ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଗଭଣ ମାଦ୍ରାସାରେ ସାଧାରଣତନ୍ତ ଦିବସ ପାଳିତ

ମୟୁରଭଞ୍ଜ -୨୬/୧/୨୩ ( ମସିହା) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ନାଗଭଣ ମାଦ୍ରାସାରେ ଧୁମ ଧାମରେ ପାଳିତ ହେଲା 74 ତମ ସାଧାରଣତନ୍ତ୍ର ଦିବସ ! ମୁସଲିମ କମିଟିର ସମ୍ପାଦକ ସେକ ଇଫତେଖାର ପତାକା ଉତ୍ତୋଳନ କରିଥିବା ବେଳେ ମଦ୍ରାସାର ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରି ଥିଲେ ! ପରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ I ମାଦ୍ରାସାର ମୌଲାନା ମହମ୍ମଦ ମୋକିମ ଛୋଟ ବଡ଼ ସମସ୍ତ ମୁସଲିମ କମିଟି ଓ ମାକତାବକୁ ସାଧାରଣ ତନ୍ତ୍ର ଦିବସ ପାଳନ କରିବା ନେଇ ଆହ୍ୱାନ ଦେଇଥିଲେ ! କାର୍ଯ୍ୟକ୍ରମକୁ ନାଗଭଣ ମୁସଲିମ କମିଟିର ସମ୍ପାଦକ ସେକ୍ ଇଫତେଖାର,ମୌଲାନା ମହମ୍ମଦ ମହକିମ୍, ସେକ୍ ଏଜାଜ୍,ଅବଦୁଲ କାଦିର,ସେକ୍ ଇମରାନ ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଶ୍ବ ମହିଳା ଦିବସରେ ମହିଳାଙ୍କୁ ମିଳିଲା ସମ୍ମାନ

masiha

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

masiha

ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ ଉତ୍ସବ

Sunil Chandra Nayak

Leave a Comment

error: Content is protected !!