ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଆରପିଏଫର ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ଥୁଆମୁଳ ରାମପୁର:୨୫/୦୧ – (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୁଣପୁର ସ୍ଥିତ ସିଆରପିଏଫ କ୍ୟାମ୍ପ ଠାରେ ନନ୍ଦ କିଶୋର କୁମାର ପ୍ରଧାନ କମାଣ୍ଡେଟ୍ ୧୨ ବାଟାଲିୟନ ସିଆରପିଏଫ ସମ୍ବଲପୁର ମୁଖ୍ୟାଳୟ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଜନ ସଂପର୍କ ଶିବିର ସିଆରପିଏଫ ଦ୍ବିତୀୟ କମାଣ୍ଡେଣ୍ଟ ଅଧିକାରୀ ଏନ୍ ରତନ୍ କୁମାର ସିଂଙ୍କ ତତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନିରିହ ଗରବ ଅସହାୟ ବୃଦ୍ଧ, ବୃଦ୍ଧା,ବିଧବା, ଭିନ୍ନକ୍ଷମ, ଗରିବ ଲୋକ ମାନଙ୍କୁ କମ୍ବଳ,ଏବଂ ଜରୁରୀ କାଳୀନ ଔଷଧ ଗୁଡ଼ିକ କ୍ୟାମ୍ପ ଦ୍ଵାରା ପ୍ରଦାନ କରାଯାଇଥିବା ବେଳେ ୧୦୦ ରୁ ଉର୍ଦ୍ଧ ଅସହାୟ ଲୋକ ଉପସ୍ଥିତ ରହିଥିଲେ। ସିଆରପିଏଫର ଦ୍ଵିତୀୟ କମାଣ୍ଡେଟ୍ ଅଧିକାରୀ ଏନ୍ ରତନ କୁମାର ସିଂଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ସରକାରୀ କର୍ମଚାରୀ ଏବଂ ଲୋକପ୍ରତିନିଧି ଉପସ୍ଥିତ ରହିଥିଲେ। ଗୁଣପୁର ସିଆରପିଏଫ ସି/ ୧୨ ବାଟାଲିୟନ କ୍ୟାମ୍ପର ଯୋବାନ୍ ମାନଙ୍କ ଏଭଳି କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛିl କାର୍ଯ୍ଯକ୍ରମକୁ ସି ଆରପିଏଫର ଆସିଣ୍ଟାଣ୍ଡ କମାଣ୍ତେଣ୍ଟ ଖାଡେ ମିତେଶ ଅର୍ଜୁନ ପରିଚାଳନା କରିଥିବା ବେଳେ ସିଆରପିଏଫ ର ଇନିସ୍ପେକଟର ଥୋରାଟ ଅନନ୍ତ ସହଯୋଗ କରିଥିଲେ।

ଥୁଆମୁଳ ରାମପର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଓଡିଶା ଆଦିବାସୀ ଅଧିକାର ମଞ୍ଚ ତେନ୍ତୁଳିଖୁଣ୍ଟି ସାଙ୍ଗଠନିକ କମିଟି ତରଫରୁ ଜଙ୍ଗଲ ଅଧିକାର ଆଇନ ସଠିକ କାର୍ଯ୍ୟକାରୀ ପାଇଁ ଆଠ ଦଫା ଦାବିପତ୍ର 

ଧାନକଟା ସରିଲା, ମଣ୍ଡି ଖୋଲିଲା.. ତଥାପି ଆସିନି ଟୋକନ  ଧାନକିଣାରେ ବିଳମ୍ବ, ଅଭାବୀ ବିକ୍ରିର ଶିକାର ଚାଷୀ…..

Sunil Chandra Nayak

Leave a Comment

error: Content is protected !!