ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫର୍ଣ ଆଣ୍ଡ ପ୍ଲେ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ

ଭବାନୀପାଟଣା,୨୯/୧: ସ୍ଥାନୀୟ ଫର୍ଣ ଆଣ୍ଡ ପ୍ଲେ ସ୍କୁଲରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମିସ ସବିତା ପଟ୍ଟନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ବିଜ୍ଞାନ ପ୍ରଦର୍ଶନୀ କୁ ଉଦ୍ଘାଟନ କରିଥିବା ବେଳେ ବିଶିଷ୍ଟ ଶିକ୍ଷ୍ୟବିତ ଉମେଶ ଚନ୍ଦ୍ର ଶତପଥୀ ସଂମାନୀୟ ଅତିଥି ଭାବେ ଯୋଗ ଦେଇ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ବିଜ୍ଞାନ ପ୍ରକଳ୍ପ କୁ ଭୁୟସୀ ପ୍ରଶଂସା କରିଥିଲେ । ସ୍କୁଲର ଅଧ୍ୟକ୍ଷ୍ୟ ଶ୍ରୀମତୀ ପ୍ରବୀଣା ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି ବିଜ୍ଞାନ ପ୍ରଦର୍ଶନୀରେ ୫୦ ରୁ ଉର୍ଦ୍ଧ ଉନ୍ନତ ମାନର ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ଏହି ପ୍ରଦର୍ଶନୀର ବିଚାରପତି ଭାବେ ସୃଶ୍ରୀ ପ୍ରଜ୍ଞାପ୍ରିୟଦର୍ଶନୀ ଶତପଥୀ ଯୋଗଦେଇ ଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ନାମ ଘୋଷଣା କରିଥିଲେ । ସ୍କୁଲ ର ଅନ୍ୟ ଶିକ୍ଷୟତ୍ରୀ ମାନେ ଏଥିରେ ସହଯୋଗ କରିଥିବା ବେଳେ ଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲର ବାର୍ଷିକୀ ଉତ୍ସବରେ ସଂମାନିତ କରାଯିବ ବୋଲି ସ୍କୁଲ ଅଧ୍ୟକ୍ଷ୍ୟ ଶ୍ରୀମତୀ ପ୍ରବୀଣା ମିଶ୍ର ପ୍ରକାଶ କରିଛନ୍ତି ।

ମସିହା ନିଉଜ ସର୍ଭିସ୍ 

 

Related posts

ସମ୍ବିଧାନ ଦିବସ ଉପଲକ୍ଷେ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ

masiha

ତେରେସିଂହାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

Sunil Chandra Nayak

ତହସିଲଦାର ଙ୍କୁ କର୍ଲାମୁଣ୍ଡା ରେ ବସଷ୍ଟାଣ୍ଡ ପାଇଁ ବିବେକସେନା ର ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!