ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ

ଡାବୁଗାଁ, ୨୫/୧ (ମ॰ନି॰ସ॰)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ର ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପଶୁପାଳନ, ମତ୍ସ୍ୟ, ଉଦ୍ୟାନ, ସମନ୍ଵିତ ଶିଶୁ ବିକାଶ, ମୃତ୍ତିକା ସଂରକ୍ଷଣ, ବନ ବିଭାଗ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା ଓ ପେନସନ ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଉପରେ ଆଲୋଚନା ହୋଇଥିଲା | ପ୍ରଥମେ ଭାରପ୍ରାପ୍ତ ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ॰ଡି॰ ପ୍ରସାଦ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ | ଲୋକ ଯୋଜନା ଅଭିଯାନର ୯ ଗୋଟି ବିଷୟ ଯଥା:- ଦାରିଦ୍ର୍ୟ ମୁକ୍ତ ଓ ଉନ୍ନତ ଜୀବିକା ପୁର୍ଣ୍ଣ ପଞ୍ଚାୟତ, ସୁସ୍ଥ ପଞ୍ଚାୟତ, ଶିଶୁ ପ୍ରିୟ ପଞ୍ଚାୟତ, ପର୍ଯ୍ୟାପ୍ତ ଜଳ ପଞ୍ଚାୟତ, ପରିଷ୍କାର ଜଳ ପଞ୍ଚାୟତ, ଆତ୍ମନିର୍ଭରଶୀଳ ଭିତ୍ତିଭୂମି ଥିବା ପଞ୍ଚାୟତ, ସୁଶାସନ ପଞ୍ଚାୟତ ଓ ମହିଳା ଅନୁକୂଳ ପଞ୍ଚାୟତ ବିଷୟ ଗୁଡିକ ଉପରେ ଆଲୋଚନା ହୋଇଥିଲା | ଏହି ୯ ଗୋଟି ବିଷୟ ଆଗାମୀ ୨୦୩୦ ସୁଦ୍ଧା ହାସଲ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି | ଏଥିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୨ ଗୋଟି ବିଷୟ ଯଥା:- ପର୍ଯ୍ୟାପ୍ତ ଜଳ ପଞ୍ଚାୟତ, ପରିଷ୍କାର ଜଳ ପଞ୍ଚାୟତ ଉପରେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ଉପରେ ପ୍ରାଧାନ୍ୟ ଦେଇ ପ୍ରାୟ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯିବାକୁ ଆଲୋଚନା ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ଯୋଗ ଦେଇ କହିଥିଲେ ଯେ ଡାବୁଗାଁ ବ୍ଲକରେ ମେଗା ପାନିୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିଛି | ଏଥିରେ ପ୍ରାୟ ୨୦୯ କୋଟି ବ୍ୟୟରେ ଏହା ନିର୍ମାଣ ହେବ | ଯାହା ଦ୍ଵାରା ବ୍ଲକ ର ପ୍ରତ୍ୟେକ ଗାଁ, ପଡା ଓ ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି କହିଥିଲେ | ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବିଡିଓ ଶରତ ମାଝି, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋୟୀ, ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ସିଡିପିଓ ଗୀତାଞ୍ଜଳି ମହାରଣା, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟୀ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ଭାରପ୍ରାପ୍ତ ବ୍ଲକ ପ୍ରାଣୀଚିକିତ୍ସାଧିକାରୀ ଡା. ସାରସ୍ଵତ ସାହୁ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଶୁଭାଶିଷ ସାହୁ, ବନପାଳ ମଧୁସୂଦନ ପାତ୍ର, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତ୍ତମ କୁମାର ସେଠୀ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମସୁନ୍ଦର ବେସ୍ରା ଏବଂ ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟା ସଭ୍ୟ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

“ଏସପାଇଆର ରାଇରଙ୍ଗପୁର” ମାଧ୍ୟମରେ ଫ୍ରି କୋଚିଂ ଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ 

masiha

ତେନ୍ତୁଳିଖୁଣ୍ଟି ନିକଟରେ ବେଆଇନ କାଠ ପରିବହନ ଗାଡ଼ି ଜବତ

Sunil Chandra Nayak

ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କୁ ୬ଦଫା ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!