ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲାସ୍ତରୀୟ ଵାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ

ଜୁନାଗଡ଼,୩୦/୧(ମ ନି ସ) ବାର୍ଷିକ କ୍ରୀଡା ଯୋଗୁଁ ଅନେକ ପ୍ରତିଭା ଚିହ୍ନଟ ହେଉଛନ୍ତି, ତେଣୁ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଜାତୀୟ ସ୍ତରରେ ପହଞ୍ଚାଇବା ହିଁ ଏକମାତ୍ର ଲକ୍ଷ ବୋଲି ଆଜି ବାର୍ଷିକ କ୍ରୀଡାର ଉଦଯାପନି ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ଜୁନାଗଡ଼ ବ୍ଳକ୍ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବାର୍ଷିକକ୍ରୀଡା ମହୋତ୍ସଵ ଉଦଯାପିତ ହୋଇଥିଲା। ଉଦଯାପିତ ଉତ୍ସବରେ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ମୁଖ୍ୟବକ୍ତା ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ , ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦାମୋଦର ଵିଶ୍ଵାଳ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁମନ୍ତ ମାଝୀ, କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ରଂଜନ ପଣ୍ଡା,ଜୁନାଗଡ (ଏସ୍.ଏସ୍.ଡି)ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଵୀଣାପାଣି ସାମନ୍ତ, ଜୟନ୍ତପୁର ଵାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅସୀମା ଦୋରା ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ୨୦୨୨-୨୩ ର କ୍ରୀଡକ୍ଷେତ୍ର ରେ ଉତ୍କର୍ଷତା ଲାଭ ପାଇଁ “ବେଷ୍ଟ ପରଫର୍ ମିଙ୍ଗ୍ ସ୍କୁଲ୍ ଫର୍ ସ୍ପୋର୍ଟ୍ସ୍” ଭାବେ ଲାଞ୍ଜିଗଡ଼ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ଚମ୍ପିୟାନ୍ ହୋଇଥିଲା । କ୍ରୀଡା ମହୋତ୍ସଵ ରେ କ୍ରୀଡା ଶିକ୍ଷକ ବିଜୟ ନାଏକ, ସୀତାକାନ୍ତ ପ୍ରଧାନ, କୃଷ୍ନ ଚନ୍ଦ୍ର ନାୟକ, କାମସେନ୍ ଭୋଇ, ଅମୁଲ୍ୟ ନାଏକ ପ୍ରଭୃତି ସକ୍ରିୟ ସହଯୋଗ କରିଥିଲେ । ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳଯ ର ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ ମଂଚ ପରିଚାଳନା କରିଥିଲେ। କୁରୁଗୁଡା ସ୍କୁଲ ଏନ୍.ସି.ସି ଅଫିସର୍ ସନ୍ତୋଷ କୁମାର ମେହେର ଧନ୍ୟଵାଦ ଅର୍ପଣ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଝରିଆଗୁଡା ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଚିଲିଗୁଡାକୁ ହରାଇ ବେହେରା ଦଳ ଚାମ୍ପିୟନ

masiha

ବଡପଳଶାରେ ଆଦିମ ଖେରଓ୍ବାଲ କ୍ଳବ୍ ଆନୁକୁଲ୍ୟରେ ୫୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବାବୁଲ ନାଚ

Sunil Chandra Nayak

ସାହାଣୀ କପ ଫୁଟବଲ କ୍ରୀଡ଼ା ନିମନ୍ତେ ଖେଳାଳି ଚୟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!