ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷୋହଳତମ ଜନ୍ମଦିନ, ସ୍ମୃତି ବହନକରେ କାହିଁକି ?

ତିର୍ତ୍ତୋଲ  // 30/01/23:- / ସନ୍ତାନ ପିତୃଦତ୍ତ ଅଧିକାର ! ସନ୍ତାନ ଟିଏ ପାଇଁ ପିତାମାତା ଅନେକ ପୂଜା ଅର୍ଚ୍ଚନା କରିଥାନ୍ତି ! ଭାଗ୍ୟବଳେ ପୁତ୍ର ସନ୍ତାନ ଲାଭ ହୋଇଗଲେ ଖୁସିରେ ବିହ୍ଵଳ ହୋଇଉଠନ୍ତି ସାରା ପରିବାର ! କାହିଁକି ନା ପରିବାର ପାଇଁ ଜଣେ ଉତ୍ତର ଦାୟାଦ ଜନ୍ମ ନେଇଗଲା ! ପିତାମାତାଙ୍କ ଖୁସୀ ଆନନ୍ଦ ସହିତ ବଢିଯାଏ ସନ୍ତାନ ପ୍ରତି ଦାୟିତ୍ୱବୋଧ ! ଶୈଶବ, କିଶୋର, ଯାଇ ଯୁବକ ଅବସ୍ଥା ଆସିଯାଏ ସନ୍ତାନଟିଏ ଠିକ ଷୋହଳ ବୟସରେପଦାର୍ପଣ କଲେ ! ଏହି ବୟସ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଯୋଉ ସମୟରେ ସନ୍ତାନ ତାର ଭବିଷ୍ୟତ ଲକ୍ଷ୍ୟ ହାସଲ କରିବାକୁ ନିଷ୍ପତ୍ତି ଗ୍ରହଣ କରିପାରେ ! ପିତାମାତାଙ୍କର ଦାୟିତ୍ୱ ପୂରଣ ହେବାକୁ ଯାଉଛି ଭାବି ବନ୍ଧୁବାନ୍ଧବ, ପ୍ରିୟପରିଜନ,ସାଙ୍ଗସାଥି ଡକାଇ ଏକ ଭୋଜନ-ଉତ୍ସବର ଆୟୋଜନ କରାଇଥାନ୍ତି ! ସତ୍ୟ-ନାରାୟଣ ପୂଜାର ହୁଏ ସଂସ୍ଥାପନ ! ସନ୍ତାନର ସବୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟକୁ ସମର୍ପଣ କରାଯାଏ ସତ୍ୟ-ନାରାୟଣ ଙ୍କ ନିକଟରେ ! ଏହିଭଳି ଏକ ଆୟୋଜନ ହୋଇଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଦାଇଁଲୋ ପଞ୍ଚାୟତର ଦାମୋଦର ପାଟଣା ଗ୍ରାମରେ ! ପିତା ଧନଞ୍ଜୟ ସୁତାର ଏବଂ ମାତା ମୀନାରାଣୀ ମହାରଣା ଙ୍କ ଏକମାତ୍ର ପୁତ୍ର ଅର୍ଧେନ୍ଦୁ ଶେଖର ସୁତାର ଡାକନାମ ଲାଲଟୁ, ଆଜି ଷୋହଳ ବର୍ଷରେ ପଦାର୍ପଣ କଲେ ! ତାଙ୍କୁ ଆଶୀର୍ବାଦ କରିବାକୁ ତିର୍ତ୍ତୋଲ ଅଞ୍ଚଳର ବହୁ ଗୁଣିଜ୍ଞାନୀ, ପଣ୍ଡିତ, ରାଜନେତା, ବୁଦ୍ଧିଜୀବୀ ମାନେ ନିମନ୍ତ୍ରିତ ହୋଇ ଆସିଥିବାର ଦେଖିବାକୁ ମିଳିଥିଲା ! ସାମ୍ବାଦିକ ସୁରକ୍ଷା ସମିତିର ଉପଦେଷ୍ଟା ତଥା ସାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ, ସଭାପତି ଶରତ କୁମାର ଦାଶ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସହସମ୍ପାଦକ ଭାଗବତ ପ୍ରସାଦ, ମିଡ଼ିଆ ସଂଯୋଜକ ସୁଶାନ୍ତ କୁମାର ମଲ୍ଲିକ, ଡକ୍ଟର ବାଦଲ କୁମାର ମଲ୍ଲିକ, ପ୍ରଶାନ୍ତ ସାହୁ, ରତ୍ନାକର ଦାସ,ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଲାଲଟୁ କୁ ଆଶିଷ ପ୍ରଦାନ କରିଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ 

masiha

ଲଷ୍ମୀପୁର ଅଞ୍ଚଳର ଦୀର୍ଘ ଦିନର ଦାବିକୁ ବିଧାନ ସଭାରେ ଉପସ୍ତାପନ କଲେ ବିଧାୟକ 

masiha

ପୁଲୱାମା ଆତଙ୍କବାଦୀ ଙ୍କ ଆକ୍ରମଣରେ ସହିଦ୍ ହୋଇଥିବା ବୀର ଯବାନଙ୍କୁ ମନେ ପକାଇବା ସହ “ବ୍ଲାକ ଡେ” ପାଳନ କଲେ ବାଣପୁର ର  ଦେଶ ପ୍ରେମୀ ଯୁବକ

Sunil Chandra Nayak

Leave a Comment

error: Content is protected !!