ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଜୟ କୁମାର ଜେନା ଙ୍କ କବିତା //ସକାଳର ଜଣାଣ // ସର୍ବ ବ୍ୟାପି ତୁମେ

ସକାଳର ଜଣାଣ

ସର୍ବ ବ୍ୟାପି ତୁମେ

 ବିଜୟ କୁମାର ଜେନା

ତୁମକୁ ଦେଖୁଛି ନିତି ମହାବାହୁ
             ଆକାଶର ନିଳୀମାରେ 
ସକାଳ ସୁରୁଜ ମୁରୁଜରେ ତୁମେ
              ମନ୍ଦ ମନ୍ଦ ମଳୟ ରେ।
ତୁମକୁ ଦେଖୁଛି ପୂର୍ଣ୍ଣମୀ ଜହ୍ନରେ
                  ମିଟି ମିଟି ତାରା ମେଳେ
ଶିଶୁର କୁଆଁରେ ଅନ୍ତୁଡ଼ି ଶାଳରେ
                   ଜନନୀ ଅମ୍ବୃତ କୋଳେ।
ଶରତ ଋତୁର ନିର୍ମଳ ରେ ତୁମେ
                  କୋଇଲିର କୁହୁ ତାନେ
କଦମ୍ବ ଫୁଲର ବାସନାରେ ତୁମେ
                   ଭ୍ରମର ର ଗୂଣୁ ଗାନେ।
ତୁମେ ବିଦ୍ୟମାନ ତୁମେ ଶକ୍ତିବାନ
               ଭୂମି ଠାରୁ ଭୂମା ଯାଏ
ଏତେ ବଡ଼ ପ୍ରଭୁ ସୃଷ୍ଟି ଙ୍କ ପାଖରେ
               ମଥା ମୋର ନଇଁ ଯାଏ।
ସବୁଠାରେ ଅଛି ତୁମରି ପରଶ
                ତୁମ ଆଶିଷ ର ଧାରା
ତୁମକୁ ଛାଡିକି କେ ରହି ପାରିବ
                 ଜୀବନ ଲାଗେ ନିଆରା।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ

 ଶାମୁକା ସାହି ରଣପୁର ନୟାଗଡ଼

Related posts

ଟିପିଏନଡିଓଲର ଦାଦାଗିରି ; ବିଦ୍ୟୁତ କାଟ ଅଭିଯାନ ବେଳେ ଆଦିବାସୀ ଦମ୍ପତ୍ତି’ଙ୍କ ଉପରେ ଆକ୍ରମଣ ଓ ଦୁର୍ବବ୍ୟବହାର

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା କିଛି ରହିଗଲା ବାକି 

Sunil Chandra Nayak

ପ୍ରତାପ କେଶରୀ ସାହୁ ଙ୍କ କବିତା l l ନୂଆଁ ବରଷ ୨୦୨୩ l l

Sunil Chandra Nayak

Leave a Comment

error: Content is protected !!