସମାପନ 

masiha

Leave a Comment

error: Content is protected !!