ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର

ରାଉରକେଲା/ ହମିରପୁର ସ୍ଥିତ ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଫାଦର ଯୋଶେଫ ଆମଦୋଦନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସ୍କୁଲର ଆଲୁମନି ଅନୁପମ ଗୁପ୍ତା, ବବିତା ମଣ୍ଡଳ,ଅମିତ ଧର, ସଞ୍ଜୟ କୁମାର ମାହାତୋ, ପି କେ ତ୍ରିପାଠୀ,ଅବିନାଶ କେର୍କେଟା, ଫାଦର ବୁଲୁ ବିରେନ୍ଦ୍ର କୁଜୁର ପ୍ରମୁଖ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ବ୍ଲଡ ବ୍ୟାଙ୍କର ଡାକ୍ତର ଏମ୍ ସୋରେନ ଓ ତାଙ୍କ ଟିମ୍ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଧୀର ଭୋଳ,ଦୀପକ ଶଙ୍କର ମହାପାତ୍ର, ସରିତା ମଣ୍ଡଳ,ରୀନା ଦେ, ସୁଶ୍ରୀ ସଂଗୀତା ସାହୁ, ସୁବାସ ସାହୁ, ବିଶ୍ବଜିତ ରାଉତ, ନରେନ୍ଦ୍ର ସିଂହ କଲ୍ଲା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସୂଚନା ଯୋଗ୍ୟ ଯେ ସ୍କୁଲ ତରଫରୁ ଏହି ରକ୍ତଦାନ ଶିବିର ୯ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଶେଷରେ ଶ୍ରୀ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭୂମିକା ଚକ୍ଷୁ ଚିକିତ୍ସାଳୟ ,କରଂଜିଆ ଆନୁକୁଲ୍ୟରେ ରାଇରଙ୍ଗପୁରରେ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

Sunil Chandra Nayak

କେନ୍ଦୁପଡା ଗ୍ରାମର ୧୭ ଜଣ ଝାଡା ରୋଗରେ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

Sunil Chandra Nayak

ଖଡ଼ିଆଳ ରେ ଖୋଲିବ ହେଲ୍ଥ ୱେଲନେସ ସେଣ୍ଟର

Sunil Chandra Nayak

Leave a Comment

error: Content is protected !!