ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁସ୍ଥରେ ଜିଈଁବା ପାଇଁ ନିଶାନିବାରଣ ଓ ଶାରିରୀକ ପରିଶ୍ରମ ଜରୁରତା ନେଇ ଅଭିରାମ ଙ୍କ ଝାରସୁଗୁଡ଼ା ରୁ ରାଇରଙ୍ଗପୁର ସଚେତନତା ପଦଯାତ୍ରା 

ମୟୂରଭଞ୍ଜ ୨୫/୧/୨୩ – (ମସିହା) ଯୁବ ପିଢି ଏବେ ନିଶାରେ କବଳିତ ।ସମାଜ ହେଉଛି ବିପଥଗାମୀ । ପାରିବାରିକ ସାମାଜିକ ସୁସ୍ଥ ଅବସ୍ଥା ଦୋହଲିପଡିଛି ।ନିଶାନିବାରଣ ପାଇଁ ସରକାରଙ୍କ କିଛି ଠୋସ୍ ପଦକ୍ଷେପ ନାହିଁ । ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ନିଶା ପାଇଁ ସମାଜରେ ଚୋରୀ,ନାରୀ, ମହିଳା ନିର୍ଯାତନା,ଯୌନ ବ୍ୟଭିଚାର, ପାରିବାରିକ ହିଂସା ବୃଦ୍ଧି ପାଉଛି ।ନିଶାନିବାରଣ ପାଇଁ ନିଆରା ପ୍ରୟାସ ଜାରି ରଖିଛନ୍ତି ବୃଦ୍ଧ ସମାଜସେବୀ,ସଂସ୍କାର ପ୍ରେମୀ ଝାରସୁଗୁଡ଼ା ଜିଲ୍ଲାର ଦୁର୍ଗା ଗ୍ରାମର ଅବସର ପ୍ରାପ୍ତ ଟିପିଏନଓସିଲର ଅବସରପ୍ରାପ୍ତ କର୍ମଚାରୀ ଅଭିରାମ ଶତପଥୀ (୬୫) ।ତାଙ୍କ ମତରେ ନିଶା ଠାରୁ ଦୂରେଇ ରୁହ ଏବଂ ଶାରିରୀକ ପରିଶ୍ରମ କଲେ ନିଜେ ସୁସ୍ଥ ରହିବାର ସହ ସମାଜ ମଧ୍ୟ ସୁସ୍ଥ ରହିବ । ଏଥିପାଇଁ ସେ ଏକ ନିଶାନିବାରଣ ସନ୍ଦେଶ ନେଇ ଜାତୀୟ ପତାକା ଧରି ଏହି ଭଳି ସଚେତନ ବାର୍ତ୍ତା ନେଇ ଓଡିଶା ରାଜ୍ୟ ର ଝାରସୁଗୁଡା ଦୂର୍ଲଗା ଗାଁ ରୁ ୧୪ ଜାନୁୟାରୀ ମାସ ୨୦୨୩ ପହିଲା ତାରିଖ ରୁ ଆରମ୍ଭ କରିଛନ୍ତି ପଦଯାତ୍ରା । ପରେ ଏକ ହଜାର କିମି , ବର୍ତ୍ତମାନ ହଜାର ହଜାର କିମି ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି । ସେ ଦଦୈକ ୩୦ ରୁ ୪୦ କିମି ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି । ଆଜି ରାଇରଙ୍ଗପୁରରେ ପହଞ୍ଚି ଥିଲେ । ଝାରସୁଗୁଡା ରୁ ରାଇରଙ୍ଗପୁର ମଧ୍ୟରେ ୩୫୫ କିମି ଅତିକ୍ରମ କରିଛନ୍ତି । ରାଇରଙ୍ଗପୁର ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପହଚି ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ନିଜର ପଦଯାତ୍ରା ସଂମ୍ପର୍କରେ ସଚେତନତା ର ମୁଖ୍ୟ ଉଦ୍ଦେଶ୍ୟ ପରି ପ୍ରକାଶ କରିଥିଲେ । ଏହି ପଦଯାତ୍ରା ହେଉଅଛି ଭାରତ ବର୍ଷରୁ କିପରି ନିଶା ନିବାରଣ ଓ ସୁସ୍ଥ୍ଯ ସମାଜ ଗଠନ କରିବା ହେଉଅଛି ମୂଳ ଲକ୍ଷ୍ୟ । ତାଙ୍କର କହିବା କଥା ଯେ ଆରୋହୀ ପାଇଁ ନିଜକୁ ଷ୍ଟ୍ରଙ୍ଗ୍ କରିବା ଶରୀରରୁ ଝାଳ ଳବୁହାଇବା , ପରିଶ୍ରମ କଲେ ବିନା ମୂଲ୍ଯ ରେ ଚିରଦିନ ପାଇଁ ଜଣେ ବ୍ଯକ୍ତି ନିରୋଗୀ ହୋଇ ପାରିବ । ତେଣୁ ଆମେ ସଚେତନ ହେବା ପରିଶ୍ରମ କରିବା ଭାରତ କୁ ସୁସ୍ଥ୍ଯ ଭାରତ ଗଠନ କରିବା । ପଦଯାତ୍ରା ଆରମ୍ଭ କରିଥିଲେ ଝାରସୁଗୁଡା ରୁ ଝାରସୁଗୁଡା ପରେ ସୁନ୍ଦରଗଡ , ଝାଡଖଣ୍ଡ ର ଚକ୍ରଧର ପୁର , ଚାଇଁବସା , ମୟୁରଭଞ୍ଜ ର ବହଳଦା , ରାଇରଙ୍ଗପୁର , ଭାୟା ଯଶିପୁର , ଟଙ୍ଗାବିଲା ,କେନ୍ଦୁଝର , ଦେବଗଡ , କୋଚିଣ୍ଡା , ଝାରସୁଗୁଡ଼ା , ପୁଣି ନିଜ ମାଟିକୁ ଫେରିବେ । ଫେବୃଆରୀ ଦିତୀୟ ସପ୍ତାହରେ ଭୁଟାନ ଏବଂ ନେପାଳ ପଦଯାତ୍ରା କରିବେ ବୋଲି ଗଣମାଧ୍ୟମକୁ କହିଥିଲେ । ପୂର୍ବରୁ ମଧ୍ୟ ୬/୧/୨୦୨୧ ରେ ୨୫୪୪ କିମି ପଦଯାତ୍ରା କରି ଦିଲ୍ଲୀ ରେ ୨୬/୦୩/୨୦୨୧ ରେ ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କର ପଦଯାତ୍ରା ଉଦେଶ୍ୟରେ ଅବଗତ କରାଇଥିଲେ । ରାଇରଙ୍ଗପୁରରେ ତାଙ୍କୁ ଯୁବ ସମାଜସେବୀ ସୌମିତ ବଳ(ଦିପୁ) ତାଙ୍କର ହାଲଚାଲ ବୁଝିଥିଲେ 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପ୍ରତି ମାସର ଏକ ତାରିଖ ଏବଂ ଷୋହଳ ତାରିଖରେ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୋଗା ଅଭ୍ୟାସ ର ଶୁଭାରମ୍ଭ

masiha

ଜିଲ୍ଳାସ୍ତରୀୟ ୭୭ତମ ଗଣତନ୍ତ୍ର ଦିବସ ପାଳିତ :

Sunil Chandra Nayak

ଅଧାପନ୍ତରିଆ ଡ୍ରେନ,ଘରେ ପଶିଲା ବର୍ଷା ପାଣି, ପ୍ରତିବାଦ ରେ ଗ୍ରାମବାସୀ ଙ୍କ ରାସ୍ତା ରୋକ

Leave a Comment

error: Content is protected !!