ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ମିନିଷ୍ଟାଡିୟମ ଠାରେ ୭୪ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ନୂଆପଡା  // ନୂଆପଡା ଜିଲ୍ଲା ମିନିଷ୍ଟାଡିୟମ ଠାରେ ୭୪ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୩ ମହାସମାରୋହରେ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ଯୋଗ ଦେଇ ଜାତୀୟ ପତାକାକୁ ଉତ୍ତୋଳନ କରି, ମିଳିତ ପ୍ୟାରେଡ଼ କୁ ନିରୀକ୍ଷଣ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି। ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ସ୍ବାଧୀନତାର ଦୀର୍ଘ ବର୍ଷ ଅତିକ୍ରମ କରି ଏକ ସୁସ୍ଥ ଶାସନ ଏବଂ ନିର୍ମଳ ପ୍ରଶସନ ପାଇଁ ସମ୍ବିଧାନ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଦେଶ ରେ ସମ୍ବିଧାନ ପ୍ରଣାୟଣ ହୋଇ ସୁଚାରୁ ଢଙ୍ଗରେ ପରିଚାଳିତ ହେଉଅଛି ବୋଲି ଉଦବୋଧନ ଦେଇଥିଲେ।ଏହି ଉତ୍ସବରେ ପୋଲିସ ଆରକ୍ଷୀ ଅଧିକ୍ଷକ ଜି.ରାଘବେନ୍ଦ୍ରମ ଯୋଗ ଦେଇଥିଲେ। ମିଲିତ ପ୍ୟାରେଡ଼ ରେ ପୋଲିସ ବାହିନୀ, ସ୍କୁଲ କଲେଜ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ। ଶେଷରେ ଦେଶାତ୍ମକ ସଙ୍ଗୀତ,ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାସମାରୋହରେ ପାଳିତ ହୋଇ ଯାଇଅଛି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଏସଆଇଆର-୨୦୨୬ ସଚେତନତା ଅଭିଯାନ: ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କଲେ ଉପଜିଲ୍ଲାପାଳ

ସାମୁହିକ ବ୍ରତୋପୟନ ଉତ୍ସବ 

masiha

ଜିଲ୍ଲାରେ “ଓଡ଼ିଆ ପକ୍ଷ “ପାଳନ ଅବସରରେ” ଶିଶୁ କଥା ଦିବସ” ଅନ୍ତର୍ଗତ ବର୍ଣ୍ଣ ବୋଧ ଓ ଶିଶୁ ଲେଖା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!