ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ପାଳିତ ହେଲା ୭୪ତମ ସାଧାରଣତନ୍ତ୍ର ଦିବସ

ରାଉରକେଲା/ ଇସ୍ପାତ ନଗରୀ ରାଉରକେଲାରେ ମହା ଧୂମଧାମରେ ପାଳିତ ହୋଇଯାଇଛି ୭୪ତମ ସାଧାରଣତନ୍ତ୍ର ଦିବସ ।ଏହି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଯୋଗଦେଇଥିବା ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଭାରତର ସମସ୍ତ ନାଗରିକ ଭାରତକୁ ଏକ ସଂପୂର୍ଣ୍ଣ ପ୍ରଭୁତାସଂପନ୍ନ, ସମାଜବାଦୀ,ଧର୍ମ ନିରପେକ୍ଷ, ଲୋକତାନ୍ତ୍ରିକ ଗଣରାଜ୍ଯ ଗଠନ କରିବା ନିମିତ୍ତ ଏବଂ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ତଥା ବିଚାର ଅଭିବୃଦ୍ଧି, ବିଶ୍ବାସ, ଧର୍ମ ଓ ଉପାସନାର ସ୍ବାଧୀନତା ଏବଂ ପ୍ରତିଷ୍ଠା ସୁଯୋଗର ସମତା ପ୍ରାପ୍ତ କରାଇବା ସହ ରାଷ୍ଟ୍ରକୁ ଏକତା ଅଖଣ୍ଡତା ସହ ଭାଇଚାରା ସଂପର୍କରେ ଆଲୋଚନା କରିଥିଲେ ।ଏହା ସହ ବିବିଧତା ମଧ୍ୟରେ ଏକତା ଓ ସଶକ୍ତ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡିକର କାର୍ଯ୍ୟକାରିତା ତଥା ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ବକ୍ତବ୍ଯ ରଖିଥିଲେ ।

 ହକର ଆସୋସିଏସନ୍:-

ସେକ୍ଟର ୨ସ୍ଥିତ ହକର୍ସ ଆସୋସିଏସନ୍ ଠାରେ ବରିଷ୍ଠ ଶ୍ରମିକ ନେତା ତଥା ସିଟୁ ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ସମୀର ପରିଡା, ମଳୟ ସାହୁ, ସାଗର ମହାପାତ୍ର, ବିମାନ ମାଇତି, ବସନ୍ତ ନାୟକ,ଆର୍ତ୍ତତ୍ରାଣ ମହାପାତ୍ର ପ୍ରମୁଖ ଯୋଗଦେଇଥିବା ବେଳେ ସର୍ବଶ୍ରୀ ଅଶୋକ ବିଶ୍ବାଳ,ସୁକେନ୍ଦୁ ପାତ୍ର, ମନୋଜ ପଟ୍ଟନାୟକ, ଶରତ ପଣ୍ଡା,ସମୀର ରାଜହଂସ, ବିଚିତ୍ର ବାରିକ,ହରେକୃଷ୍ଣ ମାଣିକ,ହରିରାମ ମହାନ୍ତି, ରାଜକିଶୋର ନାୟକ, ଗୋଲକ ସାହୁ,ମହେଶ୍ଵର ସ୍ବାଇଁ, ଶୀରମଣି ସୁନା,ଅକ୍ଷୟ ଧଳ,କାଶୀନାଥ ସାହାଣୀ, କିଶୋରୀ ଜେନା, ଶଶଧର ପଣ୍ଡା,ଗୋପାଳ ସିଂହ,ଆନନ୍ଦ ବାରିକ, ନବୀନ ମାଝୀ,ଜୟଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଏକତା କ୍ଲଷ୍ଟର:-

ସେକ୍ଟର ୨୦ ନେହେରୁପାଲ୍ଲୀ ସ୍ଥିତ ଏକତା କ୍ଲଷ୍ଟର ର ସଭାପତି ଲିଳିମା ଜୟସିଂହ ଙ୍କ ସଭାପତିତ୍ବ ଓ ସଂପାଦକ ରୀଡା ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୁକନା ବେଗମ, ଜାନକୀ ଦେବୀ,ସୁକାନ୍ତୀ, ପୁଷ୍ପା, ରୀନା, ରଶ୍ମି,ଲକ୍ଷ୍ମୀ, ଶର୍ମିଲା,ଅର୍ଚ୍ଚନା, ସୁଶିଲା, ସନ୍ତୋଷୀ,ଲଳିତା,ଆଶା,ଅଳ୍ପନା,ଗାୟତ୍ରୀ,ଆରତୀ,ପୁନମ,ବିପିନ, ସୌଖିନା, ସାବିତ୍ରୀ,ଜ୍ଞାତି,ସୁମିତ୍ରା,ରୀତା,ପାର୍ବତୀ,ଇନ୍ଦୁ,ନୀରା ପ୍ରମୁଖ ଉପସ୍ଥିତ ଥିଲେ ।

