ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମୋହନଗିରୀ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ର ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ନୟାଗଡ଼ ଚମ୍ପିୟାନ

ମ.ରାମପୁର ,୨୨/୦୧: // କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରୀ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣlମେଣ୍ଟ ର ଆଜି ଫାଇନାଲ ମ୍ୟାଚ ବଲାଙ୍ଗିର ଓ ନୟାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବଲାଙ୍ଗିର ଦଳ ଟସ୍ ଜିଣି ବ୍ୟାଟିଂ କରି ୨୦ ଓଭର୍ ରେ ୩୨୪ ରନ କରିଥିଲେ l ଏହାର ଜବାବରେ ନୟାଗଡ଼ ଦଳ ୧୮.୩ ଓଭର ରେ ୪ ୱିକେଟ ହରାଇ ରୋମାଞ୍ଚକର ଖେଳ ଖେଳି ୩୨୫ ରନ କରି ବିଜୟୀ ହୋଇ ଚାମ୍ପୀୟାନ ହୋଇଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ , ମୁଖ୍ୟବକ୍ତା କଣ୍ଟାମାଳ ବିଧାୟକ ମହିଧର ରଣା, ସମ୍ମାନିତ ଅତିଥି ଭାବରେ ମୋହନଗିରୀ ସରପଞ୍ଚ ସୁରେନ୍ଦ୍ର ଧରୁଆ, ସିଂହପୁର ସରପଞ୍ଚ ଉଛବ ପ୍ରଧାନ,ମୋହନଗିରୀ ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ, ଜିଲ୍ଳା ପରିଷଦ ସଭ୍ୟା ମଞ୍ଜୁଲତା ଧାରୁଆ,ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ, ଓଏଫସ୍ ନୀଳମାଧବ ପାତ୍ର, ପୋଲିସ ଅଫିସର ବୈଦ୍ୟ ନାରାୟଣ ଭୋଇ, ବୌଦ୍ଧ ଶିକ୍ଷକ ସଂଘ ସଭାପତି ନୀଲାଞ୍ଚଲ ଭୋଇ, ଅନୁଷ୍ଠାନ ର ସଭାପତି ଶୁକଦେବ ସାହୁ, ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l ଚମ୍ପିୟାନ ଦଳ ନୟାଗଡ଼ କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ନଗଦ ରାଶି ୫୦ ହଜାର ଟଙ୍କା ଓ ରନର୍ସ ବଲାଙ୍ଗୀର ଦଳକୁ ଟ୍ରଫି ସହିତ ନଗଦ ରାଶି ୩୦ ହଜାର ଟଙ୍କା ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରିଯାଇଥିଲା l

ମ୍ୟାଚ୍ କୁ ଆମ୍ପ୍ୟାୟର ଭାବରେ ରାଧାକାନ୍ତ ବେହେରା ଓ ସତ୍ୟନାରାୟଣ ମହାପାତ୍ର ପରିଚାଳନା କରିଥିବାବେଳେ ସ୍ଵପ୍ନେଶ୍ୱର୍ କର୍ମୀ, ଶଶିକାନ୍ତ ମାଝୀ,ଶୁଭେନ୍ଦୁ ବିଶି, ଭୂପେନ୍ଦ୍ର ମିଶ୍ର ଧାରା ବିବରଣୀ ପ୍ରଦାନ କରିଥିଲେ l ସୁନିଲ କୁମାର ଭୋଇ ଓ ଆଶିଷ କୁମାର ସାହୁ ସ୍କୋର ଦାୟିତ୍ୱରେ ରହିଥିଲେ l ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପାତ୍ର,ଭୀଷ୍ମ ମଲ୍ଲିକ, ଚନ୍ଦ୍ରକାନ୍ତ ମାଝୀ,କୁଞ୍ଜ ପ୍ରଧାନୀ, ଦଇତାରୀ ମାଝୀ,ଚନ୍ଦ୍ରକାନ୍ତ ମାଝୀ, ଜଳେଶ୍ଵର ସାହୁ, କୈଳାଶ ଧରୁଆ, ଶଙ୍କର ଦଣ୍ଡିଆ,ଭୋଜରାଜ ଭୋଇ, ଧର୍ମେନ୍ଦ୍ର ସାହୁ, ଧର୍ମେନ୍ଦ୍ର ପଧାନ , ସାଗର ବେହେରା, ଉତେଶ ଧରୁଆ,ଶ୍ରିମନ୍ତ ଧରୁଆ,ଚନ୍ଦ୍ରଭାନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଜେକେ ପେପର୍ ଲିମିଟେଡ୍ ର ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ

Sunil Chandra Nayak

ରୁଙ୍ଗଟା ମାଇନ୍ସ ଲିମିଟେଡ଼ ଙ୍କ ନିଗମ ସାମାଜିକ ଦାୟିତ୍ୱରେ ଟି-୧୦ କ୍ରିକେଟ୍ ପ୍ରତିଯୋଗିତା: ବଡ଼ବିଲ ପୋଲିସ ଦଳ ଚ୍ୟାମ୍ପିୟନ୍

Sunil Chandra Nayak

ଆଇସିଏନ୍ ମୁମ୍ବାଇ ରେ ଢେଙ୍କାନାଳ ଜିଲ୍ଲାର ଯୁବକଙ୍କ ସଫଳତା

Leave a Comment

error: Content is protected !!