ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଘୋଷିତ କବିତା ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର,୨୬/୦୧/୨୩- ପ୍ରକାଶ ପାଇଲା ଚଳିତ ବର୍ଷର ପ୍ରଥମ ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ । ପ୍ରଥମ ସ୍ଥାନ ଅଧିକାର କଲା ଗଞ୍ଜାମ ଜିଲ୍ଲା । ଏଠାରେ ସ୍ମରଣଯୋଗ୍ଯ କି ଗତ ତା ୨୩/୦୧/୨୦୨୩ ରିଖ ସୋମବାର ଥିଲା ନେତାଜୀ ଜୟନ୍ତୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସକୁ ନେତାଜୀ ଜୟନ୍ତୀ ଭାବେ ପାଳନ କରାଯାଉଛି । ଏହି ଉପଲକ୍ଷେ ” ମୋ ଅନୁଷ୍ଠାନ ” ଓ ” ଆମେ ଭାରତବାସୀ ” ହ୍ବାର୍ଟସପ୍ ଗୃପ୍ କୁ କେତେଗୁଡିଏ କବିତା ଆସିଥିଲା । ଯାହାକୁ ଅଘୋଷିତ କବିତା ପ୍ରତିଯୋଗିତାରେ ସ୍ଥାନ ଦିଆଯାଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ନିମନ୍ତେ ଚୟନ କରାଯାଇଥିଲା । ଅନୁଷ୍ଠାନର ଦୁଇ ସମୀକ୍ଷାକାରିଣୀ ସୁଜାତା ଦାସ ମହାନ୍ତି, କଟକ ଏବଂ ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର କବିତା ଗୁଡିକୁ ତନ୍ନତନ୍ନ କରି ସମୀକ୍ଷା କରିଥିଲେ । ଦୁଇ ସମୀକ୍ଷା କାରିଣୀଙ୍କ ସମୀକ୍ଷାକୁ ଆଧାର କରି ଫଳାଫଳ ପ୍ରକାଶ କରାଯାଇଛି । ଯେଉଁଥିରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଗଞ୍ଜାମ ଜିଲ୍ଲାର କବି ସୀମାଞ୍ଚଳ ପଣ୍ଡା । ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦାର କବୟିତ୍ରୀ ମିନତୀ ଦାଶ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର କବୟିତ୍ରୀ ରଞ୍ଜୁଲତା ପାଢ଼ୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ସୁନ୍ଦର କବିତା ଲେଖି ଅଘୋଷିତ କବିତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଏବଂ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଆଶାକରେ ସାହିତ୍ୟର ଉନ୍ନତି ନିମନ୍ତେ ସଦାସର୍ବଦା କବି କବୟିତ୍ରୀ ମାନଙ୍କ ଲେଖନୀ ଏହିଭଳି ଜାଗ୍ରତ ରହିଥାଉ । ମହାପ୍ରଭୁ ସେମାନଙ୍କ ଲେଖନୀ ମୁନରେ ଶକ୍ତି ଭରିଦିଅନ୍ତୁ ଆଗକୁ ଆହୁରି ସୁନ୍ଦର ସୁନ୍ଦର ରଚନା କରି ସୁନାମ କରନ୍ତୁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଚଲାପଥ କୁସୁମିତ ହେଉ ବୋଲି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ଏଥିସହିତ ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡେଣ୍ଡ୍ରୋବାହାଲିରେ ପାନୀୟଜଳ ସଙ୍କଟ, ପାଣି ଟେଙ୍କର୍ ମାଧ୍ୟମରେ ହେଉଛି ଜଳ ଯୋଗାଣ 

ଧର୍ମପରାୟଣ ମହିଳାଙ୍କ ପରଲୋକ

masiha

ଵିଜାତଳା ବ୍ଲକ୍‌ସ୍ତରୀୟ ସାମାଜିକ ସୁରକ୍ଷା ଜନଶୁଣାଣି

Sunil Chandra Nayak

Leave a Comment

error: Content is protected !!