ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏଏସଆଇ ଗୋପାଳ ଦାସ ସରକାରୀ ଚାକିରିରୁ ବିଦା , ଗୋପାଳଙ୍କୁ ଚାକିରିରୁ ବରଖାସ୍ତ କଲେ ଝାରସୁଗୁଡ଼ା SP

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଏଏସଆଇ
ଗୋପାଳ ଦାସ 
ଚାକିରିରୁ ବହିଷ୍କାର ହେଲେ ଏଏସଆଇ ଗୋପାଳ ଦାସ

 ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ନବ କିଶୋର ଦାସଙ୍କୁ ହତ୍ୟା ଘଟଣାରେ ପୁଲିସ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି |ସମ୍ବିଧାନର  ଧାରା ୩୧୧ ଆଧାରରେ ତାଙ୍କୁ ବହିଷ୍କାର କରାଯାଇଛି | ଗୋପାଳକୃଷ୍ଣ ଦାସଙ୍କୁ ଝାରସୁଗୁଡା ଏସପି ବହିଷ୍କାର କରିଥିବାବେଳେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ ମଧ୍ୟ କରିଥିଲା | ଉଲ୍ଲେଖ ଥାଉ କି ଗୋପାଳ ଦାସଙ୍କୁ ଗତକାଲି ଟ୍ରାଫିକ କ୍ଲିଅରାନ୍ସ ଡିଉଟି ଦିଆଯାଇଥିଲା। ନବ ଦାସଙ୍କ ଗସ୍ତ ପାଇଁ ଅନ୍ୟ ପୁଲିସ ଅଧିକାରୀଙ୍କୁ ମଧ୍ୟ ଭିନ୍ନ ଭିନ୍ନ ଡିଉଟି ଦିଆଯାଇଥିଲା।

ନବ ଦାସ ୧୨ଟା ୧୫ ମିନିଟ୍ ପାଖାପାଖି ସେହି ସ୍ଥାନରେ ପହଞ୍ଚିବା ପରେ ଗୋପାଳ ନିଜ ଡିଉଟି ଛାଡ଼ି ତାଙ୍କ ନିକଟକୁ ଯାଇ ଗୁଳି ମାରିଥିଲେ। ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ କର୍ତ୍ତବ୍ୟରତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲଭରରେ ମନ୍ତ୍ରୀଙ୍କୁ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ମାରିଥିଲେ। ସେ ମଧ୍ୟରୁ ଗୋଟିଏ ଗୁଳି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା। ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ବିମାନ ଯୋଗେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ହେଁ ବିଳମ୍ବିତ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଚାକିରି ଦେବା ନାଁରେ ୧୬ ଲକ୍ଷ ଟଙ୍କା ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

Sunil Chandra Nayak

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦେଶୀମଦ ସମେତ ସ୍କୁଟି ଜବତ ଅଭିଯୁକ୍ତ ଗିରଫ !!!

Sunil Chandra Nayak

ବଡ଼ବିଲ ଗୁଳିକାଣ୍ଡ ର ମହିଳା ମାଷ୍ଟରମାଇଣ୍ଡ ସହ ଅନ୍ୟଜଣେ ଗିରଫ,ଝାରଖଣ୍ଡି ସୁପାରୀ କିଳର ସମେତ ଫେରାର ବୋଲେରୋ ଗାଡି ଜବତ

Leave a Comment

error: Content is protected !!