ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସଂଯୋଜକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ନର୍ଲା : (ମନିସ)ନର୍ଲା ବ୍ଳକ ସମନ୍ୱୟ ସମିତି ଓ ମା ଭଗବତୀ ପ୍ରଜ୍ଞାମଣ୍ଡଳ ନର୍ଲାରୋଡ ଦ୍ଵାରା ଏକ ବିଶେଷ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା ସଂଯୋଜକ ତପନ କୁମାର ସାହୁଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବ୍ଳକ ସମନ୍ୱୟ ସମିତି ସଂଯୋଜକ ମେଦିନୀଧର ଜାନୀ, ସହ ସଂଯୋଜକ ଚକ୍ରଧର ସା, ବରିଷ୍ଠ ପରିଜନ ପର୍ଶୁରାମ ପଣ୍ଡା, ଜହରଲାଲ ବିଶ୍ୱାଳ, ତିର୍ଥବାସୀ ବୁଦ୍ଧିଆ, ଦିଲିପ ମାଝୀ ଏଥିରେ ଉପସ୍ଥିତ ଥିଲେ। ନୂତନ ସଂଯୋଜକଙ୍କୁ ବରିଷ୍ଠ ପରିଜନ ପର୍ଶୁରାମ ପଣ୍ଡା ଓ ମେଦିନୀଧର ଜାନୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ନର୍ଲା ଗାୟତ୍ରୀ ପରିବାରର କାର୍ଯ୍ୟଧାରାରେ ଶ୍ରୀ ସାହୁଙ୍କ ଆଗମନ ସାଂଗଠନିକ ଦକ୍ଷତାର ପରିପ୍ରକାଶ ହେବ ବୋଲି ମତପୋଷଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ତପନ କୁମାର ସାହୁ ଗତ ୨୯ ଜାନୁଆରୀରେ ଭବାନୀପାଟଣା ଶକ୍ତିପୀଠରେ ଜିଲ୍ଲା ପୁନଃ ଗଠନ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଭାବରେ ମନୋନୀତ ହୋଇଥିଲେ। ପରିଶେଷରେ ଶାନ୍ତିପାଠ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଡାଇରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

masiha

ଧୋଡ଼ିପାଣି ଏସଏସଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉପଲକ୍ଷେ ଖେଳର ଆୟୋଜନ ସହ ଉଦଯାପନୀ ଉତ୍ସବ 

Sunil Chandra Nayak

ଖେମକା ରିଫ୍ରାକ୍ଟ୍ରୋ୍ରିଜ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!