ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଓ ସେକ୍ଟର ସ୍ତରୀୟ ଆଶା ସଂଘ ଗଠିତ

ଭବାନୀପାଟଣା ଠାରେ ଆଜି ବ୍ଲକ ସ୍ତରୀୟ ଆଶା ସଂଘ ଗଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ବାସନ୍ତୀ ନ।ଏକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଭବାନୀ ପାଟଣା ସଦର ବ୍ଲକ ସ୍ତରୀୟ ଆଶା ସଂଘ ଗଠନ କରାଯାଇଥିଲା ।ଏଥିରେ ସଭ।ନେତ୍ରୀ ଭାବରେ ବେବି ବାଗ ଙ୍କୁ ମନୋନୀତ କରାଯାଉଥିବା ବେଳେ ସମ୍ପାଦିକା ଭାବରେ ଶୁଭାସିନୀ ମାହାର ଙ୍କୁ ଚୟନ କରାଯାଇଥିଲା । କୋଷ।ଧକ୍ଷ ଭାବରେ ବାଳମତି ଗୁରୁଙ୍କୁ ମନୋନୀତ କରାଯାଇଥିଲା ।ସେହିପରି କର୍ଲ।ପଡ଼ା ସେକ୍ଟର ସଭାନେତ୍ରୀ ଭାବରେ ସୁରଭି ପଟେଲ ଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦିକା ଭାବରେ ଗୋମତି ମାଝୀ ଙ୍କୁ ମନୋନୀତ କରାଯାଇଛି ।କୋଷାଧକ୍ଷ ଭାବରେ କୁନି ନରିଆ ଙ୍କୁ ମନୋନୀତ କରାଯାଇଥିଲା ।ଦେପୁର ସେକ୍ଟର ସ୍ତରୀୟ ଆଶା ସଂଘର ସଭାନେତ୍ରୀ ଭାବରେ ସରୋଜିନୀ ପାତ୍ର ,ସମ୍ପାଦିକା ଶାନ୍ତି ଲତା ଗୋୖଡ଼ ,କୋଷାଧକ୍ଷ ଭାବରେ ଭବନ୍ଦିନୀ ପ୍ରଧନୀଙ୍କୁ ମନୋନୀତ କରାଯାଇଥିଲା ।ଏହି ବୈଠକରେ ଆଶା ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।ଏଥିରେ ଅନେକ ଆଶା କର୍ମୀ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ ।ବୈଠକରେ ଜୁନାଗଡ଼ ବ୍ଲକ ସଭାନେତ୍ରୀ କ୍ଷମା ଶିଳା ଛତ୍ରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ଉମରକୋଟ ଠାରେ ୬୯ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ଓ ସିପାକ୍ ଟାକ୍ରୋ ପ୍ରତିଯୋଗୀତା ୧୬.୧୦.୨୦୨୫ ରୁ ୧୯.୧୦.୨୦୨୫ ପର୍ଯ୍ୟନ୍ତ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ଭାର୍ଚୁଆଲ ମୋଡରେ ରାଇରଙ୍ଗପୁର ଉପ ଜିଲ୍ଲା ଚିକିତ୍ସାଳୟ ଡ଼ାଇଲିସିସି ସେଣ୍ଟର ଲୋକାର୍ପିତ 

masiha

ଉତ୍କଳ ଆଲୁମିନା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ 

masiha

Leave a Comment

error: Content is protected !!