ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଇପଟା ଠାରେ ସିଆରପିଏଫର ଜନସମ୍ପର୍କ କାର୍ଯ୍ୟକ୍ରମ

ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ୍ୟ ସିଆରପିଏଫ୍ ୧୨ ବାହିନୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ଦ୍ଵାରା ଜନସମ୍ପର୍କ କାର୍ଯ୍ୟକ୍ରମ ଗୋଇପଟା ସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲାଞ୍ଜି ପଞ୍ଚାୟତର ୧୨ଟି ଗ୍ରାମର ୧୦୦ ଜଣ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦ୍ଵାରା ଗରିବ ଆଦିବାସୀ ଜନଜାତିଙ୍କ ପାଇଁ ଉଦ୍ଧିଷ୍ଟ କଲ୍ୟାଣ କାରି କାର୍ଯ୍ୟକ୍ରମ ରୁ ଗୋଟିଏ କାର୍ଯ୍ୟକ୍ରମ। ୧୨ ର୍ଥ ବାହିନୀ ସିଆରପିଏଫ୍ କେବଳ ନକ୍ସଲ ବିରୋଧୀ ଅଭିଯାନ କରୁନାହିଁ । ସିଆରପିଏଫ୍ ବାହିନୀର ଆଲଫା କମ୍ପାନୀ ଦ୍ଵାରା ଲାଞ୍ଜି ଗ୍ରାମପଞ୍ଚାୟତ ସ୍ଥିତ ଗୋଇପଟା ସିଆରପିଏଫ କ୍ୟାମ୍ଫ ଦ୍ୱାରା ବିଭିନ୍ନ କଲ୍ୟାଣ କାରି କାର୍ଯ୍ୟକ୍ରମ ମଧ୍ୟ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମ ଓଡିଶା ସେକ୍ଟର ଭୁବନେଶ୍ୱର ଏବଂ ନନ୍ଦ କିଶୋର କୁମାର ପ୍ରସାଦ କମାଣ୍ଡେଟ ୧୨ର୍ଥ ବାଟାଲିୟନ ସିଆରପିଏଫ ସମ୍ବଲପୁର ମୁଖ୍ୟାଳୟ ଙ୍କ ନିର୍ଦେଶ କ୍ରମେ ଆଜି ଏକ ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା l ଏଥିରେ ୧୨ର୍ଥ ବାଟାଲିଅନ ସିଆରପିଏଫର ଦ୍ୱିତୀୟ କମାଣ୍ଡଣ୍ଟେ ଅଧିକାରୀ ଏନ୍ ରତନ କୁମାର ସିଂଙ୍କ ତତ୍ଵାବଧାନରେ ଆୟୋଜିତ ହୋଇଥିବାବେଳେ ଏଥିରେ ମୁଖ୍ୟଅତିଥି ଙ୍କ କରକମଳରେ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ର ୧୦୦ ଗରିବ ଆଦିବାସୀ ପରିବାର ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା l ଉକ୍ତ ଶିବିରରେ ବହୁ ସଂଖ୍ୟାରେ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜି ସରପଞ୍ଚ ଯମୁନା ମାଝୀ,ରାମ ଚନ୍ଦ୍ର ମଲ୍ଲିକ ଲାଞ୍ଜି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସଂଖ୍ୟା ଚରଣ ବେଶ୍ରା ଏସବିଆଇ ଶାଖା ପରିଚାଳକ ପ୍ରମୁଖ ଉପସ୍ଥିତିରେ କାର୍ଯ୍ୟକ୍ରମ କରାଯାଇଥିବା ବେଳେ କାମାଣ୍ଡୋ ମିତ୍ରଭାନୁ ମହନ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ l ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରି କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ପରାମର୍ଶ ଦିଆଯାଇଥିଲା l ୧୨ ର୍ଥ ବାହିନୀର ଅନ୍ୟାନ କର୍ମଚାରୀ ମଧ୍ୟ୍ୟ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ଓ ଉପସ୍ଥିତ ଅଞ୍ଚଳ ବାସୀଙ୍କ ପାଇଁ ଆହାର ବ୍ୟବସ୍ଥା କରାଯାଇଥିଲା ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଓଡ଼ିଆ ପକ୍ଷ ପାଳନ  ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପ୍ରାଥମିକବିଦ୍ୟାଳୟରେ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ 

masiha

ପିଲାଙ୍କ ପାଇଁ ଦିନଟିଏ

masiha

ବଲାଙ୍ଗିର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ବ୍ରଜ ମୋହନ ବିଶୋଇ ଙ୍କୁ ଅଧ୍ୟକ୍ଷ ନିଯୁକ୍ତି..ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଏବଂ ଅଧ୍ୟକ୍ଷ ବିଶୋଇ ଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

Sunil Chandra Nayak

Leave a Comment

error: Content is protected !!