ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧବା ବୋହୂ କୁ ବିବାହ ଦେଇ ଚର୍ଚ୍ଚାରେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଢେ଼ଙ୍କାନାଳ (ମ ସୀ ହା)୨୫/୦୧_”ଆଜିର ଦିନ ଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ । ମୁଁ ଭୁଲ କରିଛି କି ଠିକ କରିଛି ଜାଣିନି ।କିନ୍ତୁ ହିନ୍ଦୁ ରୀତି ନୀତି ଓ ପରମ୍ପରା ରୁ ବାହାରକୁ ଯାଇ ମୋର ସ୍ବର୍ଗତ ବଡ଼ ପୁଅ ସମ୍ବିତ (ସୋମୁ ) ର ସ୍ତ୍ରୀ “ମଧୁସ୍ମିତା” (ସୀମା) କୁ ଦ୍ଵିତୀୟ ବିବାହ ପାଇଁ ସମ୍ମତି ଦେଲି ।ଏଥିରେ ଆମ ଦୁଇ ପରିବାର ମୋର ସମୁଦି ମଧୁସ୍ମିତା ର ବାପା ଶ୍ରୀଯୁକ୍ତ ନୀଳମଣି ପଣ୍ଡା ଙ୍କ ସମ୍ମତି କ୍ରମେ ଏହି ବାହାଘର ଆଜି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ” ଲକ୍ଷ୍ମୀ ମନ୍ଦିର” ପରିସର ରେ ଅତି ନିରାଡ଼ମ୍ବର ଭାବେ ସମ୍ପର୍ଣ୍ଣ ହେଲା ” ବୋଲି ମତ ଦିଅନ୍ତି ଗନ୍ଦିଆ ର ପୂର୍ବତନ ନବୀନ ବିଧାୟକ ନନ୍ଦ l ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବତନ ବିଧାୟକ ଙ୍କ ପୁତ୍ର ସମ୍ବିତ ନନ୍ଦ ବିଗତ କରୋନା ମହାମାରୀ ସମୟ ରେ ଫୁସଫୁସ୍ ଜନିତ ସଂକ୍ରମଣ ରେ ଆର ପାରି କୁ ଚାଲଯାଇଛନ୍ତି l ଗତ କାଲି ବିଶ୍ବ କନ୍ୟା ଦିବସ ରେ ବିଧବା ବୋହୂ “ମଧୁସ୍ମିତା” ର ଶୁଭ ବିବାହ ବାଲେଶ୍ୱର ଜିଲ୍ଲା ରେମୁଣା ନିବାସୀ ସ୍ବର୍ଗତ କିଶୋର ଚନ୍ଦ୍ର ପତି ଙ୍କର ଏକମାତ୍ର ପୁତ୍ର ” ଶିବ ଚନ୍ଦନ ” ଙ୍କ ସହ ବିବାହ ଉତ୍ସବ ରେ ତାଙ୍କ ଧର୍ମପତ୍ନୀ ରଞ୍ଜିତା ଙ୍କ ସହ ମଧୁସ୍ମିତା ର ଦୁଇ ଭାଇ ସୌମ୍ୟରଞ୍ଜନ ଓ ରଶ୍ମିରଞ୍ଜନ ଙ୍କ ଉପସ୍ଥିତି ହୋଇଥିଲେ l ଏହି ଘଟଣା ସାରା ରାଜ୍ୟ ରେ ଚର୍ଚ୍ଚିତ ବିଷୟ ପାଲଟିବା ସହ ବିଧାୟକ ଙ୍କ ମହାନତା କୁ ଶତ ପ୍ରଶଂସା କରାଯାଉଛି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଦୁର୍ଗମ କଟୋଡ଼ି ଗାଁରେ ପୁଲିସ ଜନସମ୍ପର୍କ ଶିବିର

masiha

ଧାନ କିଣାରେ ଅବ୍ୟବସ୍ଥା ନେଇ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ପକ୍ଷରୁ ୧୮ରୁ ଧାରଣା

Sunil Chandra Nayak

ମୈତ୍ରୀ କମ୍ପାନୀ ସହାୟତାରେ ବାଳକର ହୃତପିଣ୍ଡର ସଫଳ ଅସ୍ତ୍ରୋପଚାର

Sunil Chandra Nayak

Leave a Comment

error: Content is protected !!