ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଆଲୁମିନ୍ ଗଠନର ପ୍ରସ୍ତୁତି ବୈଠକ !!!

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବହୁ ପୁରାତନ ଗୋଦାବରୀଶ ମହାବିଦ୍ୟାଳୟ। ଏହା ୧୯୬୩ ମସିହାରେ ସ୍ଥାପିତ ହୋଇଥିଲା। ଏହି ମହାବିଦ୍ୟାଳୟର ବର୍ତ୍ତମାନର ଅଧ୍ୟକ୍ଷ ବିନାୟକ ହୋତା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବାଣପୁର ଅଞ୍ଚଳର ଅନେକ ସମ୍ୱାଦିକ ଉପସ୍ଥିତ ଥିଲେ। ଏହି ବୈଠକରେ ଆଲୋଚନା ହେଲା ଯେ ଉକ୍ତ ଗୋଦାବରୀଶ ମହା ବିଦ୍ୟାଳୟ କିପରି ସ୍ୱୟଂ ଚାଳିତ କଲେଜ ହେବ, +୩ବାଣିଜ୍ୟ ବିଭାଗ ପାଠ୍ୟକ୍ରମ ଖୋଲାଯିବ, ଓ ଏହାର ସାମୁହିକ ବିକାଶ ହୋଇ ପାରିବ। ଏଥିପାଇଁ ଏକ ଆଲୁମିନ୍ ଗଠନ କରାଯାଇ ବିକାଶ କରାହୋଇ ପାରିବ। ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରାଯିବ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହୋତା ଜଣେ କର୍ମବୀର ଦକ୍ଷ ପ୍ରଶାସକ, ଯେ କି କଲେଜକୁ ଆସିବା ପରେ ସେ ସଂନ୍ଧ୍ୟାରୁ ରାତ୍ରୀ ୧୧ଟା ପର୍ଯ୍ୟନ୍ତ ଛାତ୍ରାଭିଭାବକ, ଓ ବୁଧିଜୀବି ମାନଙ୍କ ସହ କଲେଜ ଉନ୍ନତି ସମ୍ୱନ୍ଧରେ ଆଲୋଚନା ଗାଁକୁ ଗାଁ ବୁଲୁଥିବାରୁ ଆଜି ସମଗ୍ର ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଏହାକୁ ଅତ୍ୟନ୍ତ ସରସ ସୁନ୍ଦର କରିଥିଲେ ଅଧ୍ୟାପକ ଲକ୍ଷ୍ମୀକାନ୍ତ ମିଶ୍ର, ଅଧ୍ୟାପକ ଏସପି ଏନ୍ ଏସ ବର୍ମା, ଅଧ୍ୟାପିକା ଏସ ମିଶ୍ର ଉଦ୍ୟାନ ବିଭାଗ। ଉପସ୍ଥିତଥିଲେ। ଏହି ବୈଠକରେ ଅନେକ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

“ରଙ୍ଗ ମସ୍କାର” ଶୀର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

Sunil Chandra Nayak

ଏକସନ ମୋଡରେ ଗୋଷ୍ଠୀ ଶିକ୍ଷାଧିକାରୀ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ, ୫ ଶିକ୍ଷକଙ୍କ ଦରମା ବନ୍ଦ

masiha

ନବରଙ୍ଗପୁର ଜିଲା ଶୌଣ୍ଡିକ ସମାଜ ର କାର୍ଯ୍ୟକାରିଣୀ ବୈଠକ 

masiha

Leave a Comment

error: Content is protected !!