ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଉତୁମ୍ବl କଳାକୃତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ 

ରାୟଗଡ଼ ତା :-୨୭/୦୧- ବିକାଶ ଆୟୁକ୍ତ ହସ୍ତଶିଳ୍ପ ବସ୍ତ୍ରମନ୍ତ୍ରାଳୟ ଭାରତ ସରକାର, ଭୁବନେଶ୍ୱର ଅନୁକୂଲ୍ୟରେ ପ୍ରେରଣା ଆର୍ଟ ଏଣ୍ଡ କ୍ରାଫ୍ଟ ସେଣ୍ଟର୍ରେ ଦୁଇମାସ ଧରି ଚାଲିଥିବା ଗୁରୁ ଶିକ୍ଷା ହସ୍ତଶିଳ୍ପ ପ୍ରଶିକ୍ଷଣ ପ୍ରୋଗ୍ରାମ ଗତ ୨୫.୦୧.୨୦୨୩ରେ ଉଦଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ୩୦ଜଣ ଯୁବକ ଯୁବତୀ ପ୍ରଶିକ୍ଷଣ ପାଇ ପ୍ରଶିକ୍ଷଣ ମlଧ୍ୟମରେ ଶୁଖିଲା ଲାଉତୁମ୍ବl ଉପରେ ବିଭିନ୍ନ ପ୍ରକାରର କଳାକୃତି ଯେପରିକି ଘର ସଜେଇବା ଉପକରଣ, ଖେଳନା ଏବଂ ଫୁଲ ସଜା, ଟେବୁଲ୍ ଲେମ୍ପ ବାଦ୍ୟଯନ୍ତ୍ର ଓ ଅନେକ ପ୍ରକାରର ଜିନିଷ ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି ପ୍ରଶିକ୍ଷଣରେ ସବୁ ପିଲାଙ୍କୁ ଦିନକୁ ଟ୩୫୦/- ହିସାବରେ ଷ୍ଟାଇପେଣ୍ଡ, ଦରକାରୀ ଉପକରଣ ଓ ଜିନିଷ ଦିଆଯାଇଥିଲା। ଏଥିରେ ୨୮ ଜଣ ଯୁବତୀ ଓ ଦୁଇଜଣ ଯୁବକ ଶିକ୍ଷା ପାଥିଲେ। ସେମାନେ ଆଗକୁ କିପରି ଏହି କ୍ରାଫ୍ଟର ମାର୍କେଟ କରି ରୋଜଗାର ହୋଇପାରିବେ ତାହା ଶିକ୍ଷା ଦିଆଯାଇ ଥିଲା l ଏହି ହସ୍ତକଳା ଟ୍ରେନିଂ ପ୍ରୋଗ୍ରାମକୁ ପ୍ରସିଦ୍ଧ ଶିଳ୍ପୀ ଶ୍ରୀ ହିମାଂଶୁ ପାଣ୍ଡିଆ ଅlର୍ଟିଷ୍ଟ୍ ଚାନ୍ଦିନୀ ଶାରକl ଶିକ୍ଷାଦାନ କରିଥିଲେ। ପରିଚାଳିତ ଉଦ୍ୟଗିକରଣ କମିଶନର ହାଣ୍ଡିକ୍ରାଫ୍ଟ ଭୁବନେଶ୍ୱର ଅଫିସ ଦ୍ଵାରା ଏହି ଟ୍ରେନିଂର ଶେଷ ଦିବସରେ ପ୍ରତ୍ୟେକ ଟ୍ରେନିଂ ପିଲାଙ୍କୁ ପ୍ରମାଣ ପତ୍ର ଓ ଭାରତ ସରକାରଙ୍କ ପରିଚୟ ପତ୍ର ପ୍ରଦାନ କରାଯାଇ ଥିଲା। ଏହି ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡିସି ହଣ୍ଡିକ୍ରାଫ୍ଟର ବରିଷ୍ଠ- ସହକାରୀ ନିର୍ଦେଶକ ଶ୍ରୀ ଏ. କେ. ହୋତା କିପରି ପିଲା ମାନେ ଏହି କଳାକୁ ନେଇ ଭବିଷ୍ୟତରେ ସ୍ବାବଲମ୍ବୀ ହୋଇପାରିବେ ଓ ସରକାରୀ ସହାୟତା ପାଇବେ ତାହା ଜଣାଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଓରମାସର ଡେପୁଟି ସି .ଇ .ଓ ମନୋଜ କୁମାର ପାତ୍ର ଓରମାସର କାର୍ଯ୍ୟକଲାପ ଓ ଅlର୍ଟିସlନକୁ କିପରି ସାହାଯ୍ୟ ସୋହଜଗ ଯୋଗାଇ ଆସୁଛି ତାହା ପ୍ରକାଶ କରିଥିଲେ। ସହକାରୀ ନିର୍ଦ୍ଧେଶକ ଜୟଶ୍ରୀ ଡୁଙ୍ଗୁଡୁଙ୍ଗୁ ଇଛୁକ ଲାଉ ତୁମ୍ବା କଳା କାର୍ଯ୍ୟକୁ ସେ ସର୍ବଦା ସହୋଯଗ କରି ଆସିଛନ୍ତି ଓ ଭବିଷ୍ୟତରେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଡିସି ଅଫିସ ଭୁବନେଶ୍ଵରରୁ ଆସିଥିବା ଇଞ୍ଜିିନିୟର ଶ୍ରୀ ଗୁଞ୍ଜନ ପରିଚାଳନା କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବହୁଜନ ସଂଗ୍ରାମ ସମିତି ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ଧର୍ମଗଡ ଏନଏସି ର ୧୪ ଗୋଟି ୱାର୍ଡ ରେ ସୋନ୍ଦର୍ଯ୍ୟ ଓ ଆଲୋକିକରଣ କାର୍ଯ୍ୟ ତ୍ଵରାନିତ୍ଵ

masiha

ପାପଡ଼ାହାଣ୍ଡି ସହିଦ ସ୍ମୃତି ସ୍ତମ୍ଭ ଓ ପାର୍କ ର ଉନ୍ନତିକରଣ ନିମନ୍ତେ ବୈଠକ:ସହିଦ ସ୍ମୃତି ପାର୍କ ପାଇଁ ୫ ଏକର ନୂତନ ଜାଗା ଚିହ୍ନଟ ର ପ୍ରସ୍ତାବ 

masiha

Leave a Comment

error: Content is protected !!