ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ

ଭବାନୀପାଟଣା: ତା ୨୩/୦୧/୨୦୨୩ ରିଖ ମହାନ ସ୍ୱାଧୀନତା ସଂଗ୍ରାମୀ, ଦେଶପ୍ରେମୀ ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ସ୍କୁଲ ପରିସରରେ ପାଳିତ ହୋଇଯାଇଛି। ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସ୍କୁଲ ର ସଭାପତି ଶିକ୍ଷାବିତ ବ୍ରହ୍ମାନନ୍ଦ ସାମଲ, ଶିଶୁ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ, ଚଳଚିତ୍ର ନିର୍ଦେଶକ ଶଙ୍କରସଣ ନାୟକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ସମାଜ ସେବା, ଭାତୃଭାବ, ଦେଶପ୍ରେମ , ରାଷ୍ଟ୍ରଗଠନ ରେ ସାମିଲ ହେବା ପାଇଁ ସମସ୍ତ ଅତିଥି ଗଣ ଛାତ୍ରଛାତ୍ରୀ ଙ୍କୁ ଆହ୍ୱାନ ଦେଇଥିଲେ। ସର୍ବପ୍ରଥମେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ କରାଯାଇଥିଲା ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ଧନ୍ୟବାଦ ଦେଇଥିବା ବେଳେ ଶିକ୍ଷୟିତ୍ରୀ ମିକୁମିକ୍ସ ନିଆଲ ସଭା ପରିଚାଳନା କରିଥିଲେ। ଶିକ୍ଷକ ବସନ୍ତ ନାଏକ, ତପନ ନାଏକ, ଶିକ୍ଷୟିତ୍ରୀ ଵିଷ୍ଣୁପ୍ରିୟା ସାମନ୍ତରା, ଚନ୍ଦ୍ରପ୍ରଭା ମିଶ୍ର, ସାଧ୍ୟାନା ପ୍ରଧାନ , ବୃଷଭ ଦାସ, ନରେଶ ସୁନାନୀ, ଶାନ୍ତି ଆରୁଖ ସହଯୋଗ କରିଥିଲେ।

    ମସିହା ନିୟୁଜ୍ ସର୍ଭିସ୍ 

Related posts

ପାହାଡପୁରରେ ମହାମହିମ ରାଷ୍ଟ୍ରପତିଙ୍କ ସ୍ବାମୀ ଶ୍ୟାମ ଚରଣଙ୍କୁ ନବମ ଶ୍ରାଦ୍ଧ ବାର୍ଷିକ ଧୂମଧାମରେ ପାଳିତ 

Sunil Chandra Nayak

ବ୍ୟାସ କବି ଫକୀର ମୋହନ ସେନାପତି ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ     ନିମନ୍ତ୍ରିତ ଅଭିଭାଷଣ ଓ ପୁସ୍ତକ ଲୋକାର୍ପଣ ଉତ୍ସବ 

masiha

Leave a Comment

error: Content is protected !!