ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦ୍ମଶ୍ରୀ ପୁରସ୍କାର ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଲେ ବୈଦ୍ୟ ପଟ୍ଟାୟତ କୁମାର ସାହୁ , ଛୁଟୁଛି ଚାରିଆଡୁ ଶୁଭେଚ୍ଛା ର ସୁଅ

ଜୁନାଗଡ଼,୨୭/୧(ମ ନି ସ) ୩୦୦୦ରୁ ଉର୍ଦ୍ଧ୍ବ ଔଷଧୀୟ ବୃକ୍ଷ ରୋପଣ କରି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମନକୀ ବାତ ନେଇ ଚର୍ଚ୍ଚାରେ ପଟ୍ଟାୟତ କୁମାର ସାହୁ ଏବଂ ଏଥିନେଇ ସମ୍ମାନ ଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀର ଏହି ବଣ ମଲ୍ଲି ଆଉ ବଣରେ ଶୋଭା ପାଉନି,ଏବେ ଘରେ ମଧ୍ୟ ଏହି ବଣମଲ୍ଲି ଶୋଭା ବଢ଼ାଉଛି । ୩ ହଜାରରୁ ଉର୍ଦ୍ଧ୍ବ ଔଷଧୀୟ ବୃକ୍ଷ ରୋପଣ କରି ଗତ ୨୦୨୧ ମସିହା ସେପ୍ଟେମ୍ବର ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ସ୍ଥାନ ପାଇ ସାରା ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଠିକ ୧୬ ମାସ ପରେ କଳାହାଣ୍ଡି ଜିଲ୍ଲାର ପଟ୍ଟାୟତ କୁମାର ସାହୁ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ଜିଲ୍ଲା ପାଇଁ ଗର୍ବ ଓ ଗୌରବର କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପଦ୍ମଶ୍ରୀଙ୍କୁ ସରକାର ଅଣଦେଖା କରି ଚାଲିଛନ୍ତି । ସରକାରୀ ସହାୟତା ଦିବା ସ୍ବପ୍ନ ପଲଟିଥିବା ବେଳେ ପ୍ରତିଶ୍ରୁତି ହିଁ ସହାନୁଭୂତି ପାଲଟିଛି । ଆବାସ ଯୋଜନାରେ ଘରଟିଏ ନଥିବା ବେଳେ ଗାଈ ଗୁହାଳରେ ଆଜି ବି ପରିବାର ବସବାସ କରୁଛନ୍ତି ।

