ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦକ୍ଷିଣ ସମ୍ଭାଗ ଶିଶୁ ମନ୍ଦିର ଖେଳକୁଦ ସମାରୋହ ଅନୁଷ୍ଠିତ

ଜୁନାଗଡ ,୨୪/୧(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ ହାଇସ୍କୁଲ ଖେଳ ପଡିଆଠାରେ ସରସ୍ୱତୀ ଶିଶୁ ମନ୍ଦିର ଦକ୍ଷିଣ ସମ୍ଭାଗ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି ! ଏଥିରେ କଳାହାଣ୍ଡି, ନବରଙ୍ଗପୁର, କରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ୧୪୯ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ ! ଉଦଘାଟନୀ ଉତ୍ସବରେ ଜୁନାଗଡ ଏନଏସି ନଗରପାଲ ମୁକେଶ ଅଗ୍ରୱାଲ, ବିଡ଼ିଓ ତୁଲରାମ ମାରାଣ୍ଡି,ଦକ୍ଷିଣ ସମ୍ଭାଗ ସଂଯୋଜକ ସୁକାନ୍ତ ବେହେରା , ସଭାପତି ରୁପସିଂ ମାଝୀ, ସ୍ଥାନୀୟ ଜୁନାଗଡ ଶିଶୁ ବିଦ୍ୟା ମନ୍ଦିର ସଭାପତି ଇଶ୍ଵର ପୁଝାରୀ, ସମ୍ପାଦକ ହେମନ୍ତ କୁମାର ମୁଣ୍ଡ, ପ୍ରଥମ ଆଚାର୍ଯ୍ୟ ଶ୍ରବଣ କୁମାର ସାହୁ ଉପସ୍ଥିତ ଥିଲେ ! ଉଦଯାପନୀ ଉତ୍ସବରେ ଶିଳ୍ପ ପତି ଦୁର୍ଗା ପ୍ରସାଦ ନାଏକ, ବେଦପ୍ରକାଶ ଗୋଏଲ, ସୁଭେନ୍ଦୁ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ! କଳାହାଣ୍ଡି ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ରଙ୍କ ତୁତ୍ବବଧାନରେ ୩୫ ଜଣ ପରିଚାଳକ ଖେଳକୁଦ ସମାରୋହକୁ ତୁରୋନିତ୍ କରିଥିଲେ ! ୯୨ ଜଣ ଖେଳାଳି ପୁରସ୍କୃତ ହୋଇଥିବା ବେଳେ ସନ୍ତୋଷ ପରଜା, ବିଜୟ ମାଝୀ, ଟିକିମଣି ଶବର, ତୁଳସୀ କୁମାର ଦାସ, ରଞ୍ଜିତା, ରାଜେନ୍ଦ୍ର ପାଢ଼ୀ ଶେଷ୍ଠ କ୍ରୀଡାବିତ୍ ଭାବେ ସମ୍ମାନିତ ହୋଇଥିଲେ !

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ପଟାପଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ // ସୁପର ଓଭର ରେ ଟାଇଗର କ୍ଲବ ବୋର୍ଡାପଡା ଦଳ କୁ ହରାଇ ଚାମ୍ପିଅନ୍

Sunil Chandra Nayak

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ରାଇରଙ୍ଗପୁର ରେ ଵାମନଘାଟୀ ଫୁଟବଲ ଆସୋସିଏସନ୍ ପକ୍ଷରୁ ୧୨ ତମ ବାର୍ଷିକ ତ୍ରୀଦିଵସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ 

masiha

Leave a Comment

error: Content is protected !!