ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁନିକୁନି ପିଲାଙ୍କ ନାଚରେ ଝୁମିଲେ ଦର୍ଶକ

ବାଲେଶ୍ଵର,୨୯/୦୧/୨୩- ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଶିବଗତିଆ ଫ୍ରେଣ୍ତସ୍ କ୍ଲବ ଅନୁକୁଲ୍ଯରେ ପ୍ରଥମ ବର୍ଷ ସରସ୍ବତୀ ପୂଜା ଆରମ୍ଭକରି କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ନେଇ ନୃତ୍ଯ ପ୍ରତିଯୋଗିତା ତା ୨୮/୦୧/୨୩ ରିଖ ଶନିବାର ସଂଧ୍ଯା ୭ ଘଟିକାରେ ଅନୁଷ୍ଠିତ ହୋଇଯାଇ ଅଛି । କ୍ଲବର ସଭାପତି ସପନ କୁମାର ବେହେରାଙ୍କ ପୌରୋହିତ୍ଯରେ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ମୁଖ୍ଯ ଅତିଥି ନାଟ୍ଯକାର ନରେନ୍ଦ୍ର କୁମାର ଦଣ୍ତପାଟ ଯୋଗଦେଇ ଥିବାବେଳେ ମୁଖ୍ଯ ବକ୍ତା ସାମ୍ବାଦିକ ବିଜୟ କୁମାର ଭୂୟାଁ ଯୋଗଦେଇ ଗାଁ ଓ ସାହିରେ କୋମଳ ମତି କୁନିକୁନି ଝିଅପୁଅ ମାନେ ସୁନ୍ଦର ଭାବେ ନାଚି ପାରୁଛନ୍ତି । ହେଲେ ଲୋକାୟିତ ପ୍ରତିଭାକୁ ଏହି କ୍ଲବ ମାଧ୍ଯମରେ ପ୍ରଷ୍ଫୁଟିତ କରି ସମାଜର ମୁଖ୍ଯ ସ୍ରୋତରେ ସାମିଲ କରିବା ପ୍ରୟାସ କରିଥିବାରୁ କ୍ଲବର ସମସ୍ତ ସଦସ୍ଯଙ୍କୁ ଶୁଭେଛା ଜଣାଇବା ସହିତ ଭୂୟିୟସି ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି କମଳଲୋଚନ ପାତ୍ର ଉପସ୍ଥିତଥିଲେ । କ୍ଲବର ସମ୍ପାଦକ ଶରତ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ଭୁନାଥ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଦସ୍ଯ ମାନସ ବେହେରା, ଅଶୋକ ବେହେରା, ରଘୁନାଥ ବେହେରା, ଚନ୍ଦନ ପରିଡା, ଅନନ୍ତ ବେହେରା, ଅରବିନ୍ଦ ବେହେରା, ମନୋରଞ୍ଜନ ପରିଡା, ତପନ ବେହେରା, ଉପସ୍ଥିତଥିଲେ । ନାଚରେ ପ୍ରଥମସ୍ଥାନ, ଦ୍ବିତୀୟ ସ୍ଥାନ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦିଆଯାଇଥିଲା । ଅନ୍ଯ ୨୦ ଜଣ ପ୍ରତିଯୋଗୀଙ୍କୁ କେବଳ ସାଟିଫିକେଟ୍ ପ୍ରଦାନ କରାଯାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଣୀପୁର ଝରିଆଲ ମହୋତ୍ସବ ୨୦୨୫ କମିଟି ଗଠିତ 

masiha

ଜଲଦା ଜାଗରଣ ମଞ୍ଚ ଦ୍ବାରା ତ୍ରିରଙ୍ଗା ଯାତ୍ରା 

masiha

ଟିମ୍ ରାଜନଗର ପକ୍ଷରୁ ପଣ୍ଡିତ ନେହେରୁ ଛାତ୍ର ପ୍ରତିଭା ସମ୍ମାନ -୨୦୨୫ କାର୍ଯ୍ୟକ୍ରମ ମହାସମାରୋହ ରେ ଅନୁଷ୍ଠିତ

masiha

Leave a Comment

error: Content is protected !!