ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଟ୍‍ ଓ କିସ୍‍ ର ରୌପ୍ୟ ଜୟନ୍ତୀ ପାଳନ , ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା  ମିନି ମାରାଥନ୍‍ ଅନୁଷ୍ଠିତ

କିଟ୍‍ ଓ କିସ୍‍ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଅବସରରେ ଫୁଲବାଣୀ ଠାରେ ଗତକାଲି ସକାଳ ୭ ଘଟିକା ସମୟରେ ବିଭିନ୍ନ ସ୍କୁଲ ପିଲାଙ୍କୁ ନେଇ ମିନି ମାରାଥନର ଆୟୋଜନ କରାଯାଇଥିଲା। କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ମୁଖ୍ୟ ଜିଲ୍ଲା ଅଧିକାରୀ ତଥା ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ନାୟକ ଓ ଜିଲ୍ଲା ଖେଳ ଅଧିକାରୀ ବିପିନ ନାୟକ ସବୁଜ ପତାକା ଦେଖାଇ ମାରାଥନ ରେସ ର ଶୁଭାରମ୍ଭ କରିଥିଲେ। ମାରାଥନ ରେସ ରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ କନ୍ଧମାଳ ଷ୍ଟାଡିୟମରୁ ବାହାରି ଏଫ ସି ଆଇ ଛକ, ଗାନ୍ଧୀ ଛକ ଦେଇ କରନେସନ ପଡିଆରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଶୀର୍ଷକ ଆଲୋଚନା ଚକ୍ର ବୈଠକରେ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲେ। କିଟ କିସ ର ରୌପ୍ୟ ଜୟନ୍ତୀ ଦିବସରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀ ଙ୍କର ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଦେଶର ଭବିଷ୍ୟତ ନାଗରିକ । ଶିକ୍ଷା ହିଁ ଗୋଟିଏ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥାଏ।ବର୍ତ୍ତମାନ ଛାତ୍ରଛାତ୍ରୀ ମାନେ ଶିକ୍ଷା ର ମହତ କୁ ବୁଝି ଏହି ପ୍ରକୃଷ୍ଟ ସମୟରେ ଶିକ୍ଷା ଗ୍ରହଣ କରି ଆଦର୍ଶ ମଣିଷ ଭାବେ ନିଜକୁ ଗଡି ତୋଳିବା ଆବଶ୍ୟକ ରହିଛି। ଛାତ୍ରଛାତ୍ରୀ ମାନେ ଆଜି ଏହି ଶିକ୍ଷା ଗ୍ରହଣ କରିବା ଏହି କୀଟ କିସ ଶିକ୍ଷା ପ୍ରତିଷ୍ଠାନ ର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ମିନି ମାରାଥନ ର ମୁଖ୍ୟ ଉଦେଶ୍ୟ ବୋଲି କହିଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ ଯୋଗ ଦେଇ କିଟ କିସ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ବାସୀ ଙ୍କର ଶିକ୍ଷା ସ୍ୱାସ୍ଥ୍ୟ ଉନ୍ନତି ପାଇଁ ଅହରହ ଉଦ୍ୟମ କରୁଛନ୍ତି। କନ୍ଧମାଳ ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ସହ କିଛି ଦିନ ତଳେ ଗଞ୍ଜୁଗୁଡା ପଞ୍ଚାୟତ ବଇଡ଼ା ଠାରେ ୨୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ ଓ ସ୍କୁଲ ପ୍ରତିଷ୍ଠା ନିମନ୍ତେ ଭୁମି ପୂଜନ କାର୍ଯ୍ୟ ଶେଷ ହୋଇଛି। କନ୍ଧମାଳ ଜିଲ୍ଲା ପାଇଁ ସାଂସଦ ଙ୍କର ଅବଦାନ ରହିଛି । ଛାତ୍ରଛାତ୍ରୀ ମାନେ ଶିକ୍ଷା ର ପ୍ରକୃତ ମହତ ବୁଝିବା ପାଇଁ ଏହି ମିନି ମାରାଥନ ର ଆୟୋଜନ କରାଯାଇଛି ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଫୁଲବାଣୀ ସହର ର ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କିଟ୍‍ ଓ କିସ୍‍ର କନ୍ଧମାଳ ଜିଲ୍ଲା ସଂଯୋଜକ ଭାଗିରଥି ସେଠି ପ୍ରାରମ୍ଭିକ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ। ମାରାଥନ ରେସ ରେ ଯୋଗ ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ କିଟ କିସ ତରଫରୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ଅଜିତ ମହାରଣା, ସଦାଶିବ ପାତ୍ର,ସୁନିଲ ବିଶ୍ୱାଳ,ଶିବ ବିଶ୍ୱାଳ,ବୈଦ୍ୟନାଥ ନାୟକ, ଶିବପ୍ରସାଦ ନାୟକ, ପ୍ରଶାନ୍ତ ଜେନା, ସୁଧୀର ମହାରଣା ,ରଞ୍ଜନ ଦାଶ, ରଞ୍ଜିତ ବେହେରା, ସନ୍ତୋଷ କୁମାର ବେହେରା, ଜାକିର ଖାନ,କ୍ଷୀରୋଦ ସାହାଣୀ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ,ବୁଦ୍ଧିଜୀବୀ କିଟ କିସ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

Seminar on Track Safety Held at Kottavalasa

Sunil Chandra Nayak

ନାରାୟଣ ନଗର ଗ୍ରାମର ଦୈନିକ ବଜାର ଠାରେ ସ୍ୱାଧୀନତା ଦିବସ ପାଳିତ

masiha

ଖଲିଆକାନି ବିଦ୍ୟାଳୟ ଗେଟ ରେ ଜାଗା ମାଲିକ ତାଲା ବନ୍ଦ ଘଟଣା : ତହସିଲଦାର ଙ୍କ ହସ୍ତକ୍ଷେପ ପରେ ଖୋଲିଲା ବିଦ୍ୟାଳୟ ର ସ୍କୁଲ ଗେଟ

Sunil Chandra Nayak

Leave a Comment

error: Content is protected !!