ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜବାହର ନବୋଦୟ ବିଦ୍ୟାଳୟ ନର୍ଲା ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ 

ରୁପ୍ରା, ୨୮/୧ (ମନୀସ ) : କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର କ୍ରୀଡ଼ା ମୈଦାନ୍ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦଘାଟିତ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ତାମଣି ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡ଼ା ଉତ୍ସବର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ ଯୋଗଦାନ କରି ନିଜର ପୁରୁଣା ଅନୁଭୂତି କୁ ମନେ ପକାଇବା ସହ ନବୋଦୟ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ କୃତକାର୍ଯ୍ୟ ହେବାର ମନ୍ତ୍ର ପ୍ରଦାନ କରିଥିଲେ ଓ ଗ୍ରାମାଞ୍ଚଳର ଟେଲେଣ୍ଟ୍ ଛାତ୍ରଛାତ୍ରୀ ମାନେ ଏହି ବିଦ୍ୟାଳୟରୁ ହିଁ ଗଠନ ହେଉଛନ୍ତି ବୋଲି ମତବ୍ୟକ୍ତ କରିବା ସହ ସମସ୍ତ ଶିକ୍ଷକ /ଶିକ୍ଷୟିତ୍ରୀ ମାନଙ୍କ ପାଠପଢା ଶୈଳୀକୁ ପ୍ରସଂଶା କରିଥିଲେ । ସେହିପରି ପ୍ରମାଣପତ୍ର ପାଇବା ଶିକ୍ଷାର ଲକ୍ଷ୍ୟ ନୁହେଁ, ପାଠପଢି ଭଲ ମଣିଷ ହେବାପାଇଁ ସମସ୍ତ ଛାତ୍ରଛାତ୍ରୀ ଆଗଭର ହେବାକୁ କହିଲେ । ଏହା ବ୍ୟତୀତ ଦେଶର ପ୍ରତ୍ୟେକ ବିଭାଗର ସର୍ବଶ୍ରେଷ୍ଠ ଆସନରେ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହିଁ ରହିପାରିଛନ୍ତି ବୋଲି କହିଥିଲେ । ଉଦଯାପନୀ ଉତ୍ସବରେ ମଞ୍ଚ ପରିଚାଳନା ଦୁର୍ଗାଚରଣ ନନ୍ଦ କରିଥିବା ବେଳେ କାର୍ଯ୍ୟକ୍ରମ ସମନ୍ୱୟକାରୀ ଭାବରେ ପି. ବି. ମୁରଲି କ୍ରିଷ୍ଣା ଓ ଶିଖା ମେଡମ୍ ରହିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କ୍ରୀଡ଼ା ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷକ /ଶିକ୍ଷୟିତ୍ରୀ ମାନସ ସେନାପତି, ବି.ଚଳପତି ରାଓ, ସନ୍ତୋଷ ପଣ୍ଡା, ଲଲିତ ଚନ୍ଦ୍ର ମହତୋ, ଶିବାନୀ ଗୁପ୍ତା, ପ୍ରତିକ୍ଷା ଭୋଇ, ପ୍ରିୟଦର୍ଶିନୀ ବିଶ୍ୱାଲ, ଶୁଭସ୍ମୀତା ସ୍ୱାଇଁ, ସୀମାଲାଲ୍, ଅନୀତ ଦାସ, ପ୍ରଶାନ୍ତ ପଣ୍ଡା, ସୁମନ୍ ଏସ୍ ମିଞ୍ଜ, ଆକୁଳା ସନ୍ଦୀପଙ୍କ ସମେତ ସମସ୍ତ ଶିକ୍ଷକ /ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

କଳାହାଣ୍ଡି ଉତ୍ସବ ଘୁମୁରାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର ଘୁମୁରା ଦଳକୁ ମୁଖ୍ୟ ଅତିଥି ଶ୍ରୀ ଦୁବେ ସମ୍ମାନିତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସମ୍ମାନିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରି ଶୁଭେଚ୍ଛା ଜଣାଇଥିଲେ। ଏହି ଉତ୍ସବରେ ଚାମ୍ପିଅନ୍ ହୋଇଥିବା ଜୁନିୟର ହାଉସ୍ ର ଶିୱାଲିକ୍ ହାଉସ୍ ଓ ସିନିୟର୍ ବିଭାଗର ନୀଳଗିରି ହାଉସ୍ କୁ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ଶିଖା ମେଡମ୍ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ମା କାଲିକେଶ୍ୱରୀ କ୍ରିକେଟ ଫାଇନାଲ,ବଡ଼ ପୁଝାରିଗୁଡା ଦଳ ଚାମ୍ପିୟାନ

Sunil Chandra Nayak

“ପରିଆ ଗାଁରେ ପଞ୍ଚାୟତ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ,ଲବଣୀପୁର ଫାଇନାଲକୁ ଉନ୍ନୀତ

Sunil Chandra Nayak

ପୁରୁଷ ପାରା ବ୍ୟାଡମିଣ୍ଟନ ଇଣ୍ଡୋନେସିଆରେ କଳାହାଣ୍ଡିର ଆକାଶ ମୁଣ୍ଡ

masiha

Leave a Comment

error: Content is protected !!