ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୌପ୍ୟ ଜୟନ୍ତୀ ଅଵସ୍ତ୍ରରେ କିଟ ଓ କିସ ପକ୍ଷରୁ ମିନି ମାରାଥନ

ନୂଆପଡା // ରୌପ୍ୟ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଧେଶ୍ୟରେ ଭୁବନେଶ୍ୱର କିଟ ଓ଼ କିସ ପକ୍ଷରୁ ନୂଆପଡା ମିନିଷ୍ଟାଡ଼ିଅମଠାରେ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି l ଏହା ନୂଆପଡା ସର୍କିଟ ହାଉସଠାରୁ ମିନିଷ୍ଠାଡିଅମ ପର୍ଯ୍ୟନ୍ତ ୩ କିମି ଧରି ମାରାଥନ ଦୌଡ ହୋଇଥିଲା l ଏଥିରେ ନୂଆପଡା ଆରକ୍ଷୀ ଅଧ୍ୟକ୍ଷକ ଆର. ଗୁଣ୍ଡାଳା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଦେଖାଇ ମିନି ମାରାଥନର ଶୁଭଆରମ୍ଭ କରିଥିଲେ l ଏଥିରେ ୨ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଯୁବକ, ସାମ୍ବାଦିକ ଓ଼ କ୍ରୀଡାପ୍ରେମୀ, କିସ ଓ କିଟର ଆଲୁମିନି ମାନେ ସାମିଲ ହୋଇଥିଲେ l ପରେ ମିନିଷ୍ଟାଡ଼ିଅମଠାରେ ଆୟୋଜିତ ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି କୁମାର ପ୍ରଧାନ, ନୂଆପଡା ଜିଲ୍ଲା କ୍ରିକେଟ ଏସୋସିଏସନର ସଭାପତି ସରୋଜ କୁମାର ସାହୁ, ଜର୍ଣ୍ଣାଲିଷ୍ଟ ଏସୋସିଏସନର ସଭାପତି ଘନଶ୍ୟାମ ଭୋଇ, ଜିଲ୍ଲାପରିଷଦ ସଦସ୍ୟ ଭାନୁପ୍ରତାପସିଂ ମାଝୀ,ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଆଶିଷ କୁମାର ଠାକୁର,ନ୍ୟାସନାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋଲାପ ସାହୁ, ସମାଜସେବୀ ଯଂଜ୍ଞସେନୀ ମହାପାତ୍ର, ଶିକ୍ଷୟତ୍ରୀ ସରସ୍ବତୀ ଶବର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ଏହି ଅବସରରେ ସମସ୍ତଙ୍କ ନିକଟରେ ଶିକ୍ଷlର ବାର୍ତା କିଭଳି ପହଞ୍ଚି ପାରିବ ସେନେଇ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ l ପରେ ଅତିଥିମାନଙ୍କ ଦ୍ୱାରା ମିନିମାରାଥନରେ ସାମିଲ ହୋଇଥିବା ସମସ୍ତଙ୍କୁ ମାନପତ୍ର ଓ଼ କପ ପ୍ରଦାନ କରାଯାଇଥିଲା l ମିନି ମାରାଥନ ମାଧ୍ୟମରେ ସମସ୍ତଙ୍କ ନିକଟକୁ ଶିକ୍ଷାର ବାର୍ତା ପହଞ୍ଚାଇବାର ଅଭିନଵ ପ୍ରୟାସ କରିଥିବା କିଟ ଓ଼ କିସ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଉପସ୍ଥିତ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ l ସାମ୍ବାଦିକ କୁନୁ କରୁଆଁ ମଞ୍ଚ ପରିଚାଳନା କରିଥିବା ବେଳେ କିସର ପୂର୍ବତନ ଛାତ୍ର ହେମସିଂ ମାଝୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଦିକନ୍ଧ ସମାଜର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଶିକ୍ଷକ ସରୋଜ କୁମାର ଜେନା ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

୧୧ ତମ ଦିନରେ ଵାମନଘାଟୀ ଉପଖଣ୍ଡର ରାଜସ୍ବ ଅମଲାଙ୍କ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପିଣ୍ଡାରେ ଧାରଣା ଜାରି; ସମର୍ଥନ ଦେଲେ ରାଇରଙ୍ଗପୁର ଓକିଲ ସଂଘ ସଭାପତି

Sunil Chandra Nayak

Leave a Comment

error: Content is protected !!