ସଚେତନ ନାଗରିକ ମଞ୍ଚ:-

 ସେକ୍ଟର ୫ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ସଚେତନ ନାଗରିକ ମଞ୍ଚର ସଭାପତି ଡାକ୍ତର ଫକୀର ଚାରଣ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ପି ପି ରାୟ, ଉପେନ୍ଦ୍ର ନାୟକ, ଜଗବନ୍ଧୁ ଜେନା, ଡା ବସନ୍ତ କୁମାର ଦାସ, ଚିତ୍ତରଞ୍ଜନ ଦାସ, ରାଜକିଶୋର ମିଶ୍ର, ନିରଞ୍ଜନ ଦାସ, ଜଟାଧାରୀ ମାଝୀ,ଡଃ ସୁମନ ଦତ୍ତ, ବିଷ୍ଣୁ ଚରଣ ସାମଲ, ରମେଶ ମହାନ୍ତି, ଭଗବାନ ମହାପାତ୍ର, ପାଣ୍ଡବ ବେହେରା, ଅକ୍ଷୟ ଜେନା, ଉତ୍ତମ କୁମାର ସାମଲ, ଶରତ ଧଳ, ଚନ୍ଦ୍ରଭାନୁ ରାଉତ, ନିରଞ୍ଜନ ରାଉତ, ପ୍ରକାଶ ଚନ୍ଦ୍ର ଦାସ, ନୃସିଂହ ମହାନ୍ତି, ରମେଶ ଚନ୍ଦ୍ର ସେଠୀ,ମୂରଲୀଧର ସେନାପତି, ଆଲୋକ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଭଜହରି ଦାସ, ସୁରେନ୍ଦ୍ର ରାଉତ, ରାମଚନ୍ଦ୍ର ସାହୁ,ସୁବ୍ରତ ମଲ୍ଲିକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ହମିରପୁର ଉନ୍ନୟନ ପରିଷଦ:-

ପରିଷଦର ସଭାପତି ଡଃ ସୁମନ ଦତ୍ତ ଓ ଆବାହକ ନିରଞ୍ଜନ ଦାସଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିତ୍ବିକ୍ ଭୁବନେଶ୍ବର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଡଃ ଦେବେନ୍ଦ୍ର ନାଥ ବେହେରା , ସୁରେଶ ଦଳବେହେରା, ମହେଶ୍ଵର ସାହୁ, ବିଷ୍ଣୁ ଚରଣ ନାୟକ, ଉପେନ୍ଦ୍ର ନାୟକ, ସୁଧାକର ମୁନୀ,ପ୍ରଶାନ୍ତ ସୋମ, ପ୍ରଫୁଲ୍ଲ ଦାସ, ସୁରଥ ବାଗ, ଗଙ୍ଗାଧର ଦାଶ, ଦେଓନିସ ଲାକ୍ରା, କୃଷ୍ଣଚନ୍ଦ୍ର ଧଳ, ଅକ୍ଷୟ ପୁହାଣ,ମହେନ୍ଦ୍ର ପାଣ୍ଡେ, ଆରତୀ କର ପ୍ରମୁଖ ଉପସ୍ଥିତ ଥିଲେ ।

କୋଏଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର:-

ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ଜୟସିଂହ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ରଭାତଫେରୀ କରିଥିଲେ । ସୁଶ୍ରୀ ଅଞ୍ଜନା କୁମାରୀ ଜାତୀୟତା ବୋଧ ସଂଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ କାହ୍ନୁଚରଣ ପ୍ରଧାନ,ଝରଣା ଦାସ, ରଶ୍ମି ବେହେରା, ରୂପାଲୀ ସିଂହ,ପ୍ରଭାସିନୀ ସ୍ବାଇଁ, ବିନିତା ଅଗ୍ରୱାଲ,ଦୀପିକା କଚ୍ଛପ,ଗୁଲବାହାର ତରୁନାମ,ଦୀପ୍ତିମୟୀ ପରିଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ଆଦର୍ଶ ପାଠାଗାର:-

ଆଦର୍ଶ ପାଠାଗାର ର ଉପସଭାପତି ଡାକ୍ତର ବସନ୍ତ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ରାଧାକାନ୍ତ ମିଶ୍ର, ପ୍ରଦୀପ ପଟ୍ଟନାୟକ,ବିଜୟ ପାତ୍ର,ଜ୍ଞାନରଂଜନ ଦାଶ, ସନ୍ତୋଷ ରଥ, ଅଶୋକ ବଳ,ପ୍ରେମାନନ୍ଦ ସାମଲ, ଟୁକୁଲା ପାଢୀ, ମନୋଜ ପଣ୍ଡା, ଜ୍ୟୋତିରଂଜନ ମହାପାତ୍ର,ଅଟମ ରଥ , ଟି ଏସ୍ ମଧୁସୂଦନ ପ୍ରମୁଖ ଉପସ୍ଥିତ ଥିଲେ ।

