ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚଚରାଗୁଡାରେ ଅନ୍ତଃରାଜ୍ୟ କ୍ରିକେଟ୍ ଟୁର୍ଣାମେଣ୍ଟ ଉଦଘାଟିତ

ନବରଙ୍ଗପୁର —(ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଅନ୍ତଃରାଜ୍ୟ ମା ଠାକୁରାଣୀ ପ୍ରିମିୟର୍ କ୍ରିକେଟ୍ ଲିଗ୍ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଉକ୍ତ ଟୁର୍ଣାମେଣ୍ଟରେ ଓଡିଶାର ବିଭିନ୍ନ ଜିଲ୍ଲା ଓ ଛତିଶଗଡ ରାଜ୍ୟର ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଉଦଘାଟନୀ ମ୍ୟାଚ୍ ଛତିଶଗଡର ବସ୍ତର ବ୍ଲାଷ୍ଟର ଓ ନବରଙ୍ଗପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବରଙ୍ଗପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଓଭରରେ ୧୩୦ ରନ୍ କରିଥିବା ବେଳେ ବସ୍ତର ଦଳ ଆବଶ୍ଯକ ରନ୍ କରି ମ୍ୟାଚ୍ ବିଜେତା ହୋଇ ଥିଲେ।ଶ୍ରେଷ୍ଠ ଖେଳାଳୀ ଭାବେ ବସ୍ତର ଦଳର କ୍ରୁଷ୍ନ କୁମାରଙ୍କୁ ପୁରସ୍କ୍ରୁତ କରାଜାଇଥିଲା।ସେହିପରି ଦିତୀୟ ମ୍ୟାଚ୍ ଟିଟିଲାଗଡ ଓ ରାୟଗଡା ଜିଲ୍ଲାର ଆମ୍ବଦୋଲା ଦଳ ମଧ୍ୟରେ ଅନୁଷ୍ଟିତ ହୋର୍ଇଥିବା ବେଳେ ଅମ୍ବାଦୋଲା ଦଳ ବ୍ୟାଟିଂ କରି ୧୨୫ ରନ୍ କରିଥିଲା।ଟିଟିଲାଗଡ ଦଳ ୧୧୬ ରନ୍ କରି ଓ ପରାଜିତ ହୋଇଥିଲେ। ଦୁଇଟି ମ୍ୟାଚରେ ଆମ୍ପେୟାର ଭାବେ ମଣ୍ଟୁ ଓ ରୋନି ଖେଳ ପରିଚାଳନା କରିବା ସହ ଭାଷ୍ୟକାର ଥିଲେ।ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଜୟପୁରର ଟାଣୁଆ ନେତା ତଥା ବିଧାୟକ ତାରାପ୍ରସାଦ ଵାହିନୀପତି, ସମ୍ମାନୀତ ଅତିଥି ଭାବେ ପୁର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ,ଜିଲ୍ଲା କଂଗ୍ରେସ ବିପ୍ଲବୀ ସଂଗ୍ରାମୀ ଟାଣୁଆ ନେତା ତଥା ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ପାପଡାହାଣ୍ଡି ଜିଲ୍ଲାପରିଷଦ ସଭ୍ୟା ଲିପିକା ମାଝୀ,ଡାବୁଗାଁ ବ୍ଲକ ସଭାପତି ଜି ସାଇରାଜୁ,ଚଚରାଗୁଡା ପୁର୍ବତନ ସରପଞ୍ଚ୍ ଧର୍ମାନନ୍ଦ ନାୟକ,ଚଚରାଗୁଡା ନାଏବ ସରପଞ୍ଚ ଯୁଧିଷ୍ଟିର ତନ୍ତି ପ୍ରମୁଖ ଯୋଗଦେଇ ଥିଲେ।ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଉକ୍ତ ଖେଳର ଫାଇନାଲ୍ ମ୍ୟାଚ ହେବ ବୋଲି କ୍ରିକେଟ୍ କ୍ଲବ ସଭାପତି ନରେନ୍ଦ୍ର ନାୟକ,ଉପ-ସଭାପତି ପ୍ରଫୁଲ୍ଲ ମାଝୀ,ସମ୍ପାଦକ ବିଭୁଦତ୍ତ ବିଶୋଇ ସହଯୋଗ କରିଥିବା ବେଳେ ଅନ୍ୟମାନଙ୍କ  ମଧ୍ୟରେ ଶଙ୍କର,ଟୁଟୁ, ଧନେଶ୍ଵର ତନ୍ତିପା,ଯୋଗେଶ୍ଵର, କ୍ରୁଷ୍ନ,ଦିବାକର ଓ ରାମଚନ୍ଦ୍ର ପ୍ରମୁଖ ଟୁର୍ଣାମେଣ୍ଟ ପରିଚାଳନାରେ ସହଯୋଗ କରି ଥିଲେ।ଚଚରାଗୁଡା ଗ୍ରାମ ପଞ୍ଚାୟତ ସଦର ମହକୁମା ଠାରେ ପ୍ରଥମ ଥର ଅନ୍ତଃରାଜ୍ୟ କ୍ରିକେଟ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବାରୁ ବହୁ ସଂଖ୍ୟାରେ କ୍ରିଡାପ୍ରେମୀ ଦର୍ଶକ ଙ୍କପ୍ରବଳ ଭୀଡ ଦେଖିବାକୁ ମିଳିଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ଜବାହାର ଉଚ୍ଚ ବିଦ୍ୟାଳୟର ୨ ଛାତ୍ର ରାଜ୍ୟ କ୍ରିକେଟ ଚାମ୍ପିୟନସିପ ପାଇଁ ମନୋନୀତ

Sunil Chandra Nayak

କର୍ଲାପଡା ଠାରେ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ

Sunil Chandra Nayak

ମା’ ଅମ୍ବିକା ୟୁଥ୍ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଷ୍ଟାର ଇଲେଭେନ ନହଙ୍ଗ ବିଜୟୀ

masiha

Leave a Comment

error: Content is protected !!