ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଓ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନିତ କରିବା ପଡିଲା ମହଙ୍ଗା

ବାଲେଶ୍ଵର,୨୬/୦୧/୨୩- ଶ୍ରୀଜଗନ୍ନାଥଙ୍କୁ ଜୋତା ପିନ୍ଧି ଧୂପ ଦେବା ଓ ନିମନ୍ତ୍ରିତ ସାମ୍ବାଦିକ ମାନଙ୍କୁ ଅସମ୍ମାନିତ କରିବା ମହଙ୍ଗା ପଡିଲା ବିଦ୍ୟାଳୟ କର୍ମଚାରୀ ଦ୍ବୟଙ୍କୂ । ଏଠାରେ ସ୍ମରଣଯୋଗ୍ୟ କି ନିକଟରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ସ୍ଥିତ ଅଗଣି ନରେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ତରଫରୁ ନିମନ୍ତ୍ରଣ ପାଇଁ ସାମ୍ବାଦିକ ମାନେ ମଧ୍ୟ ଯୋଗ ଦେଇଥିଲେ । ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସମହାପାତ୍ରଙ୍କ ଦ୍ବାରା ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିଲା । କିନ୍ତୁ ନିମନ୍ତ୍ରିତ ଅତିଥିମାନେ ମଞ୍ଚାସୀନ ହେବା ପୂର୍ବରୁ ବିଦ୍ୟାଳୟର ଗ୍ରନ୍ଥାଗାରିକ ସୁଶାନ୍ତ ଶତପଥୀ ଜୋତା ପିନ୍ଧି ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ଦେଇଥିଲେ ଧୂପ । ଏହା କୋଟି କୋଟି ଓଡିଆ ତଥା ହିନ୍ଦୁ ମାନଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ଜୋତା ମାଡ ସଦୃଶ୍ଯ ମନେ ହୋଇଥିଲା । ଇତ୍ଯବସରରେ ବିଦ୍ୟାଳୟର ଜଣେ କର୍ମଚାରୀ ସାମ୍ବାଦିକ ମାନଙ୍କୁ ଅପମାନିତ କରିବାକୁ ମଧ୍ୟ ପଛାଇ ନଥିଲା । କଥାରେ ଅଛି ଭଗବାନ ସବୁକିଛି ସହ୍ଯ କରିପାରନ୍ତି କିନ୍ତୁ କାହାରି ଗର୍ବ ଓ ଅହଂକାର ସହ୍ଯ କରିପାରନ୍ତି ନାହିଁ । ଫଳସ୍ୱରୂପ ତା ୨୫/୦୧/୨୦୨୩ ରିଖରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦାସମହାପାତ୍ର ଓ ଗ୍ରନ୍ଥାଗାରିକ ଶ୍ରୀ ଶତପଥୀ କୌଣସି କାମରେ ବାଇକ୍ ଯୋଗେ ବାଲେଶ୍ଵର ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ବିଦୁ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ସାମ୍ନାପଟୁ ଆସୁଥିବା ଏକ ଡମ୍ଫର ଗାଡି ସହିତ କର୍ମଚାରୀଙ୍କ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ସଙ୍ଗେ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲ ଓ ପରେ ବାଲେଶ୍ଵର ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ଏଥିରେ ଉଭୟଙ୍କର ହାତ ଭାଙ୍ଗିବା ସହିତ କ୍ଷତବିକ୍ଷତ ହୋଇଥିବାର ଖବର ସଂଗ୍ରହରୁ ଜଣାପଡିଛି । ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିବାର ଫଳ ବୋଲି ସାଧାରଣରେ ଆଲୋଚନା ହେଉଛି । କି ବିଚିତ୍ର ଭଗବାନଙ୍କ ନୀଳା । ଖୁବ୍ ଅଳ୍ପଦିନ ମଧ୍ୟରେ ଭୋଗିଲେ କଲାକର୍ମର ଫଳ । ଧନ୍ୟବାଦ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ । ନିଜର କଲାକର୍ମକୁ ଅନୁତାପ କରିବା ପାଇଁ ମହାପ୍ରଭୁଙ୍କ ସ୍ବଳ୍ପ ଦଣ୍ଡ ବାସ୍ତବରେ ସ୍ବାଗତଯୋଗ୍ୟ ବୋଲି ସାଧାରଣ ରେ ଆଲୋଚନା ହେଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମାନ୍ୟବର ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ରେଳଷ୍ଟେସନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ମିନାକ୍ଷୀନଗରରେ ଛୋଟଛୁଆଙ୍କୁ ଚକଲେଟ ବାଣ୍ଟିଲେ ମାନ୍ୟବର ରାଷ୍ଟ୍ରପତି 

Sunil Chandra Nayak

ସଂରକ୍ଷିତ ଜଙ୍ଗଲ ଜମିରୁ ବେଆଇନ ଗଛ କଟା, ପ୍ରଶାସନର ହାତ ସଫେଇ ନୁହେଁଁ ତ ?

Sunil Chandra Nayak

ଦକ୍ଷିଣ ଓଡ଼ିଶାରେ “ସୌର ମାସ” ଅଭିଯାନ ମାଧ୍ୟମରେ ସବୁଜ ଶକ୍ତି ପ୍ରୋତ୍ସାହନକୁ ବ୍ୟାପକ କରୁଛି ଟିପିଏସ୍ଓଡିଏଲ୍

Leave a Comment

error: Content is protected !!