ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମ୍ପ୍ୟୁଟର ଶିକ୍ଷା ରେ କୃତିତ୍ୱ ପାଇଁ ଅମୀୟ କୁମାର ସାହୁ ସମ୍ମାନିତ

ଭବାନୀପାଟଣା:୦୧/୦୨ – (ମ.ନି.ସ):- ଅଲ ଇଣ୍ତିଆ କମ୍ପ୍ୟୁଟର ସଂସ୍ଥା ( ନ୍ଯାସନାଲ ବୋର୍ଡ ଏବଂ କମ୍ପ୍ୟୁଟର ଇଜୁକେସନ ) ଦ୍ବାର ପ୍ରତି ବର୍ଷ ଜାତିୟ ସ୍ତରରେ  କମ୍ପ୍ୟୁଟର ଶିକ୍ଷା ରେ ଅତୁଳନୀୟ ଅବଦାନ ପାଇଁ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଏଥିରେ ଜାତୀୟ ସ୍ତରର ସମସ୍ତ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ମାନେ ଭାଗ ନେଇଥାନ୍ତି । ସେହିଭଳି ଯଥା ୨୦୨୩ ବର୍ଷ ପାଇଁ ଏହି ପ୍ରତିଯୋଗିତା  ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା କମ୍ପ୍ୟୁଟର ଇଜୁକେସନ ମିଶନ , ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ରୁ ଶ୍ରୀ ଅମୀୟ କୁମାର ସାହୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସମ୍ମାନିତ ହୋଇଛନ୍ତି। ତାଙ୍କୁ କଲିକତା ସ୍ଥିତ ମହାନାୟକ ଉତ୍ତମ ମଞ୍ଚ ଠାରେ ଶ୍ରୀଯୁକ୍ତ ଭାସ୍କର ବାର୍ନାଜି ଲୋକପ୍ରିୟ  ବଙ୍ଗାଳି ସିନେମା ଆକ୍ଟର ଙ୍କ ଦ୍ବାରା ସମ୍ମାନିତ କରାଯାଇଛି। ଅମୀୟ କୁମାର ସାହୁ ଅଲ ଇଣ୍ଡିଆ ସ୍ତରରେ ନବମ ସ୍ଥାନରେ ରହି ଟପ୍ପର ଥିବା ବେଳେ ସମଗ୍ର ଓଡିଶାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଅମୀୟ କୁମାର ସାହୁଙ୍କର ଏହି ସଫଳତା ଆଣି ଦେଇଛି କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଏହାକୁ ନେଇ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। 

ମସିହା ନିଉଜ ସର୍ଭିସ୍ 

Related posts

୭୪ ତମ ବନ ମହୋତ୍ସବ ସପ୍ତାହରେ ବୃକ୍ଷ ରୋପଣ

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

masiha

ସମ୍ବିଧାନ ହତ୍ୟା ଦିବସ ୨୦୨୫ ପାଳିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!