ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ 

ନର୍ଲା: (ମସିହା) ଦେଶର କୋଣ ଅନୁକୋଣ,ପଲ୍ଲୀ ରୁ ଦିଲ୍ଲୀ ଆଜି ତ୍ରିରଙ୍ଗା ପତାକା ଉଡ଼ାଇ ଭାରତ ପାଳନ କରିଛି ୭୪ ତମ ସାଧାରଣତନ୍ତ୍ର ଦିବସ,ଚାରିଆଡ଼େ ଜୟ ଜୟ କାର ଧ୍ୱନୀ ରେ ଉତ୍ସବ ମୁଖର ଥିବାବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ର ୩୦ ଗୋଟି ନନ୍ଦଘର ଠାରେ ମହା ସମାରୋହରେ ସାଧାରଣତନ୍ତ୍ର ଦିବସ ପାଳନ କରା ଯାଇଅଛି,ବେଦାନ୍ତ ନନ୍ଦଘର କାର୍ଯକ୍ରମ ଜରିଆରେ ପିସିଆଇ ଇଣ୍ଡିଆ ଦ୍ୱାରା ପରିଚାଳିତ ହେଉଥିବା ଏହି ନନ୍ଦଘର ଗୁଡ଼ିକରେ ସ୍ଥାନୀୟ ନେତୃବୃନ୍ଦ,ଜନ ପ୍ରତିନିଧି,ଗ୍ରାମ ମୁଖିଆ,ମହିଳା ମୁଖ୍ଯ ମାନଙ୍କୁ ପୃଥକ୍‌ ଭାବେ ନିମନ୍ତ୍ରଣ କରି ପତାକା ଉତୋଳନ କରା ଯାଇ ,ଶିଶୁ ମାନଙ୍କୁ ନେଇ ଉତ୍ସାହିତ କାର୍ଯକ୍ରମ ଆୟୋଜନ କରାଯାଇଥିଲା, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଅରୁଣ କୁମାର ପ୍ରଧାନୀ ଙ୍କ ନେତୃତ୍ବ ରେ କ୍ଲଷ୍ଟର କୋଡ଼ିନେଟର୍‌ ପିତାମ୍ବର ଗଉଡ଼,ଜୟ ଶଙ୍କର ରାଉତ,ଶତୃଘ୍ନ ମାଝୀ, ପ୍ରଶାନ୍ତ ପୋଡ଼ ଦାୟିତ୍ତ୍ୱ ନେଇ ସାଧାରଣତନ୍ତ୍ର ଦିବସ ପାଳନ କୁ ସଫଳ କରାଇ ଥିଲେ,ପ୍ରତି ନନ୍ଦଘର ଅଞ୍ଚଳ ରେ ନନ୍ଦଘର କମିଟି,ପ୍ରାକ୍‌ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଉପସ୍ଥିତ ରହି ସହଯୋଗ କରିଥିଲେ,

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ପାନୀୟ ଜଳ ପାଉନାହାନ୍ତି ଲୋକେ:ରାସ୍ତା ଉପରେ ଜମି ରହୁଥିବା ପାନୀୟ ଜଳ ବ୍ୟବହାର କରୁଛନ୍ତି କୁକୁର ଗାଇଗୋରୁ:କଂକ୍ରିଟ୍ ରସ୍ତା ହେଉଛି ଖରାପ:ପ୍ରଶାସନର ଅବହେଳାକୁ ସାହିବାସିନ୍ଦା କରୁଛନ୍ତି ନିନ୍ଦା

Sunil Chandra Nayak

ଚୈତ୍ର ଯାତ୍ରାରେ ଶ୍ରଦ୍ଧାଳୁ ଙ୍କୁ ଘଣ୍ଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

masiha

ରଖିଦେଉ ନାହାନ୍ତି ଖାଦ୍ୟ ସାମଗ୍ରୀ ଗାଁ ମୁହାଁ ମାଙ୍କଡ଼ 

masiha

Leave a Comment

error: Content is protected !!