ଜର୍ଣ୍ଣାଲିଷ୍ଟ ଆସୋସିଏସନ୍:-

ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଙ୍କ ସଭାପତିତ୍ବ ଓ ଉପସଭାପତି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ବନ ଉନ୍ନୟନ ନିଗମର ପ୍ରଖଣ୍ଡ ପ୍ରବନ୍ଧକ ବିଶ୍ବଜିତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସାଧାରଣତନ୍ତ୍ର ଦିବସର ଆଭିମୁଖ୍ଯ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଅନ୍ୟତମ ଅତିଥି ଭାବେ ଦିବ୍ୟାଶୁ ମହାନ୍ତି, ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ, କୁମାର ବେହେରା ଓ ବରିଷ୍ଠ ସାମ୍ବାଦିକ ଜଟାଧାରୀ ମାଝୀ ପ୍ରମୁଖ ଜନରାଜ୍ୟ ଦିବସ ପାଳନର ଆବଶ୍ୟକତା ଓ ଆଜିର ଆହ୍ବାନ ସଂପର୍କରେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ସ୍ବାଇଁ, ଗନ୍ଦୁର ଓରାମ, ଶୈଳେନ୍ଦ୍ର ସାହୁ, ଦିଲ୍ଲୀପ ଶର୍ମା,ସୁମନ୍ତ ଜେନା, ସୁଦିପ ଦେ, ରାନୁ ମହାପାତ୍ର,କମଳାକାନ୍ତ ରାଉତ,ସୌମ୍ଯରଂଜନ ରାଉତ, ରଜନୀକାନ୍ତ ସ୍ବାଇଁ,ସଂଗ୍ରାମ ନାୟକ, ଚିତ୍ତରଞ୍ଜନ ବ୍ରହ୍ମା, ରାଜଦୀପ ମହାନ୍ତି,ବିମଳ ପଟ୍ଟନାୟକ, ରାଜକିଶୋର ସେଠୀ,ସନ୍ତୋଷ ରଥ, ନିତେଶ କୁମାର,ଶୁଭଶ୍ରୀ ଦାଶ, ଅକ୍ଷୟ ଧଳ, ଏସ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।  

ମିଡିଆ କ୍ଲବ:-

ମିଡିଆ କ୍ଲବର ଉପସଭାପତି ନିରଞ୍ଜନ ଦାସ ଓ ସଂପାଦକ ବିବେକାନନ୍ଦ ଦାସ ଙ୍କ ଆବାହକତ୍ବରେ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ କୁମାର ବେହେରା, ଜଟାଧାରୀ ମାଝୀ, ନରେଶ ଆର୍ଯ୍ୟ,ଡଃ ସୁମନ ଦତ୍ତ, ଡଃ ସୁବାସ ଲେଙ୍କା, ସୁନିଲ୍ କୟାଲ ପ୍ରମୁଖ ବକ୍ତବ୍ଯ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଞ୍ଜବିହାରୀ ରାଉତ, ଅକ୍ଷୟ ଧଳ, ଦିଲ୍ଲୀପ ଶର୍ମା,ଚିତ୍ତରଞ୍ଜନ ବ୍ରହ୍ମା, ଡଲିରାଣୀ ବ୍ରହ୍ମା, ରବିନ୍ଦ୍ର ଦ୍ବିବେଦୀ,କୁନିଆ ବାରିକ,ଅମର ବର୍ମା,ଅମିତ କୁମାର ବାଙ୍କା, ମନୋଜ ଅଗ୍ରୱାଲ,ପ୍ରମୋଦ ନାତୁଲ୍ୟ, ମୀରା ଦାସ, ସନ୍ତୋଷ ଅଗ୍ରୱାଲ, ସୁନିଲ୍ ପଟ୍ଟନାୟକ, ଦିବ୍ୟାଂଶୁ ମହାନ୍ତି, ସରୋଜା ପଟ୍ଟନାୟକ,ଅନିମେଶ ପଟ୍ଟନାୟକ,ଅନିକେତ ପଟ୍ଟନାୟକ, ରଶ୍ମିରେଖା ଧଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡିଙ୍କ ଯୋଗଦାନ 

ଜିଲ୍ଲାପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଦୋକାନୀ ମାନଙ୍କୁ ଓଡ଼ିଆ ରେ ଲେଖିବାପାଇଁ ସଚେତନତା 

Sunil Chandra Nayak

କୋଏଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!