ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଆରପିଏଫ ୬୪ ବାଟାଲିଆନ ତରଫରୁ ଜନ ସମ୍ପର୍କ ଶିବିର

ମ,ରାମପୁର,୩୦/୧( ମସୀହା):- କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଳକ୍ ଅନ୍ତର୍ଗତ ମ.ରାମପୁର ଠାରେ ଥିବା ଇ/୬୪ ବାଟାଲିୟନ ଓ ଆଦିବାସୀ ଅଧ୍ୟୁଷିତ ପଂଚାୟତ ଲୁବେନ୍ ଗଡ ଠାରେ ଥିବା ସିଆରପିଏଫ୍ ଜି ୬୪ ବାଟାଲିଅନ ତରଫରୁ ଆଜି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି l ମ,ରାମପୁର ଠାରେ ମୁଖ୍ୟ ଅତିଥି ଭାବେ କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀ, ସମ୍ମାନିତ ଅତିଥି ସୁବେଦାର ମେଜର୍ ଗଣେଶ କୁମାର ସିଂହ,ଓ ଏଲ୍ ଏମ୍ ସଂଯୋଜକ ଦିପ୍ତୀ ରଞ୍ଜନ ନାୟକ, ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ଓ ଲୁବେନ ଗଡ ଠାରେ ଟୁ ଆଇ ସି ପ୍ରଶାନ୍ତ କୁମାର ମିଶ୍ର, ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେନା ଏବଂ ସାଧାରଣ ଜନତାଙ୍କ ମଧ୍ଯ ରେ ଉତ୍ତମ ସମ୍ପର୍କ ରହିବା ଦରକାର ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବରେ ଏସି ସୁବାସ କୁମାର,ସରପଞ୍ଚ ରାମା ମାଝୀ ଯୋଗ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମ ରେ ଅଞ୍ଚଳ ବାସୀ ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ସମସ୍ତ ଯବାନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପରିପ୍ରେକ୍ଷୀରେ ମଧୁବାବୁ ମଣ୍ଡଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

Sunil Chandra Nayak

ଟାଙ୍ଗିରି ପାହାଡରେ ଅଛି ବୃହତ୍ ଓପନ ରକ୍ ରେପଲିଙ୍ଗ ସରଫେସ

Sunil Chandra Nayak

ସିଂଲା ରେ ମାନବ ଅଧିକାର ଫୋରମ୍ ର ବସ୍ତା ବ୍ଲକ୍ ଶାଖା ଗଠିତ

Sunil Chandra Nayak

Leave a Comment

error: Content is protected !!