ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ୍ସପୋର୍ଟ ମେମ୍ବର ଭାବେ ପ୍ରିୟ ରଞ୍ଜନ ଦାସ ମନୋନୀତ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ବିଜୁ ଜନତା ଦଳର ସାଙ୍ଗଠନିକ ଗୁରୁଦ୍ୱାୟିତ୍ୱ ସହିତ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ପ୍ରତିନିଧି ଭାବେ ଦୀର୍ଘ ବର୍ଷ ହେବ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଆସୁଥିବା ଯୁବନେତା ପ୍ରିୟ ରଞ୍ଜନ ଦାସ ଙ୍କୁ ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି ସେ ଜିଲ୍ଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଏକ୍ସପୋର୍ଟ ମେମ୍ବର ଭାବେ ମନୋନୀତ ହୋଇଛନ୍ତି।ଜଣେ ନିର୍ବିବାଦୀୟ ଓ ସ୍ୱଚ୍ଛତାର ସହିତ ଲୋକଙ୍କ ସେବା ରେ ଥିବା  ଯୁବନେତା ପ୍ରିୟ ରଞ୍ଜନ ଦାସ ଙ୍କ ନାମ ଘୋଷଣା ପରେ ଆଜି ବିଜେଡି କର୍ମୀ ଖୁସି ବ୍ୟକ୍ତ କରିଛନ୍ତି।ପ୍ରିୟ ରଞ୍ଜନ ଦାସ ଙ୍କୁ ଏକ୍ସପୋର୍ଟ ମେମ୍ବର ଭାବେ ମୋତେ ମନୋନୀତ କରାଯାଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ନବରଙ୍ଗପୁର ଜିଲ୍ଲା ବିଜୁଜନତା ଦଳ ସଭାପତି ତଥା ସର୍ବପ୍ରିୟ ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ଝରିଗାଁ ନିର୍ବାଚନ ମଣ୍ଡଳୀ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ,ଉଠାଜଳସେଚନ ନିଗମର ପରାମର୍ଶଦାତା ପ୍ରମୋଦ ପାଢ଼ୀ ତଥା ଦଳୀୟ ନେତୃବୃନ୍ଦଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରି ଦଳୀୟ କର୍ମୀ ମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ଦଳର ସଂଗଠନକୁ ଆହୁରି ସୁଦୃଢ କରିବି ବୋଲି ମତ ଦେଇଛନ୍ତି।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ବଳଦିଆବନ୍ଧସ୍ଥିତ ଗୌରାଙ୍ଗ ଚରଣ ବିଦ୍ୟାପୀଠର ୪୩ ତମ ପ୍ରତିଷ୍ଠା ଦିବସ -୨୦୨୬ ମହାସମାରୋହରେ ପାଳିତ 

ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ

ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଅଧୀନରେ ସୂଚନା ଶିକ୍ଷା ଯୋଗାଯୋଗ ଅଭିଯାନ ତଥା ସାଚୁରେସନ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!