ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ ଆଦମୀ ପାର୍ଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ନର୍ଲା (ମନିସ) କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ କର୍ମେ ପଞ୍ଚାୟତ ଅଧିନ ଗୁଡିପଟା ଠାରେ ନର୍ଲା ବ୍ଲକ ଆମ୍ ଆଦମୀ ପାର୍ଟି ତରଫରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ନର୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରୁ କର୍ମକର୍ତ୍ତା ମାନେ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ କଲାହାଣ୍ଡି ଜିଲ୍ଲା ମହିଳା ପ୍ରଭାରୀ ଶ୍ରୀମତୀ ମମତା ନାୟକ ଓ କଲାହାଣ୍ଡି ଜିଲ୍ଲା ଆପ୍ ପୂର୍ବତନ ମୁଖ୍ୟ ଉପଦେଷ୍ଟା ଶ୍ରୀ କୃପାସିନ୍ଧୁ ନାୟକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ପୂର୍ବ ଜିଲ୍ଲା ସଂପାଦକ ଶ୍ରୀ କ୍ଷିରୋଦ ନାଗନର୍ଲା ବ୍ଲକ, ଆପ୍ ସଭାପତି ଏକ୍ସ-ଆର୍ମି ଶ୍ରୀ ଭୂପିନ୍ଦ୍ର ଦୀପ, ନିର୍ବାଚନ ମଣ୍ଡଳୀ ଆପ୍ ସଭାପତି ଶ୍ରୀ ପି ଶଙ୍କର ରେଡ୍ଡି, କର୍ମେ ପଞ୍ଚାୟତ ସଭାପତି ଶ୍ରୀ ଭୂଜ ବାଗ, ଭୀମକେଲା ପଞ୍ଚାୟତ ସଂପାଦକ ଶ୍ରୀ ଯୁଗେ ସାହୁ, ସକ୍ରିୟ କର୍ମୀ ଆକାଶ ଦୀପ୍, ଚିତ ନାଗ, ରାମ, ଜଲଧର, ପ୍ରସାନ୍ତ ଭୋଇ ,ମାନ୍ୟଗଣ୍ୟ ବ୍ଯକ୍ତି ଓ ମହିଳା କର୍ମୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ନାୟକ ମହୋଦୟ ଜନ ସାଧାରଣଙ୍କୁ ସମ୍ବୋଧନ କରି ସାଧାରଣତନ୍ତ୍ର ଦିବସ ବିଷୟରେ ଅବଗତ କରାଇଥିଲେ। ଶେଷରେ ଭାରତ ମାତା ଓ ଆମ ଦେଶ ପାଇଁ ନିଜକୁ ବଳିଦାନ ଦେଇଥିବା ମହାପୁରୁଷଙ୍କ ଜୟ ନାରା ଦିଆଯାଇ ଥିଲା ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

କଳାହାଣ୍ଡି ଶିକ୍ଷ୍ୟା ବିକାଶ ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ନୂଆଁଖାଇ ଭେଟ୍ ଘାଟ୍ ପାଳିତ

Sunil Chandra Nayak

ବେହେରାମୁଣ୍ଡା ସରପଞ୍ଚ ଭୋଟ ପୁନଃ ଗଣତି ଆବେଦନ ଖାରଜ କଲେ କୋର୍ଟ

Sunil Chandra Nayak

୧ – ସ୍ଥାଇ ସ୍ଥାନରେ ସପ୍ତାହିକ ବଜାର ନ ବସି ରାସ୍ତା ପାର୍ଶ୍ଵରେ ଦୋକାନ ବଜାର  ,୨- କାବେରି ବାଡ଼ି ଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାନୀ 

masiha

Leave a Comment

error: Content is protected !!