ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପିତ

ଶିବିରାର୍ଥୀମାନଙ୍କୁ ଶୃଙ୍ଖଳା ଶିକ୍ଷା ପ୍ରଦାନ କରେ ଶିବିର

ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପନୀ ସଂଧ୍ୟାରେ  ଅତିଥି ମାନେ କହିଥିଲେ ” ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ  ଏହିପରି ଶିବିରର ଆୟୋଜନର ଆବଶ୍ୟକତା ରହିଛି ।” କଳାହାଣ୍ଡି ଜିଲ୍ଲା କୋକସରା ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ତିନିଦିନିଆ ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିରର  ଉଦଯାପନୀ ଉତ୍ସବରେ  ମହାବିଦ୍ୟାଳୟର ପରିଚାଳନା ପରିଷଦର ପ୍ରତିଷ୍ଠାତା ସଂପାଦକ ବ୍ୟୋମକେଶ ପଣ୍ଡା ସଭାପତିତ୍ୱ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଧର୍ମଗଡ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି,ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ବରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ  ପ୍ରତିଷ୍ଠାତା ସଭ୍ୟ ପୁରୁଷୋତ୍ତମ ଦାସଗୁପ୍ତା ଯୋଗଦେଇ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ଯୁବ ରେଡକ୍ରସର ସଂଯୋଜକ ଶାନ୍ତନୁ କୁମାର ପରିଡା ତିନିଦିନିଆ ଶିବିରର ଅନୁଭୂତି ବର୍ଣ୍ଣନା କରିଥିଲେ । ଶିବିରର ନିର୍ଦ୍ଦେଶକ ଅଧ୍ୟାପକ ସୁବ୍ରତ କୁମାର ବେହେରା ଶିବିରର ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲାବେଳେ ପରାମର୍ଶଦାତା ମାନସ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଈରୀ ନାଶନ ଚିନ୍ଦା ଓ ଚନ୍ଦ୍ରଚୁଡ ବେହେରା ପରିଚାଳନା କରିଥିଲେ। ଯୁବ ରେଡକ୍ରସର ତିନିଦିନ ପାଇଁ ଉଦ୍ଧିଷ୍ଟ ଏହି ଶିବିରରେ ରେଡକ୍ରସ ଇତିହାସ, ବିକାଶ ଓ ଚିହ୍ନ,ମୌଳିକ ନିୟମ ବିଷୟରେ ମାନସ ପଣ୍ଡା,ବିପର୍ଯ୍ୟୟ ପରିଚାଳନା ବିଷୟରେ ଓଡିଶା ଅଗ୍ନିଶମ ବିଭାଗ,ପ୍ରାଥମିକ ଚିକିତ୍ସା ବିଷୟରେ ମୋହନ ଚରଣ ବିଷି, ରକ୍ତଦାନର ମହତ୍ତ୍ଵ ବିଷୟରେ ଗୋବିନ୍ଦ ସାହୁ,ସଡକ ସୁରକ୍ଷା ବିଷୟରେ ଦଶମନ୍ତ ରଣା,ଏଚଆଇଭି ଏଡ଼ସ୍ ବିଷୟରେ ସଂଜିବ ସାହୁ ଓ ଝସକେତନ ବାରିକ, ନେତୃତ୍ୱର ବିକାଶ ବିଷୟରେ ଶାନ୍ତନୁ କୁମାର ପରିଡା,ବିଶ୍ୱତାପାୟାନ ବିଷୟରେ ସରୋଜ କୁମାର ପଣ୍ଡା,ନିଶା ମୁକ୍ତ କ୍ୟାମ୍ପସ୍ ବିଷୟରେ ସଂଜିବ କୁମାର ମୁଣ୍ଡ,ବ୍ୟକ୍ତିତ୍ୱ ବିକାଶ ବିଷୟରେ ଚନ୍ଦ୍ରଚୁଡ ବେହେରା ଓ ଯୋଗ ବିଷୟରେ ଅନିଲ କୁମାର ମାଝୀ  ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରତ୍ୟହ ପ୍ରାତଃ ସମୟର ଆୟୋଜିତ ଯୋଗ ଶିବିର ତଥା ଦ୍ଵିତୀୟ ଦିବସର ରକ୍ତଦାନ ଶିବିର କୁ କ୍ୟାପଟେନ ଭବାନୀ ଶଙ୍କର ପଣ୍ଡା ପରିଚାଳନା କରିଥିଲେ । ଏହା ବ୍ୟତୀତ ଶିବିରାର୍ଥୀମାନଙ୍କ ମଧ୍ୟରେ ପ୍ରବନ୍ଧ,ତର୍କ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଏବଂ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶିବିରାର୍ଥୀମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା।ଏହି ଶିବିର ର ଦ୍ଵିତୀୟ ଦିବସରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇ ୩୩ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଶିବିରରେ ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ  ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୧୨୦ ଜଣ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଯୋଗଦାନ କରିଥିଲେ।ଏହି ଶିବିର ପରିଚାଳନାରେ କୋକସରା ଡିଗ୍ରୀ ମହାବିଦ୍ୟାଳୟର  ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଯୁବରେଡକ୍ରସ  ଏନସିସି ଓ ଏନଏସଏସ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀମାନେ  ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲରେ ହେବାକୁ ଯାଉଛି ୪୪ତମ ଶୁଣାଣି 

Sunil Chandra Nayak

ନବରଙ୍ଗପୁର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ଏବଂ ଜିଲ୍ଲା ସ୍ତରୀୟ ‘ ସୁଶାସନ ଦିବସ ‘ ପାଳନ

masiha

ପଶ୍ଚିମବାର୍ଡରେ ଭୟାବହ ଅଗ୍ନିକାଣ୍ତ ଘଟି ଜଳି ଗଲା ୨୦ରୁ ଉର୍ଦ୍ଧ୍ୱ ଦୋକାନ ଓ ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ପାଂଉଶ  

Leave a Comment

error: Content is protected !!