ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ମହୋତ୍ସବ ରେ ସ୍ଥାନୀୟ କଳାକାର ଙ୍କୁ ମିଳୁନି ସୁଯୋଗ – ଜଳନ୍ଧର, ଯଦୁ ନନ୍ଦନ 

 କନ୍ଧମାଳ ଜିଲ୍ଲାରେ ଲୋକ କଳା ଲୋକ ସଂଗୀତ ର ପ୍ରଚାର ପ୍ରସାର ଦିଗରେ ଅହରହ ସଂଗ୍ରାମ କରି ରାଜ୍ୟ ତଥା ଦେଶରେ ବିଭିନ୍ନ ମଞ୍ଚ ଓ ସିନେମା ରେ ନିଜର କଳା ନୈପୁଣ ପ୍ରଦର୍ଶନ କରି ଜ଼ିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବା ବିଭିନ୍ନ କଳା ସଂଗଠନ ଏବଂ କଳାକାର ଙ୍କୁ ନିଜ ଜ଼ିଲ୍ଲା ରେ ସ୍ଥାନ ମିଳିନଥିବା କ୍ଷଭୋ ପ୍ରକାଶ କରିଛନ୍ତି ଲୋକ କଳାକାର ତଥା ସିନେମା ଅଭିନେତା ଜଳନ୍ଧର ବେହେରା ଏବଂ ଏନ ଏସ ଡ଼ି ଆନ ତଥା ବଲିଉଡ ଅଭିନେତା ଯଦୁ ନନ୍ଦନ ବେହେରା ଙ୍କୁ କେବେ ଜ଼ିଲ୍ଲା ପ୍ରଶାସନ ସମ୍ମାନିତ କରିନାହିଁ ଯାହା ଏବେଠୁ ଜ଼ିଲ୍ଲା ରେ ବିଭିନ୍ନ ଗାଁ ରେ ଚର୍ଚ୍ଚା ଆରମ୍ଭ ହେଲାଣି l ଜ଼ିଲ୍ଲା ସଂସ୍କୃତି ଅଧିକାରୀ ମନୋମୁଖୀ ଏହିଭଳି ଆକ୍ରୋଶ ଭାବ ରଖି ସ୍ଥାନୀୟ କଳାକାର ଙ୍କୁ ସୁଯୋଗ ଦେଉ ନଥିବା ଅଭିଯୋଗ ହେଉଛି lବରିଷ୍ଠ କଳାକାର ଜଳନ୍ଧର ବେହେରା କହିଛନ୍ତି ଯେ ମହୋତ୍ସବ ରେ କିଛି ଅଣ କଳାକାର ପ୍ରବେଶ କରି ମନୋମୁଖି ଶାସନ କରୁଛନ୍ତି ।

 କିଛି ଅଣ କଳାକାର ବ୍ୟକ୍ତିଙ୍କ ମନମୁଖୀ ଶାସନରେ ପ୍ରଶାସନିକ ଅଧିକାରୀ ମାନେ ପରିଚାଳିତ, ଯାହା ଦ୍ଵାରା ,ପ୍ରକୃତ କଳାକାର ଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ। ସ୍ଥାନୀୟ କଳାକାର ଜ଼ିଲ୍ଲା ବାହାରେ କନ୍ଧମାଳ ର ଆଦିବାସୀ ନୃତ୍ୟ କୁ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂଶିତ ହୋଇ ଥିବାବେଳେ କାହିଁକି ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରେ ଥିବା କଳାକାର ଙ୍କୁ ସୁଯୋଗ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି l ବାହାରୁ କଳାକାର ଆମଦାନୀ କରାଯାଇ ଆବଶ୍ୟକତା ରୁ ଅଧିକ ଅର୍ଥ ପ୍ରଦାନ କରି ମହୋତ୍ସବ ରେ ସୁଯୋଗ ଦିଆଯାଉଛି ଏହାକୁ ବଲିଉଡ କଳାକାର ଯଦୁ ନନ୍ଦନ ବେହେରା ଏବଂ ଓଲିଉଡ଼ କଳାକାର ଏବଂ ସଂଗୀତଜ୍ଞ ଜଳନ୍ଧର ବେହେରା ତୀବ୍ର ବିରୋଧ କରିଛନ୍ତି l ଆଦିବାସୀ କଳା ଓ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଜ଼ିଲ୍ଲା ପ୍ରଶାସନ କୁଣ୍ଠାବୋଧ କରୁଛି କାହିଁକି l ଏହାର ଅତିଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଜ଼ିଲ୍ଲା ର ସମସ୍ତ ଲୋକକଳାକାର ରାଜ ରାସ୍ତାକୁ ଓଲ୍ହାଇବାକୁ ଜ଼ିଲ୍ଲା ର ବିଭିନ୍ନ କଳା ସଂଗଠନ ଚେତାବନୀ ଦେଇଥିବା ଜଣା ପଡିଛି l

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଗିର୍ଲିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ 

masiha

ବିଧାୟକଙ୍କ ଉପସ୍ଥିତିରେ 4 ମାସର ଚାଉଳ ପାଇଲେ ହିତାଧିକାରୀ

Sunil Chandra Nayak

୬୫ ଶତକଡ଼ା ବିକଳାଙ୍ଗ ପ୍ରମାଣ ପତ୍ର ଥାଇ ଦିବ୍ୟାଙ୍ଗ କାଡ୍ରାକା ରାତୁ ଭତ୍ତା ପାଇବାରୁ ବଞ୍ଚିତ

masiha

Leave a Comment

error: Content is protected !!