ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପୁର ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

 ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ଶଶୀ ସେନ ଯୋଶୀ ଯୋଗଦାନ କରି ବାର୍ଷିକ କ୍ରୀଡା ଉତ୍ସବ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ,ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ ,ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ,ସମିତି ସଭ୍ୟ। ଲେଲି ନାଗ ,ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀ , ପୂର୍ବତନ ସରପଞ୍ଚ ଶିବପ୍ରସଦ ଭୋଇ ,ବଣିଜରା କ୍ଲଷ୍ଟର ସି ଆର ସି ସି ରାଜେଶ ସେଠ ଏବଂ ସ୍କୁଲ ଶିକ୍ଷା କମିଟିର ସଭାପତି ଦୁଷ୍ମନ୍ତ ଠେଲା ପ୍ରମୁଖ ଯୋଗଦାନ କରି କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷକ କନ୍ଦର୍ପ ନ।ଏକ ,ସୌମ୍ୟରଂଜନ ରାଉତ ଏବଂ ରାଜକିଶୋର ସାହୁଙ୍କୁ ଉତ୍ତମ ଶିକ୍ଷକ ଭାବରେ ବିଦ୍ୟଳୟ ପକ୍ଷରୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଶିକ୍ଷକ ସୁବାଷ ଚନ୍ଦ୍ର ନ।ଏକ ,ଚାରୂଲତ। ନ।ଏକ ,ଅନାଦି ଚୌଧୁରୀ ,ସତ୍ୟ ନାରାୟଣ ଭୂୟାଁ ,ଲବକାନ୍ତ ଶବର ,ବଲବନ୍ତ ନ।ଏକ ,ସୁଭଦ୍ରା ଜେନା ,ସନ୍ତୋଷ କୁମାର ପଣ୍ଡା ,କନ୍ଦର୍ପ ନ।ଏକ ,ହିମାଂଶୁ ଶେଖର ପାତ୍ର ,ପ୍ରଦୀପ କୁମାର ମାଝି ,ଗୋବିନ୍ଦ ଚନ୍ଦ୍ର ନାୟକ ଏବଂ ରୋଜା ଲିନି ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ ।ଏଥିରେ ଶିକ୍ଷକ ସୌମ୍ୟରଂଜନ ରାଉତ ଏବଂ ସୁବାଷ ଚନ୍ଦ୍ର ନ।ଏକ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ରାଜକିଶୋର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସ୍କୁଲ କମିଟି ର ସମସ୍ତ କର୍ମକର୍ତ୍ତା ,ଅଭିଭାବକ ଗଣ ଏବଂ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଶିକ୍ଷକ କନ୍ଦର୍ପ ନ।ଏକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟା ନେଇ ପୁଣି ତେଜିଲା ସଂଗ୍ରାମ ସମିତି

masiha

ବିକଶିତ ଓଡ଼ିଶା ପାଇଁ ସଶକ୍ତ ଏମ୍‌ଏସ୍‌ଏମ୍‌ଇ : ନୂଆପଡ଼ାରେ ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ 

Sunil Chandra Nayak

ନଗରପାଳିକା ଓ ଇ ଓ ମୁହାଁମୁହିଁ #ଇ ଓ ଙ୍କ ଚାମ୍ବର ରେ ତାଲା ପକାଇଲେ ଅଧକ୍ଷା , ତ୍ରିରଙ୍ଗା ଆଲୋକ ସଜା ୱାର୍କ ଅର୍ଡର କୁ କେନ୍ଦ୍ର କରି ବିବାଦ 

Sunil Chandra Nayak

Leave a Comment

error: Content is protected !!