 ଜୁନାଗଡ଼ବ୍ଲକ ଅନ୍ତର୍ଗତ ନାନ୍ଦୋଳ ଗ୍ରାମର ସ୍ବର୍ଗତ ହରି ସାହୁଙ୍କ ପୁଅ ପଟ୍ଟାୟତ କୁମାର ସାହୁ ବୟସ ୭୦ ଅଟେ । ପରିବାର କହିଲେ ସ୍ତ୍ରୀ ଗାୟତ୍ରୀ ସାହୁ ୨ପୁଅ ରାଜକିଶୋର ଓ ଶୁଶାନ୍ତ ସାହୁ । ଝିଅକୁ ଅନ୍ୟତ୍ର ବିବାହ ଦେଇଥିବା ବେଳେ ବଡ଼ପୁଅକୁ ମଧ୍ୟ ବିବାହ କରାଇଛନ୍ତି । ସାନ ପୁଅ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ବଡ଼ପୁଅ ଚାଷ କାମ କରୁଥିବା ବେଳେ ସାନ ପୁଅ ନନ୍ଦୋଳ ପ୍ୟାକ୍ସ ଅଫିସରେ ପିଅନ ଅଛନ୍ତି । ପଟ୍ଟାୟତ ସାହୁ ୧୯୭୦-୭୧ ମସିହାରେ ନନ୍ଦୋଳ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ । ପରେ ସପ୍ତମ ରୁ ଦଶମ ଶ୍ରେଣୀ ଜୁନାଗଡ଼ ହାଇସ୍କୁଲରେ ପଢି ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର କଲେଜରେ ଇଣ୍ଟରମିଡ଼ିଏଟ ପାଠ ପଢ଼ୁଥିବା ବେଳେ ପରୀକ୍ଷା ନିମନ୍ତେ ଫର୍ମ ପୁରଣ ପାଇଁ ଟଙ୍କା ଦେଇ ପାରିନଥିଲେ । ଫଳରେ ସେ ପରୀକ୍ଷାରୁ ବଞ୍ଚିତ ହେବା ସହ ପାଠପଢ଼ାରୁ ମଧ୍ୟ ବିରତି ନେଇଥିଲେ । ପଟ୍ଟାୟତ ସାହୁ ଆଗରୁ ନାନ୍ଦୋଳ ପ୍ୟାକ୍ସ ଅଫିସରେ ସେଲସମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଅବସର ପରେ ତାଙ୍କ ସାନ ପୁଅ ଶୁଶାନ୍ତ ସାହୁ ଏବେ ପିଅନ ଭାବେ ସେହି ନାନ୍ଦୋଳ ପ୍ୟାକ୍ସରେ କର୍ଯ୍ୟ କରନ୍ତି।ବାପା, ଅଜା ଅମଳରୁ ହିଁ ଏହି ଔଷଧୀୟ ବୃକ୍ଷ ରୋପଣ ଜାଣିଥିବା ବେଳେ ପଟ୍ଟାୟତ ସାହୁ ସପ୍ତମ ଶ୍ରେଣୀ ପଢ଼ୁଥିବା ବେଳେ କୃଷି ବିଜ୍ଞାନ ବହି ହିଁ ଔଷଧୀୟ ବୃକ୍ଷ ରୋପଣ ଓ ବୈଦ୍ୟ ହେବା ପାଇଁ ପ୍ରେରଣା ଯୋଗାଇଥିଲା । ବିଗତ ୪୦ ବର୍ଷ ହେବ ୬୫ ଡିସିମିଲ ଜାଗାରେ ୩ ହଜାର ରୁ ଉର୍ଦ୍ଧ୍ବ ଔଷଧିୟ ବୃକ୍ଷ ଲଗାଇଛନ୍ତି ଓ ନିଜେ ବୈଦ୍ୟକାମ ମଧ୍ୟ କରୁଛନ୍ତି । ଗତ ୨୦୦୫ ମସିହାରେ ପ୍ରକୃତିବନ୍ଧୁ ପୁରସ୍କାର ପାଇଥିଲେ । ଏହି ଔଷଧୀୟ ବୃକ୍ଷ ଅନ୍ୟ ରାଜ୍ୟ, ଅନ୍ୟ ଦେଶରୁ ମଧ୍ୟ ବିଭିନ୍ନ ଉପାୟରୁ ଆଣି ନିଜ ବଗିଚାରେ ରୋପଣ କରିଛନ୍ତି । ଏନେଇ ସରକାରୀ ଭାବେ ତାଙ୍କୁ କୌଣସି ସହାୟତା ମିଳୁନାହିଁ । ପଟ୍ଟାୟତ ସାହୁ ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରିଥାନ୍ତି । ସେହି ଛୋଟିଆ କୋଠରୀ ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ଦେଇଥାନ୍ତି । ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । କେବଳ ପଟ୍ଟାୟତଙ୍କ ପାଇଁ ପ୍ରତିଶ୍ରୁତି ହିଁ ସହାନୁଭୂତି ପାଲଟିଛି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ତାଙ୍କ ନାମ କହିବା ପରେ ତାଙ୍କ ଦୁଆରେ ମାଳ ମାଳ ରାଜନେତା, ପ୍ରଶାସନ ରୂଣ୍ଡ ହୋଇ ତାଙ୍କ ସହିତ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି।ପଦ୍ମଶ୍ରୀ ସମ୍ମାନରେ ନାମ ଘୋଷଣା ହେବା ପରେ ପୁଣିଥରେ ନାନ୍ଦୋଳ ଗ୍ରାମ ଚଞ୍ଚଳ ହୋଇପଡିଛି।ପଦ୍ମଶ୍ରୀ ପୁରସ୍କାର ମୋନାନୀତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ପାରମ୍ପରିକ ବୃକ୍ଷଲତା ମାଧ୍ୟମରେ ଔଷଧ ତିଆରି ହେଲେ ଲୋକେ ସୁଲଭ ମୂଲ୍ୟରେ ଉପକୃତ ହେବାସହ ଏହା ରାଜ୍ୟ ଓ ଦେଶରେ ପ୍ରସାର ହୋଇପାରିବ।ରାଜ୍ୟ ସରକାର ଜାଗା ଆଉ ପ୍ରୋତ୍ସାହନ ଯୋଗାଇଦେଲେ ଆହୁରୀ ଔଷଧୀୟ ବୃକ୍ଷ ରୋପଣ କରି ଜିଲ୍ଲା, ରାଜ୍ୟ, ଦେଶ ତଥା ବିଦେଶରେ ନାମ କରିବି ବୋଲି କହିଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

Rayagada News: Odisha Non-Gazetted Forest Service Association Holds 14th Biennial Session

masiha

ଅବସର ଦିନ ରେ ହିଁ ଅବସରକାଳୀନ ସମସ୍ତ ପ୍ରାପ୍ୟ ପ୍ରଦାନ କଲେ ଗୋଷ୍ଠୀ ଶିକ୍ଷାଧିକାରୀ

Sunil Chandra Nayak

ଶିଶୁବାଟିକା ପାଇଁ ସଚେତନତା ଶୋଭାଯାତ୍ରା

masiha

Leave a Comment

error: Content is protected !!