ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷକ ସଙ୍ଘ ନିର୍ବାଚନ ଅନୁଷ୍ଠିତ 

ତେନ୍ଳିଖୁଣ୍ଟି ୨୨/୦୧/୨୩ ତେନ୍ତୁଳିଖୁଣ୍ଟି ବ୍ଳକର ପୂଜାରୀଗୁଡା ପଂଚାୟତ ର ଢେପ ଗୁଡା ନର୍ସରୀ ଠାରେ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ସଭାନେତ୍ରୀ ଶ୍ରୀ ନାଗେଶ୍ୱରୀ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ପ୍ରଥମେ ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ଅତିଥି ଭାବେ ରାଜ୍ୟ ଉପସଭାପତି ସନତ୍ତ କୁମାର ପ୍ରହରାଜ ଯୋଗଦେଇ ଥିଲେ।ସମ୍ମାନନୀୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଭବାନୀ ଚରଣ ବିଷୋୟୀ ଯୋଗ ଦେଇଥିବା ବେଳେ ଜିଲ୍ଲା ଉପସଭାପତି ଗୋପୀନାଥ ମହାନ୍ତି ସଭା ପରିଚାଳନା କରିଥିଲେ।ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଂକ ର ଅନେକ ସମସ୍ୟା କେତେକ ଶିକ୍ଷକ ମାନେ ବ୍ଳକର ଉପରିସ୍ଥ ଅଧିକାରୀ ଙ୍କଠାରୁ ବହୁତ ଅସୁବିଧାର ସମ୍ବୁଖିନ ଭୋଗୁଥିବା ନେଇ ରାଜ୍ୟ ଉପସଭାପତି ଓ ଜିଲ୍ଲା ସଙ୍ଘ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ପାଖରେ ଶିକ୍ଷକ ମାନେ ଗୁହାରି କରିଥିଲେ ।ତେନ୍ତୁଳିଖୁଣ୍ଟି ବ୍ଳକର ବିଇଓ ଅଫିିସ ର କିରାଣୀ ମାନେ ଶିକ୍ଷକ ଓ ଅଵସର ପ୍ରାପ୍ତ ଶିକ୍ଷକ ମାନଂକ ର କାମ ବର୍ଷ ବର୍ଷ ବିତିଯାଇଥିଲେ ବି କାମ କରୁ ନାହାନ୍ତି ବୋଲି ଅଭିଯୋଗ କରିଥିଲେ। ଭବାନୀ ଚରଣ ବିଷୋୟୀ କହିଛନ୍ତି ଜିଲ୍ଲାର ଅଧିକାଂଶ ବିଇଓ ଅଫିସ ରେ ବିନା ଲାଞ୍ଚ ରେ କୌଣସି କାମ ହେଉ ନି । ଏହାକୁ ଅନେକ ଶିକ୍ଷକ ସମ୍ମତ ପ୍ରକାଶ କରିଥିଲେ।ଯେଉଁ ଶିକ୍ଷକ ମାନଙ୍କର ଯେ କୌଣସି ଅସୁବିଧା ର ସମ୍ବୁଖିନ ହେଉଛନ୍ତି ତୁରନ୍ତ ଜିଲ୍ଲା କମିଟି କୁ ବ୍ଲକ ସଂଘ ଚିଠି ମାଧ୍ୟମରେ ଜଣେଇବାକୁ କହିଛନ୍ତି ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ତ୍ରିପାଠୀ। କୋଷାଗୁମୁଡ଼ା ବ୍ଳକର କେତେକ ଶିକ୍ଷକ ଙ୍କ ସମସ୍ୟା୍15 ଦିନ ଭିତରେ ସମାଧାନ ନ ହୁଏ ତାହା ହେଲେ ଵିଇଓ ଅପିସ କୁ ଘେରାଉ କରାଯିବ ବୋଲି କହିଥିଲେ।ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ର କାର୍ଯକାରିଣୀ ରେ 10 ଟି ବ୍ଳକର ବ୍ଲକ ସଭାପତି ଓ ସମ୍ପାଦକ ମାନେ ଯୋଗଦେଇ ଥିଲେ। କାର୍ଯକାରିଣୀ ସରିବା ପରେ ତେନ୍ତୁଳିଖୁଣ୍ଟି ବ୍ଲକ କମିଟି ଗଠନ କରାଯାଇଛି ସର୍ବସମତି ଭାବରେ କ୍ଷେତ୍ର ମୋହନ ବିଷୋୟୀ ଙ୍କୁ ସଭାପତି ଭାବେ ଚୟନ କରାଯାଇଛି।ଉପସଭାପତି ପ୍ରଦୀପ କୁମାର ସୁନା, ଉପସଭାନେତ୍ରୀ ସଂଯୁକ୍ତାଦେଇ ସମ୍ପାଦକ ଅରବିନ୍ଦ ନାୟକ, ସହ ସମ୍ପାଦକ ମାଗତି ପାଣିଗ୍ରାହୀ,ହରିହର ବେହେରା, ସଞ୍ଜୁତା ଦାସ ମନୋନୀତ ହୋଇଥିଲେ। କୋଷାଧ୍ୟକ୍ଷ ଉମେସ ଚନ୍ଦ୍ର ନାୟକ, ସଂଜୋଜକ ରାମଚନ୍ଦ୍ର ରାଉତ ହୋଇଥିଲେ।ଶିକ୍ଷକ ମାନଂକ ର ପଦୋନ୍ନତି, ଆର ଏ ସି ପି ,ଶିକ୍ଷା କର୍ମୀ, ଶିକ୍ଷା ସହାୟକ ମାନଂକ ର 6 ବର୍ଷୀୟ ଇନକ୍ରି୍ିମେଣ୍ଟ ,କ୍ୟାଡ଼ର ସଂଶୋଧନ,ଗଣଶିକ୍ଷକ ମାନଂକ ର ଇକ୍ସ କେଡ଼େର ଉଚ୍ଛେଦ,ପୁରୁଣା ପେନସନ ଲାଗୁ କରିବା ପାଇଁ ଦାବି କରିବା ବୋଲି ଜିଲ୍ଲା ସମ୍ପାଦକ ରମଣି ରଞ୍ଜନ ତ୍ରିପାଠୀ କହିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନର ବୈଠକ ଆୟୋଜିତ

masiha

ଖଇରା ସାହିତ୍ୟ ସଂସଦର ବର୍ଷା ଆସର

Sunil Chandra Nayak

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!