ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

ଡାବୁଗାଁ, ୨୮/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ବିଧ୍ୟଳୟ ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀଙ୍କ ସଭାପତିତ୍ଵରେ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଛାତ୍ରୀ ଛାତ୍ର ଙ୍କ ବୃତ୍ତିଗତ, ଭବିଷ୍ୟତ କର୍ମ ପନ୍ଥା ଚୟନ, ଶୈକ୍ଷିକ ଓ ସହ ପାଠ୍ୟକ୍ରମ କାର୍ଯ୍ୟ|ବଳୀର ଆୟୋଜନ, ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସଂଖ୍ୟାର ଅଭିବୃଦ୍ଧି ସହ ସମସ୍ତ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କର ସକ୍ରିୟ ଅଂଶଗ୍ରହଣ, ଛାତ୍ର ବୃତ୍ତିସମ୍ପର୍କରେ ସଚେତନତା, ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ରୀଛାତ୍ର ଙ୍କୁ ନେଇ ଅନୁଷ୍ଠାନର ବିକାଶ ନିମନ୍ତେ ଅଂଶଗ୍ରହଣ, ଶିକ୍ଷାନୁଷ୍ଠାନକୁ ରାଗିଙ୍ଗ ମୁକ୍ତକରିବା ଓ ତତସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏବଂ ପରିଶେଷରେ ଛାତ୍ରୀଛାତ୍ର ମାନଙ୍କର ସର୍ବାଙ୍ଗୀନ ବିକାଶ ସହ ଗୁଣାତ୍ମକ ସୁଇକ୍ଷର ବିକାଶ ଓ ଅନୁଷ୍ଠାନର ସାମଗ୍ରିକ ବିକାଶ ଉପରେ ଅଭିଭାବକ ମାନେ ସେମାନଙ୍କର ସୁଚିନ୍ତିତ ମତ ପ୍ରତିପାଦନ କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ, +୩ ବିଭାଗର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ, ସିଆରସିସି ପ୍ରସନ୍ନ କୁମାର ଦଣ୍ଡସେନା, ବରିଷ୍ଠ ପ୍ରାଧ୍ୟାପକ ସନ୍ତୋଷ ପଟ୍ଟନାୟକ, ଅଧ୍ୟାପକ ଶିବ ପ୍ରସାଦ ସାହୁ, ନବୀନ କୁମାର ନାଗେଶ, ତତ୍ତ୍ଵମସୀ ରଥ, ପଦମ ଭତ୍ରା ଏବଂ ଅନ୍ୟ କର୍ମଚାରୀ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ | ଶେଷରେ ଶିକ୍ଷା ବିଭାଗ ଅଧ୍ୟାପକ ରମେଶ ଚନ୍ଦ୍ର ନାହକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲଉଡି ଗୁରୁ ଶ୍ରୀଯୁକ୍ତ କବୀର ଚନ୍ଦ୍ର ବେହେରା ସମ୍ବର୍ଦ୍ଧିତ 

masiha

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଓଡ଼ିଶା ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖାର ବୈଠକ

ଚେପଟିଆମ୍ବାରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ,ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି 

masiha

Leave a Comment

error: Content is protected !!