ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରେ ଅଭିଭାବକ ଓ ଶିକ୍ଷକ ବୈଠକ

କଙ୍କଡାହାଡ (ମସିହା ) ୩୦/୦୧_କାମାକ୍ଷାନଗର ଉପଖଣ୍ଡସ୍ଥିତ ବିରାଶାଳସ୍ଥ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅଭିଭାବକ ଓ ଶିକ୍ଷକ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ ବିକାଶ ରଞ୍ଜନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରି ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ୟାରୀମୋହନ ଖିଲାର ପରିକ୍ଷାପରିଚାଳନା ,ଶୈକ୍ଷିକ ଓ ସଂଯୋଜିତ ଶୈକ୍ଷିକ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀ ମାନଙ୍କର କ୍ୟାରିୟର ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟାପିକା ସ୍ଵର୍ଣ୍ଣଲକ୍ଷ୍ମୀ ମହାପାତ୍ର ଧନ୍ଦାମୂଳକ ଶିକ୍ଷାର ଭବିଷ୍ୟତ ଏବଂ ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ମକର ଧ୍ୱଜ ରଥ ଶିକ୍ଷା ଅନୁଷ୍ଠାନ ପରିସରରୁ ହିଁସା ଦୂରୀକରଣ ଏବଂ ଅଭିଭାବକଙ୍କର ସଚେତନ ତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବୈଠକ ରେ ୬୭ଜଣ ଅଭିଭାବକ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଅଭିଭାବକଙ୍କର ମତାମତକୁ ସମ୍ମାନ ଜଣାଇବା ସହ ଆଗକୁ ଶୈକ୍ଷିକ ପରିବେଶ କୁ ସମସ୍ତଙ୍କ ସହଯୋଗରେ ଆହୁରି ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ପ୍ରକାଶ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମଘାମରl ବୁଢାଦେଓ ଯାତ୍ରା ରେ ଉଦବୋଧନ ଦେଲେ ରାଜ୍ୟସଭା ସାଂସଦ l ଆଦିବାସୀ ଗାରିମାମୟ ସଂସ୍କୃତି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ରହିଛି 

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

masiha

୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ପ୍ରତିଷ୍ଠା ଦିବସ ପାଳିତ

masiha

Leave a Comment

error: Content is protected !!