ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦୀପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଇଚ୍ଛାପୁରମ କୁ ପରାସ୍ତ କରି ହିଞ୍ଜିଳି ରୟାଲ କ୍ଳବ ଚମ୍ପିୟାନ

ହିଞ୍ଜିଳିକାଟୁ, ୩୦ା୧( ): ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଚାଲିଥିବା ଦୀପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତଥା ‘୧୩ତମ ଇଗଲ ଟ୍ରଫି’ର ଫାଇନାଲ ମ୍ୟାଚରେ ଇଚ୍ଛାପୁରମର ବାଳକୁମାରୀ କ୍ରିକେଟ କ୍ଳବକୁ ୫୬ ରନରେ ପରାସ୍ତ କରି ହିଞ୍ଜିଳିକାଟୁର ରୟାଲ କ୍ରିକେଟ କ୍ଳବ ଚମ୍ପିୟାନ ବିବେଚିତ ହୋଇଛି। ଟସ୍ ଜିତି ହିଞ୍ଜିଳିକାଟୁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୯୬ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ଇଛାପୁରମ ଦଳ ୨୦ ଓଭରରେ ୯ଟି ୱିକେଟ ହରାଇ ମାତ୍ର ୧୪୦ ରନ୍ କରି ପରାସ୍ତ ହୋଇଥିଲା। ଇଗଲ କ୍ରିକେଟ କ୍ଳବ ସଭାପତି ତଥା ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଜିଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ନଗର ବିଜେଡି ସଭାପତି ଭୀମସେନ ବେହେରା, ଓକିଲ ସଙ୍ଘ ସଭାପତି ଦ୍ବିତୀକୃଷ୍ଣ ସାବତ, କାଉନସିଲର ବିଳାସ କୁମାରୀ ମହାନ୍ତି, ବିଜେଡି ନେତା ପ୍ରଦୀପ ପଣ୍ଡା, କିରଣ ପଟ୍ଟନାୟକ, ତ୍ରିନାଥ ସାହୁ, ସୁନିଲ ପଣ୍ଡା, ସାମ୍ବାଦିକ ଶେଷଦେବ ସାହୁ, ବିନାୟକ ପଟ୍ଟନାୟକ, ରାଜେନ୍ଦ୍ର ପଣ୍ଡା, ବିରଞ୍ଚି ପଣ୍ଡା, ପ୍ରଭୁ ପାତ୍ର ଓ କ୍ରୀଡ଼ା ଶିକ୍ଷକ ବିଭୁତି ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ସୁମନ୍ତ ପୋଲାଇ ମ୍ୟାନ ଅଫ୍ ଦି ମ୍ୟାଚ୍‌, ବ୍ରିଜେଶ ମହାରଣା ମ୍ୟାନ୍ ଅଫ୍ ଦି ସିରିଜ, ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ ଆସିକା ଅମରନାଥ ଦଳର ବୁଦ୍ଧିଆ, ଶ୍ରେଷ୍ଠ ବୋଲର ଭାବେ ଇଛାପୁର ଦଳର ଯୋଗାନନ୍ଦ, ଶ୍ରେଷ୍ଠ କ୍ୟାଚ ଇଚ୍ଛାପୁରର ଲାଭନ, ଶ୍ରେଷ୍ଠ ୱିକେଟ କିପର ହିଞ୍ଜିଳିକାଟୁ ଦଳର ରାଜା ସାମଲ, ଶ୍ରେଷ୍ଠ ୱିକେଟ ଟେକର ଜୟଦେବ, ଶ୍ରେଷ୍ଠ ଅମ୍ପାୟର ବିଷ୍ଣୁ ପଣ୍ଡା, ଶ୍ରେଷ୍ଠ ସ୍କୋରର ଯୋଗାନନ୍ଦ ନାୟକ, ଶ୍ରେଷ୍ଠ ସ୍ୱେଛାସେବକ ଭାବେ ପ୍ରଶାନ୍ତ ପାଢ଼ୀ ଏବଂ ବିଜେତା ଓ ଉପବିଜେତା ଦଳକୁ ଅତିଥି ମାନେ ଟ୍ରଫି ସହ ନଗଦ ଅର୍ଥ ରାଶି ପୁରସ୍କୃତ କରିଥିଲେ। ଇଗଲ କ୍ଳବର ପ୍ରଶାନ୍ତ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଆଜିର ଫାଇନାଲ ମ୍ୟାଚରେ ବାବୁ ପଣ୍ଡା ଓ ଅମୁଲ୍ୟ ପଣ୍ଡା ଅମ୍ପାୟରିଂ କରିଥିବା ବେଳେ ସୁମନ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ।

ରାଜେନ୍ଦ୍ର ପଣ୍ଡା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

8 ତମ ମା’ ଲଣ୍ଡାବୀର ଆୟୋଜିତ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପନୀ ହୋଇଯାଇଛି 

masiha

୧୧ତମ ରାଜ୍ଯ ମୁଏଥାଇ ଚାମ୍ପିଅନସିପ ୨୦୨୩ – ଉଦଯାପିତ

Leave a Comment

error: Content is protected !!