ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚନ ମଣ୍ତଳୀ ର ନାମ ପରିବର୍ତ୍ତନ ଏବଂ ବସ୍ତା ଓ ବାଲିଆପାଳ କୁ ବିଜ୍ଞାପିତ ଅଞ୍ଚଳ ମାନ୍ଯତା ଦାବି ରେ ସାମ୍ବାଦିକ ସମ୍ମିଳନୀ

ବାଲିଆପାଳ01/02( ମନିସ ) ବାଲିଆପାଳ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ବର ଠାରେ ଜୟ ବାଲିଆପାଳ – ବସ୍ତା ସଙ୍ଗଠନ ତରଫରୁ ଆବାହକ ତୁଷାରକାନ୍ତ ବେହେରା ଙ୍କ ନେତୃତ୍ବ ରେ ଦୁଇ ଦଫା ଦାବି ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି, ବସ୍ତା ନିର୍ବାଚନ ମଣ୍ତଳୀ ର ନାମ ପରିବର୍ତ୍ତନ କରି ଏହାକୁ ବାଲିଆପାଳ – ବସ୍ତା କିମ୍ବା ବସ୍ତା – ବାଲିଆପାଳ ନିର୍ବାଚନ ମଣ୍ତଳୀ ନାମରେ ନାମିତ କରିବା ଏବଂ ଉଭୟ ବାଲିଆପାଳ ଏବଂ ବସ୍ତା ବ୍ଲକ କୁ ବିଜ୍ଞାପିତ ଅଞ୍ଚଳ ର ମାନ୍ଯତା ପ୍ରଦାନ ପାଂଇ ସଙ୍ଗଠନ ପକ୍ଷରୁ ଦାବି କରା ଯାଇଛି, ଆଗାମୀ ଦିନ ରେ ଏକ ଦସ୍ତଖସ୍ତ ଅଭିଯାନ କରାଯାଇ 20 ହଜାର ରୁ ଉର୍ଧ୍ବ ଦସ୍ତଖସ୍ତ ସମ୍ବଳିତ ଦାବି ପତ୍ର ମାନ୍ଯବର ମୁଖ୍ଯମନ୍ତ୍ରୀ , ଭାରତୀୟ ନିର୍ବାଚନ ଆୟୋଗ , ଓଡିଶା ନିର୍ବାଚନ ଆୟୋଗ , ଓଡିଶା ବିଧାନସଭା ବାଚସ୍ପତି , ସଂସଦୀୟ ବ୍ଯାପାର ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ଙ୍କୁ ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି, ବାଲିଆପାଳ ଓ ବସ୍ତା ର ସମ୍ମାନ ଓ ସ୍ବାଭିମାନ ଲଢେଇ କୁ ଏକ ଜନ ଆନ୍ଦୋଳନ ରେ ପରିଣତ କରି ସାମଗ୍ରିକ ବିକାଶ କୁ ତ୍ବରାନିତ କରିବା ଏହି ସଙ୍ଗଠନ ର ମୂଳ ଲକ୍ଷ ବୋଲି ସଙ୍ଗଠନ ର ସଂଯୋଜକ ଶିବାନନ୍ଦ ଦାସଅଧିକାରୀ , ସନ୍ଯାସୀ ପ୍ରଧାନ , ଧନଞ୍ଜୟ ହାଜିରା ଓ ଚକ୍ରଧର ଦାସ ପ୍ରମୁଖ ସୂଚନା ପ୍ରଦାନ କରିଛନ୍ତି ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ ପ୍ରଦାନ କରାଗଲା କୃତିମ କେଶ

Sunil Chandra Nayak

ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦେବା ପାଇଁ ରାଜନୈତିକ ଦଳଙ୍କୁ ଅନୁରୋଧ 

ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଗୃହ ପ୍ରାଙ୍ଗଣ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ସଫେଇ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!