ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ ଯୋଗ ଦ୍ଵାରା ଚିନ୍ତା ମୁକ୍ତ ଜୀବନ ଓ ଶାନ୍ତି ର ଅନୁଭୂତି ପ୍ରାପ୍ତ ହୁଏ- ରାଜ ଯୋଗିନୀ ଉର୍ମିଳା ଦିଦି

ଧର୍ମଗଡ:ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଧର୍ମଗଡ ଶାଖା ପକ୍ଷ ରୁ ରାଜ ଯୋଗ ସମ୍ବନ୍ଧୀୟ ଏକ ପ୍ରବଚନ କାର୍ଯ୍ୟକ୍ରମ ଅରବିନ୍ଦ ପଡ଼ା ସ୍ଥିତ ଶ୍ୟାମ କୁଟୀର ଠାରେ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ରାଜସ୍ଥାନ ମାଉଣ୍ଟଆବୁ ମୂଖ୍ୟ କାର୍ଯ୍ୟାଳୟ ରୁ ସୁଲେଖିକା ତଥା ପ୍ରେରଣା ଦାୟୀ ବକ୍ତା ରାଜ ଯୋଗିନୀ ଉର୍ମିଳା ଦିଦି ଜୀ ଯୋଗ ଦେଇ ଶାନ୍ତି, ଧୈର୍ଯ୍ୟ ଓ ପ୍ରେମ ଉପରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ମନୁଷ୍ୟ ଶାନ୍ତି ର ଅନୁଭୂତି ସହ ଚିନ୍ତାମୁକ୍ତ ଜୀବନ ଜିଇଁବା ପାଈ ରାଜ ଯୋଗ ଏକ ଉପଯୁକ୍ତ ମାର୍ଗ ଓ ଏହାକୁ ସମସ୍ତେ ଅନୁସରଣ କରିବାକୁ ପରାମର୍ଶ ଦେଇ ଥିଲେ । ଏହି କାର୍ଯ୍ୟ କ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଭବାନୀପାଟଣା କେନ୍ଦ୍ର ସଞ୍ଚାଲିକା ବ୍ରହ୍ମ କୁମାରୀ ଶଶି ଭଉଣୀ, ବ୍ରହ୍ମ କୁମାର ମାନସ ଭାଈ ଓ ସୁବାଷ ଭାଇ ପ୍ରମୁଖ ମଞ୍ଚାସିନ ଥିଲେ । ଧର୍ମଗଡ ନଗର ପାଳ ଅଶୋକ ମହାନ୍ତି, ଉପ ନଗର ପାଳ ମନିଷା ମିଶ୍ର, ପୂର୍ବତନ ସରପଂଚ ଲକ୍ଷ୍ମୀକାନ୍ତ ବାଗ, ଘନଶ୍ୟାମ ଅଗ୍ରୱାଲ ଙ୍କ ସମେତ ଶତାଧିକ ସୁଧିଜନ ଉପସ୍ଥିତ ଥିଲେ। ଶ୍ୟାମ ପରିବାର ପକ୍ଷ ରୁ କିଶୋର ଅଗ୍ରୱାଲ, ପତ୍ନୀ ସୁନୀତା ଅଗ୍ରୱାଲ, ବ୍ରହ୍ମ କୁମାର ନବିନ ଭାଈ, ଦିଲ୍ଲୀପ ଭାଈ, ମୁନିରାମ ଭାଇ ଓ ଲକ୍ଷପତି ଭାଈ କାର୍ଯ୍ୟ କ୍ରମ ଅୟୋଜନ ରେ ସହାୟତା କରିଥିଲେ । 

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଗ୍ରାମାଞ୍ଚଳରେ ସ୍ୱଛତା ମିଶନ ଏବେ ଅବ୍ୟବସ୍ଥା ରେ ପରିଣତ, ରାସ୍ତାକଡ଼ ପାଲଟିଛି ମୁଜ୍ତାକାଶ ଶୌଚାଳୟ 

masiha

ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ସମାରୋହ ପକ୍ଷ ଉଦଯାପିତ

Sunil Chandra Nayak

ତେରେସିଂହାରେ କୁରାଳ ପଞ୍ଚମୀ ପାଳିତ

masiha

Leave a Comment

error: Content is protected !!