ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

” ଯଶନେ ଏ ଦସ୍ତାର ବନ୍ଦା” କାର୍ଯ୍ୟକ୍ରମରେ ଜଲସା ର ଜଲବା

ତିର୍ତ୍ତୋଲ :- 23/01/23 – ଭାରତ ସର୍ବଧର୍ମ ସମନ୍ୱୟ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ପୃଥିବୀରେ ଏହାର ନାଁ ବହୁତ ଉର୍ଦ୍ଧରେ ! ସାମ୍ବିଧାନିକ ଅଧିକାର ଅନୁସାରେ ଏଠି ସମସ୍ତେ ନିଜ ନିଜର ଧାର୍ମିକ ଚେତନା ବିଷୟରେ ଆଲୋଚନା ଓ ଶିକ୍ଷାକୁ ଲୋକାଭିମୁଖୀ କରିଥାନ୍ତି ! ସେଇପରି ଇସ୍ଲାମିକ ଧାର୍ମିକ ଭାବନା ସହିତ ଅନୁବନ୍ଧିତ କାର୍ଯ୍ୟକ୍ରମ ହେଉଛି ଜଲସା ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ମୁଳୁସିଂ ପଞ୍ଚାୟତର ଖାନଚନ୍ଦ୍ରପୁର ଗ୍ରାମରେ “ମଦ୍ରାସା ଖାଇଲୁ ଉଲୁମ” ରେ ” ଯଶନେ ଏ ଦସ୍ତାର ବନ୍ଦା ” ଜଲସା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସଫି ଆଜମ୍ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଥିଲେ ସମିତିସଭ୍ୟ ରଞ୍ଜନ କୁମାର ସାହୁ ! ଏହି ଉତ୍ସବରେ ଡୁମୁକାର ମୌଲାନା ଅଖତାର ରାଜା ଚତୁର୍ବେଦ, ଝଡଖଣ୍ଡର ହାଦୀଶ ଅନୱାର ସାହବ, ରସୁଲପୁର ଖଲିଫା ର ତାଜସୂରିୟା ମୁଫତି ରିଆକତ ହୁସେନ ଅଜହରୀ, କୋଲକାତା ରଶିରାଜ ରାଜା ସଫି, କଳିଙ୍ଗ ର ସମରେଶର ଆଲାମ୍ ପ୍ରମୁଖ ବକ୍ତା ମାନେ ଯୋଗଦାନ କରି ଇସ୍ଲାମିକ ଧାର୍ମିକ ଚେତନା ଉପରେ ଆଲୋଚନା କରିଥିଲେ ! ସ୍ଥାନୀୟ ବସ୍ତି ସର୍ଦ୍ଦାର ସେକ ସବିରୁଦ୍ଦିନ, ଅମରଅଲ୍ଲୀ ଖାନ, ଇବ୍ରାହିମ ଖାନ, ହାଇଦର ଖାନ ମଞ୍ଚାସିନ ଥିବାବେଳେ ସହଯୋଗ କରିଥିଲେ ଅବଦୁଲ ସାଜିଦ, ଅରମାନ ଅଲ୍ଲୀ, ଅଜିଜ ଅଲ୍ଲୀ, ସାହିଲ ଖାନ, ଅହମ୍ମଦ ଖାନ, ସାଜିଦ ଅଲ୍ଲୀ ଏବଂ ଆହୁରି ଅନେକ ଯୁବକ ବନ୍ଧୁ ! ହିନ୍ଦୁ ମୁସଲିମ ଭାଇଚାରାରେ ଅନୁଷ୍ଠିତ ଏହି ଉତ୍ସବ ବହୁ ପୁରାତନ ସମୟରୁ ଚାଲି ଆସିଥିବାର ଶୁଣିବାକୁ ମିଳିଛି ! ପ୍ରେମ, ସଦିଚ୍ଛା, ବନ୍ଧୁତ୍ୱ, ଅହିଂସା ଓ ଭଲ ପାଇବା ଏହି ଜଲସା ର ବାର୍ତ୍ତା ଅତି ଉତ୍ତମ ଜ୍ଞାନ ଯୋଗେଇ ଆସିଥିବାର କୁହାଯାଏ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ସ୍ୱାବଲମ୍ବୀ ଭାରତ ଅଭିଯାନର ରାଷ୍ଟ୍ରୀୟ କର୍ମଶାଳାରେ କଳାହାଣ୍ଡି ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ

Sunil Chandra Nayak

ଵହଳଦା ବଜାର ରାସ୍ତା ମରଣଯନ୍ତା; ମରାମତି ପାଇଁ ସାଧାରଣରେ ଦାଵି

masiha

ଜୁନାଗଡ଼ ଏନଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!