ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ  ବ୍ୟାପକ ଅନିୟମିତତା , ବି ଡି ଓ ଙ୍କୁ ସ୍ମାରକ ପ୍ରଦାନ

ଭବାନୀପାଟଣା:(ମ ନି ସ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମ୍ଭାବ୍ୟ ତାଲିକାରେ ଅନିୟମିତତାକୁ ନେଇ ସାରା ରାଜ୍ୟରେ ଗରିବ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଶ୍ରୁଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା ଭବାନିପାଟଣା ବ୍ଳକରେ ମଧ୍ୟ ଏହି ସ୍ଥିତି । ବିଭିନ୍ନ ପଞ୍ଚାୟତରେ ସାମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ ଅନେକ ଗରିବ ହିତାଧିକାରୀଙ୍କର ଏଥିରେ ନାମ ନଥିବା ଯୋଗୁଁ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି । ଅଯୋଗ୍ୟ ହିତାଧିକାରୀଙ୍କୁ  ତାଲିକାରୁ ବାଦ ଦିଅ… ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଅ.. ଏହାର ବିରୋଧରେ ଆଜି ଜିଲ୍ଲା ସଭାପତି ଶ୍ରୀ ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଭବାନୀପାଟଣା ବ୍ଲକ ବି ଡି ଓ  ଙ୍କୁ ସ୍ମାରକ ପ୍ରଦାନ କରାଗଲା l ଏଥିରେ ଜିଲ୍ଲା ସଭାପତିଂକ ସମେତ ବିଜେପି ନେତ୍ରୀ ଡ. ସୁନୀତି ମୁଣ୍ଡ୍, ସନ୍ତୋଷ ବିଶି, ନରହରି ପଟ୍ଟନାୟକ, ରୋହିତ ଦୁର୍ଗା, ସଶାଂକ ଦାଶ, ଦୀପଜୋତି ମୁଣ୍ଡ ପ୍ରମୁଖଂକ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେମାନଙ୍କର ଦାବି ଅନୁଯାୟୀ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ୨୭ଲକ୍ଷ ଘର ମାଗିଥିବା ସ୍ଥଳେ କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ପ୍ରଥମେ ୧୮ଲକ୍ଷ ଏବଂ ବର୍ତ୍ତମାନ ୯ଲକ୍ଷ ୫୮ହଜାର ଏପରି ସମୁଦାୟ ୨୭ ଲକ୍ଷ ୫୮ ହଜାର ଘର ମଞ୍ଜୁର କରିଛନ୍ତି । କିନ୍ତୁ ଯେଉଁ ଅଧିକାରୀ ମାନେ ଏହି ସର୍ଭେ କରିଥିଲେ ଏବଂ ବ୍ଲକରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ମାନଙ୍କର ପ୍ରିୟାପ୍ରୀତି ନୀତି ଯୋଗୁଁ ଅନେକ ନିସିହାୟ ଗରିବ ଲୋକଙ୍କର ନାମ ପଞ୍ଜିକରଣରୁ ବାଦ ଦିଆ ଯାଇଥିବା କୁହାଯାଉଛି । ଏବେ ତାଲିକା ପ୍ରକାଶନ ପରେ ନିଜ ଅଠାକୁ ଛଡେଇବା ପାଇଁ ଜନସାଧାରଣଙ୍କୁ ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ପାଇଁ ସୂଚନା ଦେବା ନିଷ୍ପତ୍ତି କେତେଦୂର ସମୁଚିତ । ଜଣେ ନିଷିହାୟ ଗରୀବ ଶ୍ରେଣୀୟ ଲୋକ କିପରି ଅଭିଯୋଗ ପାଇଁ ସାହାସ କରିବ । ବିଭାଗୀୟ ଅଧିକାରୀ କାହିଁକି ଦୋମୁହାଁ ନୀତି ଅବଲମ୍ବନ କରି ସାଧାରଣ ଜନତାଙ୍କ ଅଧିକାର ସହିତ ଖେଳୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି । ନିୟମାନୁଯାୟୀ ସରକାରୀ ଗାଇଡଲାଇନ ଅନୁସାରେ, ବାଇକ, ସ୍କୁଟି, ଫ୍ରିଜ୍‌‌, ମାସିକ୧୦ହଜାରରୁ ଅଧିକ ରୋଜଗାର, ସରକାରୀ ଚାକିରିଆ, ଲ୍ୟାଣ୍ଡଲାଇନ ଫୋନ, ଦୁଇ ଋତୁରେ ଚାଷ ହେଉଥିବା ୫ଏକରରୁ ଅଧିକ ଜଳସେଚନ ଜମି ଭଳି ୧୩ଟି ସର୍ତାବଳୀରେ ଅର୍ନ୍ତଭୂକ୍ତଥିବା ହିତାଧିକାରୀଙ୍କୁ ତାଲିକାରୁ ବାଦଦେବାକୁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ ତାଲିକା ପ୍ରସ୍ତୁତହେଲେ ପ୍ରାୟ ୩ଲକ୍ଷ ହିତାଧିକାରୀ ଏଥିରୁ ବାଦ ପଡ଼ିବେ ବୋଲି ଆକଳନ କରାଯାଇଛି । ଯଦି ଏ ଅନିୟମିତତା ର ଆଶୁ ସମାଧାନ କରା ନ ଯାଏ ତେବେ ଆସନ୍ତା ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ, ଜିଲ୍ଲା କଂଗ୍ରେସର ପଦଯାତ୍ରା

masiha

ସିପିଆଇ ପକ୍ଷରୁ ୨୦୨୬ ଅଗଷ୍ଟ ୬ରୁ ୧୫ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ସେପ୍ଟେମ୍ବର ୧ ତାରିଖରେ “ଦିଲ୍ଲୀ ଚାଲ” ପରିବର୍ତ୍ତନ ଜରୁରୀ ମହାସମାବେଶ”

Sunil Chandra Nayak

ବିଜୁ ଶ୍ରମିକ ବନ୍ଧୁ ସମ୍ମାନର ନାମ ପରିବର୍ତ୍ତନ ପ୍ରସଙ୍ଗ ବିଜୁ ବାବୁଙ୍କୁ ବାରମ୍ବାର ଅସମ୍ମାନ କରି ହୀନମନ୍ୟତାର ପରିଚୟ ଦେଇଛନ୍ତି ରାଜ୍ୟ ସରକାର: ବିଜେଡି

Sunil Chandra Nayak

Leave a Comment

error: Content is protected !!